ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ନିର୍ବାଚନ କମିଶନର ପାଖରେ ବିଜେଡି କଲା ଅଭିଯୋଗ….

ପ୍ରମୋଦ ନାୟକ(ଭୁବନେଶ୍ବର): ବିଜେପି ନେତା ତଥା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ବିଜେଡି ଆଣିଲା ଅଭିଯୋଗ।

ବିଜେଡିର ଏକ ପ୍ରତିନିଧୀ ଦଳ ଆଜି ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି। ସେଥିରେ ଦଳ ଉଲ୍ଲେଖ କରିଛି ଯେ, ପ୍ରଶାନ୍ତ ଜଗଦ୍ଦେବ ଜଙ୍କିଆ ଥାନା ଅଧିକାରୀଙ୍କ ଧମକଚମକ ଦେବା ସହିତ ନିର୍ବାଚନ କମିଶନରଙ୍କୁ କହି ବଦଳି କରିଦେବି ବୋଲି କହିଛନ୍ତି। ଯାହା ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଛି ବୋଲି ବିଜେଡି ଦାବୀ କରିଛି। ଘଟଣାରୁ ପ୍ରକାଶ ଯେ, ଜଙ୍କିଆ ଥାନ ଅଧିନସ୍ଥ ଛଣଗିରିରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଏକ ପ୍ରଚାର ସମୟରେ ଜଗଦ୍ଦେବ ଜଣେ ସାମ୍ବାଦିକଙ୍କୁ ଆକ୍ରମଣ କରିଛନ୍ତି।

ସୁଚନା ଅନୁଯାଇ ସାମ୍ବାଦିକମାନେ ତାଙ୍କୁ ପ୍ରଶ୍ନ କଲାବେଳେ ଏପରି କାହିକି ପ୍ରଶ୍ନ କରୁଛ ବୋଲି କହି ଜଣେ ସାମ୍ବାଦିକଙ୍କ ମୋବାଇଲ ଛଡାଇ ନେଇଛନ୍ତି। ସେହିପରି ଜଙ୍କିଆ ଥାନା ଅଧିକାରୀଙ୍କୁ ମଧ୍ୟ ସେ ଧମକ ଦେଇଛନ୍ତି। ନିର୍ବାଚନ କମିଶନର ତୁରନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରନ୍ତୁ ବୋଲି ବିଜେଡି ଦାବୀ କରିଛି।

ସେୟାର କରନ୍ତୁ

Next Post

ମହା ବିଷୁବ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ସଂଜୟ ଦାସବର୍ମାଙ୍କ ସତ୍ୟବାଦୀରେ ଦେବାଦେବୀଙ୍କ ଆଶିଷ ଭିକ୍ଷା

Mon Apr 15 , 2024
ତ୍ରିନାଥ ବାରିକ(ସାଖିଗୋପାଳ): ମହା ବିଷୁବ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ପୁର୍ବତନ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଏବଂ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା ସତ୍ୟବାଦୀ ବ୍ଲକ ଛକ ଠାରେ ଶ୍ରୀ ବାଟ ମହାବୀରଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି। ଏହା ପରେ ଦୁଗଲ ଗ୍ରାମ ପଞ୍ଚାୟତର ମା’ ମଙ୍ଗଳା, ମା’ ହିଙ୍ଗୁଳା, ବୀର ଗୋବିନ୍ଦପୁର ଗ୍ରାମରେ ଅଧିଷ୍ଠାତ୍ରୀ […]

You May Like

Pin It on Pinterest