ଲାଲ ଡୋଲେଶ୍ୱେର ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଫଳାଫଳ ଘୋଷଣା

ବରଗଡ:-୨/୪(ନବୀନ କୁମାର ଦାଶ):ଲାଲ ଡୋଲେଶ୍ୱେର ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ସୁଶୀଳ କୁମାର ସେଟ୍ ଙ୍କ ଅଧ୍ୟକ୍ଷତା ରେ ବାର୍ଷିକ ପରୀକ୍ଷା ଫଳାଫଳ ଘୋଷଣା କରାଯାଇଥିଲା।

ସମ୍ମାନିତ ଅଥିତି ଭାବେ ବିଦ୍ୟାଳୟ ର ସଭାପତି ତପସ୍ଵିନୀ ମେହର ,ମୁଖ୍ୟ ଅତିଥି ଭାବେ ପାହାଡ଼ଶ୍ରୀଗିଡା ସି.ଆର.ସି.ସି ଜୟଦେବ ନାଏକ ଓ ବରିଷ୍ଟ ଶିକ୍ଷୟିତ୍ରୀ ସୌଦାମିନୀ ସାହୁ ଯୋଗଦାନ କରିଥିଲେ।ଶ୍ରୀ ନାଏକ ସରକାରଂକ ଦ୍ୱାରା ମିଳୁଥିବା ସୁବିଧା ସୁଯୋଗ ଓ ବିଭିନ୍ନ ପରୀକ୍ଷା ରେ କେମିତି ପିଲାମାନେ ଆଉ ଭଲ ପାଠ ପଢି ନିଜ ବିଦ୍ୟାଳୟ ର ନାମକୁ ଶୀର୍ଷରେ ରଖିବେ ତାହା ଆଲୋଚନା କରିଥିଲେ।ସୌଦାମିନୀ ସାହୁ ଆଗାମୀ ଦିନରେ ଖରା କୁ ଦୃଷ୍ଟି ରେ ରଖି କେମିତି ପିଲାମାନେ ସୁରକ୍ଷିତ ଭାବରେ ସ୍କୁଲ୍ କୁ ଆସିବେ ଓ ମାଆ ବାପା ଙ୍କ ଭୂମିକା କଣ ହେବ ତାହା ଆଲୋଚନା କରିଥିଲେ।ଉକ୍ତ ସଭା ରେ ଶ୍ରେଣୀ ରେ ପ୍ରଥମ ହୋଇଥିବା ଛାତ୍ରଛାତ୍ରୀ,ସରକାରୀ ବୃତ୍ତି,ଆଦର୍ଶ , ନବୋଦୟ ଓ ଏନ୍ ମ୍ ମ ଏସ ପରୀକ୍ଷା ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମେଡାଲ ଓ ପୁଷ୍ପ ଗୁଛ ପ୍ରଦାନ କରି ସ୍ବାଗତ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା।

ସେୟାର କରନ୍ତୁ

Next Post

ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଭୋଟ ଦାନ ପାଇଁ ମିଳିବ ୨ଦିନ ସ୍ୱତନ୍ତ୍ର ଛୁଟି....

Wed Apr 3 , 2024
ପ୍ରମୋଦ ନାୟକ(ଭୁବନେଶ୍ୱର) :୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀଙ୍କୁ ରାଜ୍ୟସରକାର ୨ଦିନ ଛୁଟି ଦେବେ । ପ୍ରଥମତ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀମାନଙ୍କୁ ଗୋଟିଏ ଦିନ ସାମୟିକ ଛୁଟି ମିଳିବ। ଏହାସହିତ ନିଜ ହେଡକ୍ୱାର୍ଟରଠୁ ଦୂର ସ୍ଥାନରେ ଭୋଟ୍ ଦେବାକୁ ଯାଉଥିବା ସରକାରୀ କର୍ମଚାରୀଙ୍କୁ ୨ଦିନ ସ୍ୱତନ୍ତ୍ର ସାମୟିକ ଛୁଟି ମିଳିବ । ଆଜି ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ […]

You May Like

Pin It on Pinterest