
ନବୀନ ଦାଶ(ବରଗଡ): ଆଜି ଗୁରୁବାର ସନ୍ଧ୍ଯା ୫ଟା ସମୟରେ ସମ୍ବଲପୁର ବନମଣ୍ଡଲ ଆଞ୍ଚଳିକ ବନସଂରକ୍ଷକ ଟି ଅଶୋକ କୁମାରଙ୍କ ନିର୍ଦ୍ଦେଶ କ୍ରମେ ଓ ବରଗଡ ବନଖଣ୍ଡ ଅଧିକାରୀ ବିକ୍ରମଦେବ ପଟ୍ଟନାୟକଙ୍କ ତତ୍ବାବଧାନରେ ବରଗଡ ବନାଞ୍ଚଳ ଅଧିନ ୫୩ ନମ୍ବର ଜାତୀୟ ରାଜପଥ ଅତାବିରା ନିକଟସ୍ଥ ରେଂଗାଲିକେମ୍ପ ଠାରେ ଏକ ଖଇର କାଠ ବୋଝେଇ ଟ୍ରକ ନଂ ସିଜି ୪ ଏଲ୍ ବି ୮୭୦୬ ବନବିଭାଗ କର୍ମଚାରୀମାନେ ଜବତ କରିଛନ୍ତି। ଉକ୍ତ ଖଇର କାଠ ସୋନପୁର ଜିଲ୍ଲା ଡୁଂଗୁରିପାଲି ଠାରେ ଲୋଡ ହୋଇ ସମ୍ବଲପୁର ଝାରସୁଗୁଡା ଦେଇ ହିମାଚଳ ପ୍ରଦେଶ ଯାଉଥିଲା। ଏହି ଟ୍ରକରେ ୧୮ ଟନ ଖଇର କାଠ ଥିଲା। ଯାହାର ଅନୁମାନିକ ମୂଲ୍ଯ ୧୮ ଲକ୍ଷ ଟଙ୍କା ହେବ। ଉକ୍ତ ଚଢାଉରେ ବରଗଡ ସହକାରୀ ବନସଂରକ୍ଷକ ରାଜେନ୍ଦ୍ର ଭୋଇ, ଅତାବିରା ବନପାଳ ଉଷେଶ୍ବରୀ ପ୍ରଧାନ, ତୁରୁମ ବନପାଳ ଲୋକେଶ୍ୱର ଭୋଇ,ସମ୍ବଲପୁର ବନପାଳ ପି କେ ଧଳ,ବନରକ୍ଷୀ କିଶୋର କୁମାର ସେଠ ପ୍ରମୁଖ ସାମିଲ ଥିଲେ। ବରଗଡ ବନାଞ୍ଚଳର ଓ ଆର କୋଡ ନମ୍ୱର୍ ୧ /୨୦୨୪ /୨୫ ରୁଜୁ କରାଯାଇ ତଦନ୍ତ କରା ଯାଉଛି।ଏହି ଘଟଣାରେ ଟ୍ରକ ଡ୍ରାଇଭର ଅଶୋକ କୁମାର ମୁଣ୍ଡାଙ୍କୁ ଗିରଫ କରାଯାଇଛି।