ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଭୋଟ ଦାନ ପାଇଁ ମିଳିବ ୨ଦିନ ସ୍ୱତନ୍ତ୍ର ଛୁଟି….

ପ୍ରମୋଦ ନାୟକ(ଭୁବନେଶ୍ୱର) :୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀଙ୍କୁ ରାଜ୍ୟସରକାର ୨ଦିନ ଛୁଟି ଦେବେ । ପ୍ରଥମତ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀମାନଙ୍କୁ ଗୋଟିଏ ଦିନ ସାମୟିକ ଛୁଟି ମିଳିବ। ଏହାସହିତ ନିଜ ହେଡକ୍ୱାର୍ଟରଠୁ ଦୂର ସ୍ଥାନରେ ଭୋଟ୍ ଦେବାକୁ ଯାଉଥିବା ସରକାରୀ କର୍ମଚାରୀଙ୍କୁ ୨ଦିନ ସ୍ୱତନ୍ତ୍ର ସାମୟିକ ଛୁଟି ମିଳିବ । ଆଜି ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସମସ୍ତ ବିଭାଗୀୟ ସଚିବ ଓ ମୁଖ୍ୟମାନଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ।

ସୂଚନା ଅନୁସାରେ ଯେଉଁ ସରକାରୀ କର୍ମଚାରୀମାନେ ସାଧାରଣ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହେବେ ସେମାନଙ୍କୁ ଡ୍ୟୁଟି ପରେ ଗୋଟିଏ ଦିନ ସ୍ୱତନ୍ତ୍ର ସାମୟିକ ଛୁଟି ଦିଆଯିବ । ସେମାନେ ପ୍ରତ୍ୟେକ କ୍ୟାଲେଣ୍ଡର ବର୍ଷରେ ପାଉଥିବା କାଜୁଆଲ ଲିଭ୍ ଓ ସ୍ପେଶାଲ ସିଏଲ୍ ବ୍ୟତୀତ ଏହି ସାମୟିକ ଛୁଟି ପାଇବେ । ସେହିପରି ଯେଉଁ ସରକାରୀ କର୍ମଚାରୀମାନେ ଭୋଟ୍ ଦେବା ପାଇଁ ଦୂରସ୍ଥାନକୁ ଯିବେ(ନିଜ ହେଡକ୍ୱାର୍ଟରଠୁ ଦୂର) ସେମାନଙ୍କୁ ସର୍ବାଧିକ ଦୁଇଦିନ ସ୍ୱତନ୍ତ୍ର ସାମୟିକ ଛୁଟି ମିଳିବ । ରାଜ୍ୟରେ ମେ’ ୧୩,୨୦,୨୫ ଓ ଜୁନ୍ ୧ ତାରିଖରେ ୪ଟି ପର୍ଯ୍ୟାୟରେ ମତଦାନ ହେଉଛି । ମତଦାନ ଦିନ ନିର୍ବାଚନମଣ୍ଡଳୀ ଅଞ୍ଚଳରେ ସରକାରୀ ଛୁଟି ଘୋଷଣା କରାଯାଇଛି । କିନ୍ତୁ ଯେଉଁ ସରକାରୀ କର୍ମଚାରୀମାନଙ୍କୁ ନିଜ କର୍ମସ୍ଥଳୀଠାରୁ ଭୋଟ୍ ଦେବା ପାଇଁ ଦୂରକୁ ଯିବାକୁ ପଡ଼ିବ ସେମାନଙ୍କୁ ଆବଶ୍ୟକ ସ୍ଥଳେ ଦୁଇଦିନ(ଭୋଟଗ୍ରହଣର ପୂର୍ବଦିନ ଓ ଭୋଟଗ୍ରହଣର ପରଦିନ) ସାମୟିକ ସ୍ୱତନ୍ତ୍ର ଛୁଟି ମିଳିବ । ଏହି ୨ଦିନ ଛୁଟି ସେମାନଙ୍କର ପ୍ରତ୍ୟେକ କ୍ୟାଲେଣ୍ଡର ବର୍ଷରେ ମିଳୁଥିବା କାଜୁଆଲ ଲିଭ୍ ଓ ସ୍ପେଶାଲ ସିଏଲକୁ ପ୍ରଭାବିତ କରିବ ନାହିଁ ବୋଲି ସରକାରୀ ଭାବେ ଘୋଷଣା କରାଯାଇଛି।

ସେୟାର କରନ୍ତୁ

Next Post

କେରଳର ୱାୟନାଡ ଆସନରୁ ନାମାଙ୍କନ ଦାଖଲ କଲେ ରାହୁଲ ଗାନ୍ଧୀ ....

Wed Apr 3 , 2024
ନୂଆଦିଲ୍ଲୀ: ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ କେରଳର ୱାୟନାଡ ଆସନରୁ ଲୋକସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ରାହୁଲ ଏକ ବିଶାଳ ରୋଡ ସୋରେ ଯାଇ ନାମାଙ୍କନ ଦାଖଲ କରିଛନ୍ତି।ନାମାଙ୍କନ ଦାଖଲ ସମୟରେ ରାହୁଲଙ୍କ ସହିତ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ରହିଥିଲେ। ହଜାର ହଜାର ସମର୍ଥକ ରାହୁଲଙ୍କ ସହ ଏହି ପ୍ରାର୍ଥୀପତ୍ର ଦାଖଲ ବେଳେ ଉପସ୍ଥିତ ଥିଲେ । ଗତ […]

You May Like

Pin It on Pinterest