
ସଂଜୟ ଶତପଥୀ(କଟକ): ଆଗାମୀ ନିର୍ବାଚନ ଲାଗି ରଣପୁର ଆସନରୁ ଜନୈକ ଯୁବ ସମାଜସେବୀ ତଥା ବୃତ୍ତିରେ ଚାଟାର୍ଡ ଆକାଉଣ୍ଟାଣ୍ଟ ଶ୍ରୀ ସୁଧୀର ଦାଶ ପ୍ରାର୍ଥୀ ହେବେ ବୋଲି ଜନସାଧାରଣ ରେ ଚର୍ଚ୍ଚା ହେଉଛି।ଏହି ଯୁବ ପ୍ରତିଭାବାନ ସମାଜସେବୀ ଏବେକାର ରାଜନୀତିରେ ସମ୍ପୂର୍ଣ୍ଣ ଭାବେ ନୂଆ ଚେହେରା ହୋଇଥୂଲେ ମଧ୍ୟ ସ୍ଥାନୀୟ ଭୋଟରମାନଙ୍କର ଅତ୍ୟନ୍ତ ପ୍ରିୟ। ନିଜର ପ୍ରଗାଢ ବ୍ୟକ୍ତିତ୍ବ, ସ୍ବଚ୍ଛ ଭାବମୂର୍ତ୍ତି, ପାରଦର୍ଶିତା ଓ ସମାଜସେବା ହିଁ ଏହି ନୂତନ ଚେହେରା ରେ ନୂତନତ୍ବ ଭରିଦେଇଛି।
ଜଣେ ଜଣାଶୁଣା ଆଧ୍ୟାତ୍ମିକବାଦୀଙ୍କ ସୁପୁତ୍ର ଏବଂ ମଧ୍ୟବିତ୍ତ ପରିବାରର ସଦସ୍ୟ ହୋଇ ମଧ୍ୟ ନିଜର କଠିନ ଅଧ୍ୟବସାୟ ଓ ଈଶ୍ୱର ଦତ୍ତ ପ୍ରତିଭା ବଳରେ ଜଣେ ଶ୍ରେଷ୍ଠ ଚାଟାର୍ଡ ଆକାଉଣ୍ଟାଣ୍ଟ ହୋଇପାରିଛନ୍ତି। ଶ୍ରୀ ଦାଶ ଏକାଧାରରେ ଜଣେ ବିଶିଷ୍ଟ ଯୁବ ଆଇନଜୀବୀ, ସୁନାମଧନ୍ୟ ସାମାଜିକ ଶିଳ୍ପୋଦ୍ୟୋଗୀ ,ସୁଦକ୍ଷ ଉଦ୍ୟୋଗ ପରାମର୍ଶଦାତା ଓ ପାରଙ୍ଗମ ଟିକସ ମାମଲା ପରିଚାଳକ ଭାବେ ନିଜର ଦକ୍ଷତା ପ୍ରତିପାଦନ କରିବା ସହ ଜନସାଧାରଣଙ୍କ ପ୍ରିୟ ଭାଜନ ହେବା ସହ କ୍ରେସ୍ପାଇ ର ସଭାପତି,ରୁଟସ୍ ଅଫ୍ ଓଡ଼ିଶା ଫାଉଣ୍ଡେସନର ପ୍ରତିଷ୍ଠାତାର ଅଧ୍ୟକ୍ଷ,ସେଲାର ର କାର୍ଯ୍ୟକାରୀ ସଦସ୍ୟ,ଓ୍ବାର୍ଲଡ ଓଡ଼ିଶା ସୋସାଇଟ୍ ଓ ଓଡ଼ିଶା ପଜିଟିଭିର ପ୍ରତିଷ୍ଠାତା ସଦସ୍ୟ ପଦ ମଣ୍ଡନ କରିବା ସହ ବହୁ ଅନୁଷ୍ଠାନ ସହିତ ଜଡ଼ିତ ଏବଂ ବହୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ।

ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ର ନିର୍ବାଚନ ର ଉଷ୍ମତା କୁ ଯଦି ଶ୍ରୀ ଦାଶ କୈାଣସି ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ହୁଅନ୍ତି ତେବେ ସେହି ଦଳ ଲାଗି ଶ୍ରୀ ଦାଶ ଏକ ଅମୂଲ୍ୟ ସମ୍ପତ୍ତି ଭାବେ ପରିଗଣିତ ହେବେ ବୋଲି ରାଜନୈତିକ ସମୀକ୍ଷକଙ୍କ ମତ, ତଥା ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ବର୍ତ୍ତମାନ ଆଲୋଚନା ର ମୁଖ୍ୟ ପ୍ରସଙ୍ଗ ହୋଇଛି।



