- ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଛିଡିନୁ ବିଜେଡି ଅଙ୍କ ବଢୁଛି ଉତ୍କଣ୍ଠା।
- କିଏ ଧରିବ ନର୍ଲା ବିଜେଡିର ମଙ୍ଗ?
- ଚାପରେ ମୋନୋରମା ମହାନ୍ତି ଭୂପିନ୍ଦର ସିଂହ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଙ୍କ ସମର୍ଥକ ।
- ମୁନାଙ୍କ ଗୋଟି ଚାଳନାରେ,ଚର୍ଚ୍ଚାରେ ମନୋରମା ମହାନ୍ତି
- କାହା ମୁଣ୍ଡରେ କଳସ ଢାଳିବେ ବିଜେଡ଼ି ସୁପ୍ରିମୋ ?
- ନର୍ଲା(ସନ୍ତୋଷ ପାତ୍ର) ୦୪/୦୪/୨୪, ନର୍ଲା ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସ ଓ ବିଜେପି ର ପ୍ରାର୍ଥୀ ଘୋଷଣା ହୋଇ ସାରିଥିବା ବେକେ ବିଜେଡ଼ି ଏ ପର୍ୟ୍ୟନ୍ତ ତାର ପ୍ରାର୍ଥୀ ଘୋଷଣା କରି ନାହିଁ,ଉଭୟ କଂଗ୍ରେସ ଓ ବିଜେପି ପ୍ରାର୍ଥୀ ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ର ହୋଇଥିବା ରୁ ନର୍ଲା ନିର୍ବାଚନ ମଣ୍ଡଳୀ ବାସି, ସ୍ଥାନୀୟ ପ୍ରାର୍ଥୀ ଦାବୀ କରିଆସୁଛନ୍ତି ବର୍ତମାନ କେବଳ ବିଜେଡ଼ି ଉପରେ ହିଁ ଭରସା ରଖିଛନ୍ତି ।ବିଶେଷ କରି ନର୍ଲା ଅଞ୍ଚଳର ମୁନା ମହାନ୍ତି ଙ୍କ ଧର୍ମ ପତ୍ନୀ ମନୋରମା ମହାନ୍ତି ଟିକେଟ ପାଇବା ଏକ ପ୍ରକାର ଚର୍ଚ୍ଚା ହେଉଛି, କିନ୍ତୁ ଗୋଟିଏ ପଟେ ୩୦ ବର୍ଷ ଧରି କଂଗ୍ରେସ ଦଳ କୁଆଡେ଼ ଆତ୍ମ ଗୋପନ କରିଥିଲା ଆଜି କାହିଁକି ଭକ୍ତ ଦାଶ କଣ ପାଇଁ ନର୍ଲା କୁ ଆସି ଲଢ଼ୁଛନ୍ତି ବୋଲି କୃଷକ ନେତା ଦୁର୍ଯୋଧନ କୁମାର ଅଭିଯୋଗ କରିଛନ୍ତି ଅନ୍ୟପଟେ ଭୂପିନ୍ଦର ସିଂ ମଧ୍ଯ ଟିକେଟ ପାଇବା ଆଶାରେ ଦଳର ସୁପ୍ରିମୋ ପାଖରେ ଅଡି ବସିଥିବା ସୂଚନା ମିଳୁଛି ଅନ୍ୟ ପଟରେ ଟିକେଟ ପାଇବା ଆଶାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ପୁଷ୍ପେନ୍ଦ୍ର ସିଂହ ଦେଓ ଗତ କିଛି ଦିନ ତଳେ ବିଜେପି ନେତାଙ୍କ ସହିତ ବାର୍ତ୍ତାଳାପ ହୋଇଥିବା କଥା ବିରୋଧୀ ଦଳ ତଥା ସାଧାରଣ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି, ଗତ ୨ ତାରିଖ ଦିନ ବିଜେପି ପକ୍ଷରୁ ନର୍ଲା ଆସନ ପ୍ରାର୍ଥୀ ଘୋଷଣା କରିଥିବାରୁ ଶ୍ରୀଯୁକ୍ତ ସିଂ ଦେଓ ଭିତିରିଆ ଭାବେ ବିଜେଡ଼ି ଟିକେଟ ପାଇବା ଆଶାରେ ଗୋଟି ଚାଳନା କରୁଥିବା ସମସ୍ତ ଙ୍କୁ ଚକିତ କରିଛି,ଅନ୍ୟପଟେ ଗରୀବ ନୀରିହ ମାନଙ୍କୁ ସ୍ୱାସ୍ଥ୍ୟ ସମାଜ ସେବା କ୍ଷେତ୍ରରେ ଲୋକଙ୍କ ଭରସା ସାଜିଥିବା ବାବୁଲି ମଣ୍ଡଳ ମଧ୍ଯ ଭୁବନେଶ୍ୱର ଠାରେ ଲବି କରୁଥିବା ଚର୍ଚ୍ଚା ହେଉଛି ଏଭଳି ସ୍ଥିତିରେ ଦଳର ସୁପ୍ରିମୋ କାହାକୁ ଟିକେଟ ପ୍ରଦାନ କରିବେ ତାହା ସମୟ ହିଁ କହି ପାରିବ? ନର୍ଲା ନିର୍ବାଚନ ମଣ୍ଡଳୀ ରେ କିଏ ବାଜି ମାରିବ କିଏ ମୁଣ୍ଡକୁ ତଳ କରି ଦଳର ସୁପ୍ରିମୋ ଯାହା ନିର୍ଦ୍ଦେଶ ଦେଲେ ତାକୁ ନେଇ ଟିକେଟ ଆଶାୟୀ ପ୍ରାର୍ଥୀ ମାନେ ଆଦେଶ କୁ ନେଇ କି ଭଳି ଭାବରେ ପାଳନ କରିବେ ତାହା ଦେଖିବା ପାଇଁ ନର୍ଲା ନିର୍ବାଚନ ମଣ୍ଡଳୀ ର ଭୋଟର ଚାହିଁ ରହିଛନ୍ତି ?
Fri Apr 5 , 2024
ଆଦିତ୍ଯ ବେହେରା(ଭୁବନେଶ୍ବର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବିଭିନ୍ନ ଲୋକଙ୍କ ସହିତ ଟେଲିଫୋନରେ କଥା ହୋଇଛନ୍ତି। ସେ କଥା ହୋଇଥିବା ବିଭିନ୍ନ ଅଞ୍ଚଳର ଲୋକଙ୍କ ଠାରୁ ଅଞ୍ଚଳର ବିକାଶ କଥା ପଚାରି ବୁଝିଛନ୍ତି। କାହାକୁ ସ୍କୁଲ କାମ ଚାଲିଛି କି ନାହିଁ ପଚାରିଥିବା ବେଳେ କେଉଁଠି ମନ୍ଦିର କାମ କଣ ହେଲା ବୋଲି ପଚାରିଛନ୍ତି। ଏହିପରି ଭାବେ ଆଜି ସକାଳୁ ନବୀନ ଲୋକଙ୍କ ସମସ୍ୟା ଉପରେ ଅବଗତ ହୋଇଛନ୍ତି। […]