ସୋରଡା ରେ ବିଜେଡି – ବିଜେପି କୁ ଧରାଶାୟୀ କରି କଂଗ୍ରେସ ତାର ଗଡ଼ କୁ ଫେରିବ….

ବ୍ରଜବିହାରୀ ଶଢଙ୍ଗୀ(ଭଞ୍ଜନଗର): ବଦଳିବ ସରକାର, ଆସିବ କଂଗ୍ରେସ ଏହି ନାରାକୁ ପ୍ରଚାର କରି ନିଜର ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି ଯୁବ କଂଗ୍ରେସ ନେତା ହରିକୃଷ୍ଣ ରଥ।ଜଣେ ଅଭିଜ୍ଞ ରାଜନୀତିକ ପରିବାର ରୁ ଆସିଥିବା ହରେ କୃଷ୍ଣ, ସୋରଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କଗ୍ରେସ ବିଧାୟକ ପାର୍ଥି ଭାବେ ଚୟନ ହେବା ପରେ ନିଜର ପ୍ରଚାର ଅଭିଯାନ ଜିର କରିଛନ୍ତି।

ବେଲଗୁଣ୍ଠ। ବ୍ଲକ ର ବିଭିନ୍ନ ଅଞ୍ଚଳକୁ ପରିଦର୍ଶନ ପରେ ଆଜି ଏକ ପ୍ରେସ ମିଟ କରି କଂଗ୍ରେସ ର ବିଭିନ୍ନ ଏଜେଣ୍ଡା ବିଷୟରେ କହିବା ସହ କଂଗ୍ରେସ ର ଗଡ଼ ବେଲ ଗୁଣ୍ଠା ପୁଣି କଂଗ୍ରେସ ର ଅକ୍ତିଆର କୁ ଆସିବ ବୋଲି ଦୃଢକ୍ତି ପ୍ରକାଶ କରିଥିଲେ।ବେଲଗୁଣ୍ଠ। ଓ ସୋରଡା ଅଂଚଳରେ ବିକାଶ କୁ କଳଙ୍କି ଲାଗି ଯାଇଛି ଓ ଏହି କଳଙ୍କିକୁ କଂଗ୍ରେସ ହି ମୂଳ ପୋଛ କରିବ।ରାହୁଲ ଗାନ୍ଧୀ ଓ କଂଗ୍ରେସ ଚିନ୍ତା ଧାରା ରେ ଅନୁପ୍ରାଣିତ ହରି କୃଷ୍ଣ ରଥ ସୋରଡା ନିର୍ବାଚନ ମଣ୍ଡଳୀ ରେ ଜୟଯୁକ୍ତ ହୋଇ ରାଜ୍ୟରେ କଂଗ୍ରେସ ସରକାର ଗଠନ କୁ ସାକାର କରିବାକୁ ଅନୁରୋଧ କରିଛନ୍ତି।

ଶ୍ରୀ ରଥ ଆଜି ପ୍ରେସ ମିଟରେ ସୋରଡା ନିର୍ବାଚନ ମଣ୍ଡଳୀ ରେ ଦୀର୍ଘ ଦିନ ଧରି ଯେପରି ଦୁର୍ନୀତି, ଭ୍ରଷ୍ଟାଚାର ରହିଛି ସେସବୁ କୁ ଓପାଡି ଏକ ଶୃଙ୍ଖଳିତ କଂଗ୍ରେସ ସରକାର ଗଠନ କରିବା ପାଇଁ ଜନସାଧାରଣ ଙ୍କୁ ଆବାହନ କରିଥିଲେ।ଏଥର ସୋରଡା ରେ ବିଜେଡି – ବିଜେପି କୁ ଧରାଶାୟୀ କରି କଂଗ୍ରେସ ତାର ଗଡ଼ କୁ ଫେରିବ ବୋଲି ଶ୍ରୀ ରଥ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏଥି ସହିତ ଦଳ ତାଙ୍କ ଉପରେ ଭରସା କରିଥିବାରୁ ଦଳୀୟ ନେତା ଓ କର୍ମୀ ଙ୍କୁ କୃତଜ୍ଞତା ଜଣାଇଛନ୍ତି। ତେବେ ଆଗାମୀ ନିର୍ବାଚନ ସୋରଡା ରେ ହାଇଭଲଟେଜ୍ ତ୍ରିମୁଖୀ ଲଢେଇ ହେବାକୁ ଥିବା ବେଳେ ଉଭୟ ଦଳର ଦୁଇ ଅଭିଜ୍ଞ ସମ୍ପନ୍ନ ନେତା ଙ୍କ ବିରୋଧ ରେ ନବାଗତ ହରି କୃଷ୍ଣ ଙ୍କ ରଣନୀତି କିପରି ରହିବ ସେ ନେଇ ଦଳୀୟ କର୍ମୀ ମହଲରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।ଆଜିର ପ୍ରେସ ମିଟ ରେ କଂଗ୍ରେସ ଘୁମୁସର ପ୍ରଭାରୀ ପୂର୍ଣ୍ଣ ଚନ୍ଦ୍ର ନାୟକଙ୍କ ସହ ବହୁ ତୁଙ୍ଗ କଂଗ୍ରେସ ନେତା ଉପସ୍ଥିତ ଥିଲେ।

ସେୟାର କରନ୍ତୁ

Next Post

ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ନିର୍ବାଚନ କମିଶନର ପାଖରେ ବିଜେଡି କଲା ଅଭିଯୋଗ....

Fri Apr 12 , 2024
ପ୍ରମୋଦ ନାୟକ(ଭୁବନେଶ୍ବର): ବିଜେପି ନେତା ତଥା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ବିଜେଡି ଆଣିଲା ଅଭିଯୋଗ। ବିଜେଡିର ଏକ ପ୍ରତିନିଧୀ ଦଳ ଆଜି ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି। ସେଥିରେ ଦଳ ଉଲ୍ଲେଖ କରିଛି ଯେ, ପ୍ରଶାନ୍ତ ଜଗଦ୍ଦେବ ଜଙ୍କିଆ ଥାନା ଅଧିକାରୀଙ୍କ ଧମକଚମକ ଦେବା ସହିତ ନିର୍ବାଚନ କମିଶନରଙ୍କୁ କହି ବଦଳି କରିଦେବି […]

You May Like

Pin It on Pinterest