ବିଶ୍ବ ସ୍ବାସ୍ଥ୍ୟ ଦିବସରେ ସ୍ବାସ୍ଥ୍ଯ ହିଁ ସଂମ୍ପଦ’ର ବାର୍ତ୍ତ ବାଣ୍ଟିଲା ସାହାରା ଓଡ଼ିଶା….

ସଂଜୟ ଶତପଥୀ(କଟକ): ସାରା ବିଶ୍ୱରେ ଆଜି ପାଳିତ ହେଉଛି ” ବିଶ୍ବ ସ୍ବାସ୍ଥ୍ୟ ଦିବସ”।ଏହି ପରିପ୍ରେକ୍ଷୀରେ ଆଜି କଟକ ମଙ୍ଗଳାବାଗ ସ୍ଥିତ କାଠଗୋଲା ଠାରେ ଅଗ୍ରଣୀ ଅନୁଷ୍ଠାନ “ସାହାରା ଓଡ଼ିଶା” ପକ୍ଷରୁ ମହାସମାରୋହରେ ବିଶ୍ବ ସ୍ବାସ୍ଥ୍ୟ ଦିବସ, ସୁପ୍ରତିଷ୍ଠିତ ଡାକ୍ତର ଅଜୟ‌ ମହାପାତ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଡାକ୍ତର ମଧୁସୂଦନ ପାଣିଗ୍ରାହୀ ଯୋଗଦେଇ ଆଜି ର ଦିବସ ବିଷୟରେ ରେଖାପାତ କରିବା ସହ ସମସ୍ତେ ନିଜ ନିଜର ଅମୂଲ୍ୟ ସମ୍ପତ୍ତି “ସ୍ବାସ୍ଥ୍ୟ” ପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥଲେ। ସଭାପତି ଡାକ୍ତର ମହାପାତ୍ର ଏହି ମହତ୍ୱପୂର୍ଣ୍ଣ ଦିବସ ରେ ସ୍ବାସ୍ଥ୍ୟ ପ୍ରତି ସମସ୍ତଙ୍କର ଅଣଦେଖା ଭାବ ଓ ଯତ୍ନହୀନତା ଲାଗି ଦୁଃଖ ପ୍ରକାଶ କରିବା ସହ ସମସ୍ତ ମାନବ ସମାଜ ନିଜ ନିଜର ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ବାର୍ତ୍ତା ମାଧ୍ୟମରେ ଅନୁରୋଧ କରିଥିଲେ। ସାହାରା ଓଡ଼ିଶା ର ସମ୍ପାଦିକା ସୈ।ମ୍ଯା ମହାନ୍ତି ନିଜ ବକ୍ତବ୍ୟର ପ୍ରାରମ୍ଭରେ “ଶରୀର ଆଦ୍ଯମ୍,ଖଳୁ ଧର୍ମ ସାଧନମ୍” ର ମହତ୍ତ୍ଵ ବୁଝାଇବା ସହ ସ୍ବାସ୍ଥ୍ୟ ଦିବସ ରେ ମୋ ସ୍ବାସ୍ଥ୍ୟ,ମୋ ଅଧିକାର ବିଷୟରେ ତର୍ଜମା କରିଥିଲେ। ଏହି କାର୍ଯ୍ୟକ୍ରମରେ ସାହାରା ଓଡ଼ିଶା ର ଶ୍ରୀ ଖଗେନ୍ଦ୍ର ବେହେରା, ଶ୍ରୀମତୀ ସ୍ମୃତି ରାଉତ, ଶ୍ରୀ ସରୋଜ ସାହୁ, ଶ୍ରୀ କୃଷ୍ଣଚନ୍ଦ୍ର ମହାନ୍ତି, ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ଜେନା, ଶ୍ରୀମତୀ ଆଶାଲତା ଜେନା, ଶ୍ରୀମତୀ ସ୍ମରଣୀକା ଦାସ, ଶ୍ରୀମତୀ ତୁଳସୀ ମଲ୍ଲିକ, ଶ୍ରୀମତୀ ମାମା ଦାସ, ଶ୍ରୀମତୀ ଚନ୍ଦ୍ରିକା ସାହୁ, ଶ୍ରୀମତୀ ରଶ୍ମି ରେଖା ମଲ୍ଲିକ ଙ୍କ ସହ ବହୁ ଜନସାଧାରଣ ଯୋଗଦେଇଥିଲେ।ଅବଶେଷ ରେ ଶ୍ରୀମତୀ ସୁଚିଶ୍ମିତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ସେୟାର କରନ୍ତୁ

Next Post

ବିଜୁ ଜନତା ଦଳରେ ସାମିଲ ହେଲେ କଙ୍କଡାହାଡ ବ୍ଲକ ବାଲିକୁମା ପଞ୍ଚାୟତର ଶତାଧିକ ବିଜେପି କର୍ମୀ....

Sun Apr 7 , 2024
ବାସ୍ତବବ୍ୟୁରୋ: ପରଜଙ୍ଗ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କଙ୍କଡ଼ାହାଡ଼ ବ୍ଲକର ବାଲିକୁମା ପଞ୍ଚାୟତର ହାତୀବାରି ଠାରେ ବିଜେପି ଦଳର ଶତାଧିକ କର୍ମୀ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି,ଆଦର୍ଶ ରେ ଅନୁପ୍ରାଣିତ ହେବା ସହ ମାନ୍ୟବର ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ ଙ୍କ ବିକାଶମୂଳକ କାର୍ଯ୍ୟରେ ପ୍ରଭାବିତ ହେଇ ବିଧିବଦ୍ଧ ଭାବେ ବିଜୁ ଜନତାଦଳରେ ସାମିଲ ହେଲେ । ଏହି ଅବସରରେ ମାନ୍ୟବର ପୁର୍ବତନ ମନ୍ତ୍ରୀ ତଥା […]

You May Like

Pin It on Pinterest