ଥୁଆପାଲି ନ୍ୟୁ ଡନବସ୍କୋ ଏକାଡେମୀ ଇଂରାଜୀ ମିଡିୟମ ସ୍କୁଲର ୨୦୨୩/୨୪ ର ବାର୍ଷିକ ଉତ୍ସବ…

ବରଗଡ:-(ନବୀନ କୁମାର ଦାଶ):ବରଗଡ ଜିଲ୍ଲା ଥୁଆପାଲି ନ୍ୟୁ ଡନବସ୍କୋ ଏକାଡେମୀ ଇଂରାଜୀ ମିଡିୟମ ସ୍କୁଲର ୨୦୨୩/୨୪ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ପ୍ରଥମେ ଅତିଥି ମାନଙ୍କ ଦ୍ବାରା ବାଗଦେବୀ ସରସ୍ଵତୀ ଓ ବିଘ୍ନ ବିନାଶ ଗଣେଶ କଂ ପ୍ରତିଛବି ନିକଟ ରେ ପ୍ରଦୀପ ପ୍ରଜ୍ବଳନ କରି ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ।

ବିଦ୍ୟାଳୟ ର ସହକାରୀ ଶିକ୍ଷକ ଅତୁଲ୍ୟ ମହାନନ୍ଦ ଙ୍କ ପରିଚାଳନାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉତ୍ତମ କୁମାର ସାହୁ ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି କଦୋବାହାଲ ମହାବିଦ୍ୟାଳୟ ର ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ଦାଶ, ସମ୍ମାନିତ ଅତିଥି ବରଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହକାରୀ ଶିକ୍ଷୟିତ୍ରୀ ତଥା ଟିଭି ରେଡିଓ କଳାକାର ଗୀତାଞ୍ଜଳି ପଣ୍ଡା,ନ୍ୟୁ ଡନବସ୍କୋ ବିଦ୍ୟାଳୟ ର ମେନେଜିଂ ଡାଇରେକ୍ଟର ସୁନୀଲ କୁମାର ସିଂ, ବିଦ୍ୟାଳୟର ଉପଦେଷ୍ଟା ତଥା କ୍ରୀଡ଼ାବିତ ଗୋପାଳ ସେଠ।ଏହି ସମୟରେ ଅତିଥି ମାନଙ୍କ ଦ୍ଵାରା ବିଦ୍ୟାଳୟ ର ବିଭିନ୍ନ କ୍ଷେତ୍ରରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀ ପୁରସ୍କୃତ କରାଯାଇଥିଲା।

ଏହି ଉତ୍ସବରେ ସମସ୍ତ ଅଭିଭାବକ, ଅଭିଭାବିକା ଓ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ସହଯୋଗ କରିଥିଲେ।ପରିଶେଷରେ ବିଦ୍ୟାଳୟ ର ଶିକ୍ଷୟତ୍ରୀ ମିନତୀ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ପରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଅଭିଭାବକ,ଅଭିଭାବିକା ଓ ଶିକ୍ଷକ ଶିକ୍ଷୟିତ୍ରୀ ଓ ଦର୍ଶକ ମାନଙ୍କ ଦ୍ଵାରା କରତାଳି ସହିତ ପ୍ରଶଂସା କରିଥିଲେ।

ସେୟାର କରନ୍ତୁ

Next Post

ରଣପୁର ବିଧାନସଭା ଆସନରେ ନୂଆ ଚେହେରା ଚୌକି କାହାର ହେବ...

Wed Apr 10 , 2024
ସଂଜୟ ଶତପଥୀ(କଟକ): ଆଗାମୀ ନିର୍ବାଚନ ଲାଗି ରଣପୁର ଆସନରୁ ଜନୈକ ଯୁବ ସମାଜସେବୀ ତଥା ବୃତ୍ତିରେ ଚାଟାର୍ଡ ଆକାଉଣ୍ଟାଣ୍ଟ ଶ୍ରୀ ସୁଧୀର ଦାଶ ପ୍ରାର୍ଥୀ ହେବେ ବୋଲି ଜନସାଧାରଣ ରେ ଚର୍ଚ୍ଚା ହେଉଛି।ଏହି ଯୁବ ପ୍ରତିଭାବାନ ସମାଜସେବୀ ଏବେକାର ରାଜନୀତିରେ ସମ୍ପୂର୍ଣ୍ଣ ଭାବେ ନୂଆ ଚେହେରା ହୋଇଥୂଲେ ମଧ୍ୟ ସ୍ଥାନୀୟ ଭୋଟରମାନଙ୍କର ଅତ୍ୟନ୍ତ ପ୍ରିୟ। ନିଜର ପ୍ରଗାଢ ବ୍ୟକ୍ତିତ୍ବ, ସ୍ବଚ୍ଛ ଭାବମୂର୍ତ୍ତି, ପାରଦର୍ଶିତା ଓ ସମାଜସେବା ହିଁ ଏହି ନୂତନ […]

You May Like

Pin It on Pinterest