ବାସ୍ତବ ବ୍ୟୁରୋ- ରାଜ୍ୟ ବାହାରେ ଫସିରହିଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ସରକାର ଏକ ବଡ଼ ଘୋଷଣା କରିଛନ୍ତି । କରୋନା ସତର୍କତାକୁ ନେଇ ପ୍ରବାସୀ ଓଡ଼ିଆ ରାଜ୍ୟକୁ ଫେରିବା ପୂର୍ବରୁ କ୍ୱାରେଣ୍ଟିନରେ ରହିବା ସହ ତାଙ୍କ ନମୁନା ମଧ୍ୟ ପରୀକ୍ଷା କରାଯିବ । ସେଥିପାଇଁ ଯେତିକି ଖର୍ଚ୍ଚ ହେବ ସବୁ ସରକାର ବହନ କରିବେ ବୋଲି ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପଞ୍ଚାୟତିରାଜ ଓ ଗୃହନିର୍ମାଣ ବିଭାଗକୁ ଚିଠି ଲେଖିଛନ୍ତି ସରକାର ।
୧୪ ଦିନ ପାଇଁ ସମସ୍ତ ବ୍ୟବସ୍ଥା ସରକାର ଯୋଗାଇ ଦେବେ । ପ୍ରତି ବୟସ୍କ ପାଇଁ ଦିନକୁ ୧୨୦ ଓ ୧୪ବର୍ଷରୁ କମ୍ ଛୋଟ ଛୁଆଙ୍କ ପାଇଁ ୧୦୦ଟଙ୍କା ଖର୍ଚ୍ଚ ପାଇଁ ଦିଆଯିବ । ବ୍ୟକ୍ତିଗତ ହାଇଜିନ୍ କିଟ୍ ପାଇଁ ଜଣଙ୍କ ପିଛା ୩୦୦ଟଙ୍କା ନେଇ ନିର୍ଦ୍ଧାରଣ କରାଯାଇଛି । ବ୍ରସ୍ ଠାରୁ ଆରମ୍ଭ କରି ପେଷ୍ଟ, ମାସ୍କ,ସାବୁନ, ତେଲ,ମଗ , ବାଲଟି ଓ ସାନିଟାରି ସାମଗ୍ରୀ ରହିବ । ସ୍ୱଚ୍ଛ ସାମଗ୍ରୀ ପାଇଁ ଦିନକୁ ୨ହଜାରରୁ ଅଧିକ ଖର୍ଚ୍ଚ ହେବନି । କ୍ୱାରେଣ୍ଟିନରେ ଦିନକୁ ୪ଥର ଖାଇବା ଦିଆଯିବ । ପ୍ରତ୍ୟକ ଦିନ କ୍ୱାରେଂଟିନ୍ କ୍ୟାମ୍ପରେ ସକାଳ ୮ଟାରୁ ୯ଟା ମଧ୍ୟରେ ଜଳଖିଆ , ମଧ୍ୟାହ୍ନ ୧୨ଟା ୩୦ରୁ ୨ ଟା ମଧ୍ୟରେ ମଧ୍ୟାହ୍ନ ଭୋଜନ, ସଂଧ୍ୟାରେ ଚା ଓ ବିସ୍କିଟ୍ ଏବଂ ସାଢେ ୭ଟାରୁ ୯ଟା ମଧ୍ୟରେ ରାତ୍ରି ଭୋଜନ ଯୋଗାଇ ଦିଆଯିବ । ଏହାସହ ସ୍ୱାସ୍ଥ୍ୟବସ୍ଥା ନେଇ ପ୍ରତିଦିନ ଅନୁଧ୍ୟାନ କରାଯିବ ।
ପ୍ରତ୍ୟକ ବେଡ ପାଇଁ ଦୁଇଟି ବେଡସିଟ୍ ଓ ଦୁଇଟି ତକିଆ ରହିବ ।ସଫାସୁତୁରା, ସାନିଟାଇଜେସନ, ସୁରକ୍ଷା ବାବଦରେ ଦୈନିକ ଖର୍ଚ ୨ ହଜାର ଟଙ୍କା ଭିଚରେ ରଖାଯିବ । ଟେମ୍ପରାରି ମେଡିକାଲ କ୍ୟାମ୍ପରେ ପ୍ରତ୍ୟକ ବ୍ୟକ୍ତି ଓ ତାଙ୍କ ବାବଦରେ ଖର୍ଚକୁ ରେଜିଷ୍ଟ୍ରାରରେ ଲେଖାଯିବ । ପ୍ରତ୍ୟକ ଜିଲ୍ଲା ଏହାର ସମସ୍ତ ତଥ୍ୟକୁ ୱେବସାଇଟରେ ଅପଲୋଡ୍ କରିବେ ବୋଲି କହିଛନ୍ତି ସରକାର । ପ୍ରତ୍ୟକ ଦିନ ଏସବୁ କାମର ତଦାରଖ କରାଯିବ ବୋଲି କହିଛନ୍ତି ସରକାର । ପ୍ରତି କ୍ୟାମ୍ପରେ ଫାଷ୍ଟଏଡ଼ ଓ ଓଆରଏସ ରଖାଯିବ । ଆବଶ୍ୟକ ପଡ଼ିଲେ ଗର୍ଭବତୀଙ୍କ ପାଇଁ ସ୍ୱତନ୍ତ୍ର ରୁମ୍ କରାଯିବ । ସମସ୍ତ ତଥ୍ୟ ପଞ୍ଜୀକରଣ ହେବା ସହ ସବୁ ତଥ୍ୟ ସମ୍ପୃକ୍ତ ଜିଲ୍ଳାର ୱେବସାଇଟରେ ରହିବ । ବାହାରେ ଫସିରହିଥିବା ଶ୍ରମିକଙ୍କ ପାଇଁ ଅସ୍ଥାୟୀ ମେଡ଼ିକାଲ କ୍ୟାମ୍ପ ଖୋଲାଯିବ । ଏନେଇ ପଞ୍ଚାୟତିରାଜ ବିଭାଗକୁ ଚିଠି ଲେଖିଛନ୍ତି ଏସଆରସି ।
ରାଜ୍ୟକୁ ଆସୁଥିବା ପ୍ରବାସୀ ଓଡ଼ିଆଙ୍କ ସବୁ ଖର୍ଚ୍ଚ ଓଡ଼ିଶା ସରକାର ବହନ କରିବେ ବୋଲି ଘୋଷଣା କରାଯାଇଛି । ଏନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପଞ୍ଚାୟତିରାଜ ଓ ଗୃହନିର୍ମାଣ ବିଭାଗକୁ ଚିଠି ଲେଖିଛନ୍ତି ସରକାର । ପ୍ରବାସୀ ଓଡ଼ିଆଙ୍କ ପାଇଁ ରାଜ୍ୟରେ ହେବ ଅସ୍ଥାୟୀ ମେଡିକାଲ କ୍ୟାମ୍ପ । ରାଜ୍ୟକୁ ଫେରିବା ପରେ ପରେ ଏମାନଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟିନରେ ରଖାଯିବ। ଏଠାରେ ଏମାନଙ୍କର ରହିବା, ଖାଦ୍ୟପାନୀୟ, ସ୍ୱଛତା ରକ୍ଷା ଠାରୁ ଆରମ୍ଭ କରି ମନୋରଞ୍ଜନ ପାଇଁ ବ୍ୟବସ୍ଥା କରିବେ ସରକାର । କ୍ୱାରେଣ୍ଟିନରେ ୧୪ ଦିନ ପାଇଁ ଜଣ ପିଛା କେତେ ଖର୍ଚ୍ଚ ହେବ ସେ ନେଇ ମଧ୍ୟ ସରକାର ଘୋଷଣା କରିଛନ୍ତି ।
