ପୁରାତନ ଛାତ୍ର ଶ୍ରୀଯୁକ୍ତ ସୁବୋଧ ନାୟକ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା….

ବରଗଡ:(ନବୀନ କୁମାର ଦାଶ)-ବରଗଡ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ ଆଞ୍ଚଳିକ ଆଦିବାସୀ ଉଚ୍ଚ ବିଦ୍ୟାଳୟ ପାହାଡ଼ଶ୍ରୀଗିଡ଼ା କୁ ବିଦ୍ୟାଳୟ ର ପୁରାତନ ଛାତ୍ର ଶ୍ରୀଯୁକ୍ତ ସୁବୋଧ କୁମାର ନାଏକ (ଡାଇରେକ୍ଟର,ଡିଆରଡିଓ,ଚାନ୍ଦ ବାଲି,ବାଲେଶ୍ଵର) ତାଙ୍କର ଧର୍ମପତ୍ନୀ ଶ୍ରୀମତୀ ବିଦ୍ୟାବତୀ ସୁବୋଧ ନାଏକ ଙ୍କ ସହ ପରିଦର୍ଶନ କରିଥିଲେ ।ଏହି ଅବସରରେ ବିଦ୍ୟାଳୟ ପରିସରରେ ଉଭୟଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା।ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ସଭାପତିତ୍ବରେ ଏକ ଉଦ୍-ବୋଧନୀ ସଭାର ଆୟୋଜନ କରାଯାଇଥିଲା।

ଉକ୍ତ ସଭାରେ ଶ୍ରୀଯୁକ୍ତ ନାଏକ ବିଦ୍ୟାଳୟ ପ୍ରତି ଗଭୀର କୃତଜ୍ଞତା ଜ୍ଞାପନ କରିବା ସହିତ ତାଙ୍କ ର ସଫଳତା ପାଇଁ ସେ ଅଧ୍ୟୟନ କରିଥିବା ବିଦ୍ୟାଳୟ କୁ ହିଁ ଶ୍ରେୟ ଦେଇଥିଲେ।ଶିକ୍ଷା ବଳରେ ମଣିଷ ଅସମ୍ଭବ କୁ ସମ୍ଭବ କରି ପାରିବ ବୋଲି ମତବ୍ୟକ୍ତ କରିଥିଲେ।ଏହା ସହ କଠୋର ପରିଶ୍ରମ ଓ ଶୃଙ୍ଖଳା ହିଁ ସଫଳତାର ଚାବିକାଠି ଏବଂ ଏହି ଆଦର୍ଶ ରେ ଆଗକୁ ଯିବା ପାଈଁ ଛାତ୍ରଛାତ୍ରୀ ମାନଙ୍କୁ ଉଦ ବୋଧନ ଦେଇ ଥିଲେ।ସଭାରେ ଉପସ୍ଥିତ ତାଙ୍କର ଧର୍ମପତ୍ନୀ ମଧ୍ୟ ବକ୍ତବ୍ୟ ଦ୍ଵାରା ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।ସଭା ପ୍ରାରମ୍ଭ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀଯୁକ୍ତ ନାଏକ ଙ୍କ ପରିଚୟ ପ୍ରଦାନ କରିବା ସହ ସେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କହି ଥିଲେ।

ବିଦ୍ୟାଳୟ ର ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଭୋଲାନାଥ ବାରିକ ଶ୍ରୀଯୁକ୍ତ ନାଏକ ଆମ ବିଦ୍ୟାଳୟ ର ଗର୍ବ ଓ ଗୌରବ ବୋଲି କହିଥିଲେ।ବରିଷ୍ଠ ଶିକ୍ଷକ ଶ୍ରୀ ଯୁକ୍ତ ଗୋପବନ୍ଧୁ ମେହେର ଧନ୍ୟବାଦ ଅର୍ପଣ କରି ଥିଲେ।ପରିଶେଷରେ ଶ୍ରୀଯୁକ୍ତ ନାଏକ ବିଦ୍ୟାଳୟ ର ଇ-ଲାଇବ୍ରେରୀ,ବିଜ୍ଞାନ ପରୀକ୍ଷା ଗାର,ସ୍ମାର୍ଟ କ୍ଳାସରୁମ୍ ବୁଲି ଦେଖି ଖୁସିବ୍ୟକ୍ତ କରିଥିଲେ।ବିଦ୍ୟାଳୟ ପ୍ରତି ତାଙ୍କର ଭକ୍ତିପୂତ ଶ୍ରଦ୍ଧା ଛାତ୍ର ଛାତ୍ରୀ ମାନଙ୍କୁ ଭାବ ବିହ୍ଵଳିତ କରିଥିଲା।

ସେୟାର କରନ୍ତୁ

Next Post

ଥୁଆପାଲି ରାଷ୍ଟ୍ରୀୟ ଶିକ୍ଷା ବିକାଶ କେନ୍ଦ୍ରର ୨୨ତମ ବାର୍ଷିକ ଉତ୍ସବ ପାଳିତ...

Sun Apr 7 , 2024
ବରଗଡ:-୭.୪(ନବୀନ କୁମାର ଦାଶ):ବରଗଡ ଜିଲ୍ଲା ଥୁଆ ପାଲି ରାଷ୍ଟ୍ରୀୟ ଶିକ୍ଷା ବିକାଶ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ ର ୨୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ଅତିଥି ମାନକଂ ପକ୍ଷରୁ ଭାରତ ମାତା, ବାଗ ଦେବୀ ସରସ୍ଵତୀ ଓ ବିଘ୍ନ ବିନାଶ ଗଣେଶ କଂ ପ୍ରତିଛବି ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ପୁଷ୍ପ ଅର୍ପଣ କରିଥିଲେ। ଅତିଥି ପରିଚୟ ପ୍ରଦାନ କରିଥିଲେ ବବିତା ଗୁରୁମା। ଏହି ରାଷ୍ଟ୍ରୀୟ ଶିକ୍ଷା ବିକାଶ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ […]

You May Like

Breaking News

Pin It on Pinterest