ବନ୍ଦେ ଉତ୍କଳ ମହାସଂଘ ପକ୍ଷରୁ କୋଣାର୍କ ଉତ୍ସଵର ପ୍ରସ୍ତୁତ ବୈଠକ….

ପ୍ରମୋଦ ନାୟକ(ଭୁବନେଶ୍ବର): ବନ୍ଦେ ଉତ୍କଳ ମହାସଂଘର ଅଧ୍ୟକ୍ଷ ବିଜୟ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଭୁବନେଶ୍ଵରସ୍ଥିତ ହୋଟେଲ ସିଟି ରେସିଡ଼େନ୍ସି ଠାରେ କୋଣାର୍କ କଳା ଉତ୍ସବ ପାଳନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଅଛି ।

ମୁଖ୍ୟ ମନ୍ତ୍ରୀଙ୍କ କଳାକାର ସହାୟତା ପାଇଁ ଆବେଦନ କରୁଥିବା କଳାକାରମାନଙ୍କୁ ପ୍ରତି ଜିଲ୍ଲା ସଂସ୍କୃତି ବିଭାଗ କାର୍ଯ୍ୟାଳୟରେ ଅସହଯୋଗ କରାଯାଉଛି,ସେଥି ନେଇ ମହାସଂଘର ରାଜ୍ୟ କର୍ମକର୍ତ୍ତାମାନେ ସଂସ୍କୃତି ବିଭାଗ ନିର୍ଦେଶକଙ୍କୁ ଲିଖିତ ଭାବରେ ଜଣାଇବା ପାଇଁ ସଂଘ ପକ୍ଷରୁ ଏକ ପ୍ରସ୍ତାବ ଆଗତ କରାଯାଇଥିଲା, । ଆଗାମୀ କୋଣାର୍କ ଉତ୍ସବରେ ସଂକୀର୍ତ୍ତନ, ଆଦିବାସୀ ନୃତ୍ୟ, ସମ୍ବଲପୁରୀ, ରସରକେଳି, ଡାଲଖାଇ, କରମା, ଝୁମର, ଛଉ, ଓଡିଶୀ, ଦାସକାଠି, ଘୋଡାନାଚ, ନଉଡ଼ିଖେଳ ଆଦି ଅନେକ ଲୋକକଳାକୁ କାର୍ଯ୍ୟ କ୍ରମରେ ସାମିଲ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ରାଜ୍ୟ ସମ୍ବର୍ଦ୍ଧନାରେ କୋଣାର୍କ ଜାତୀୟ ସମ୍ମାନ, କୋଣାର୍କ ସେବା ସମ୍ମାନ ,କଳିଙ୍ଗ ରତ୍ନ ସମ୍ମାନ, କଳିଙ୍ଗ କଳା ସମ୍ମାନ ବରିଷ୍ଠ ଓ ବିଶିଷ୍ଟ କଳାକାରଙ୍କୁ ପ୍ରଦାନ କରାଯିବ, ବୋଲି ନିଷ୍ପତି ନିଆଯାଇଥିଲା। ଏହି ବୈଠକରେ ସମ୍ପାଦକ ବିନୋଦ କୁମାର ଭୋଇ, ପରିଚାଳନା ସମ୍ପାଦିକା ଜ୍ୟୋତ୍ସନା ନାଏକ, ସଂଗଠକ ଦିବାକର ପାତ୍ର, ବିଜନ କୁମାର ମହାନ୍ତି, ଚନ୍ଦ୍ରଶେଖର ସାମଲ, ବିଷ୍ଣୁ ବାରିକ, ବିପିନ ବିହାରୀ ଦାସ, ରାଘବ ଚନ୍ଦ୍ର ବେହେରା, ସଞ୍ଜୟ ପାତ୍ର, , ଅମିଲ୍ ପଟେଲ ,ସନ୍ତୋଷ ମହାନ୍ତ, ଲକ୍ଷ୍ମୀକାନ୍ତ ବାହିନୀପତି, ପ୍ରମୋଦ ଦାଶ, ଗୋଲାପ ଜେନା, ମୀନକେତନ ପ୍ରଧାନ, ସସ୍ମିତା ମହାନ୍ତ, ଦିଗମ୍ବର ସିଂ, ସୁପ୍ରଭା ସାହାନ , ପ୍ରମୁଖ ସମେତ ଅନୁଷ୍ଠାନର ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ ।

ସେୟାର କରନ୍ତୁ

Next Post

ନିର୍ବାଚନ କମିସନରଙ୍କ ସ୍ବୀକୃତି ପରେ ରାଜ୍ୟର ଦୁଇଟି ଜିଲ୍ଲାରେ ନୂଆ ଏସପିଙ୍କୁ ନିଯୁକ୍ତି....

Tue Apr 9 , 2024
ପ୍ରମୋଦନାୟକ(ଭୁବନେଶ୍ବର):ସୃଙ୍ଖଳିତ ନିର୍ବାଚନକୁ ଦୃଷ୍ଟିରେରଖି ମୁଖ୍ଯ ନିର୍ବାଚନ କମିସନରଙ୍କ ସ୍ବୀକୃତି ପରେ ରାଜ୍ୟର ଦୁଇଟି ଜିଲ୍ଲାରେ ନୂଆ ଏସପିଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନେ ହେଲେ ବ୍ରହ୍ମପୁର ପାଇଁ ସାର୍ଥକ ଷଡଙ୍ଗୀ ଏବଂ ଖୋର୍ଦ୍ଧା ପାଇଁ ଅବିନାଶ କୁମାର। ଉଭୟ ହେଉଛନ୍ତି ୨୦୦୭ ମସିହା ବ୍ୟାଚର ଆଇପିଏସ। ଓଡ଼ିଶା ସରକାର ତୁରନ୍ତ ନୂଆ କାର୍ଯ୍ୟରେ ଯୋଗଦେବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଦୁଇ ଜିଲ୍ଲାର ଏସପି […]

You May Like

Breaking News

Pin It on Pinterest