ମହା ବିଷୁବ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ସଂଜୟ ଦାସବର୍ମାଙ୍କ ସତ୍ୟବାଦୀରେ ଦେବାଦେବୀଙ୍କ ଆଶିଷ ଭିକ୍ଷା

ତ୍ରିନାଥ ବାରିକ(ସାଖିଗୋପାଳ): ମହା ବିଷୁବ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ପୁର୍ବତନ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଏବଂ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା ସତ୍ୟବାଦୀ ବ୍ଲକ ଛକ ଠାରେ ଶ୍ରୀ ବାଟ ମହାବୀରଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି।

ଏହା ପରେ ଦୁଗଲ ଗ୍ରାମ ପଞ୍ଚାୟତର ମା’ ମଙ୍ଗଳା, ମା’ ହିଙ୍ଗୁଳା, ବୀର ଗୋବିନ୍ଦପୁର ଗ୍ରାମରେ ଅଧିଷ୍ଠାତ୍ରୀ ଦେବୀ ମା’ ଦକ୍ଷିଣକାଳୀ, ସାରଙ୍ଗଯୋଡ଼ି ପଞ୍ଚାୟତରେ ବାବା ହରିଶଙ୍କର, ପ୍ରଭୁ ଶ୍ରୀ ମହାବୀର, ବଳପୁର ପଞ୍ଚାୟତରେ ଭ୍ରୁଗୁ ଘାଟ ମହାବୀର , ବୀରରାମ ଚନ୍ଦ୍ରପୁର ପଞ୍ଚାୟତରେ ଶ୍ରୀ ଗୋପୀନାଥ, ମା’ ମଣୀନାଗ ଦୁର୍ଗାଙ୍କୁ ଦର୍ଶନ କରି ଆଶିର୍ବାଦ ଲାଭ କରିବା ସହିତ ବାର୍ଷିକ ଯଜ୍ଞରେ ଯୋଗଦାନ କରିଥିଲେ। ଶ୍ରୀରାଚନ୍ଦ୍ରପୁର ମଧିତଳ ସାହୀ ମା’ ମଙ୍ଗଳାଙ୍କୁ ଦର୍ଶନ କରିଥିଲେ।

ଶେଷରେ ଦାସବିଦ୍ୟାଧରପୁର ଯାଇ ବାବା ନୀଳକଣ୍ଠେଶ୍ଵରଙ୍କ ଦର୍ଶନ ସହିତ ଖାଇଫୋଡ ଯାତ୍ରାରେ ସାମିଲ ହୋଇଥିଲେ, ଏହା ପରେ ଭୀଇପୁର ଗ୍ରାମର ଆରାଧ୍ୟ ଦେବୀ ମା’ ଗଡଚଣ୍ଡୀଙ୍କ ପୀଠକୁ ଯାଇ ମା’ ଙ୍କ ସାନ୍ନିଧ୍ୟ ଲାଭ କରିଥିଲେ। ପ୍ରସିଦ୍ଧ ଖାଇଫୋଡ ଉତ୍ସବରେ ସାମିଲ ହୋଇ ସମସ୍ତଙ୍କର ମଙ୍ଗଳ ମନାସିବା ସହିତ ଏହି ଯାତ୍ରା ରେ ସାମିଲ ହୋଇ ଥିବାରୁ ଶ୍ରୀ ଦାସବର୍ମା ନିଜକୁ ଧନ୍ୟ ମନେ କରିଥିଲେ ବୋଲି କହିଛନ୍ତି। ଏହି କାର୍ଯକ୍ରମରେ ଶ୍ରୀଯୁକ୍ତ ଦାସବର୍ମାଙ୍କ ସହିତ ବ୍ଲକ ଅଧ୍ୟକ୍ଷ ସୁନୀଲ ପଣ୍ଡା, ଉପାଧ୍ୟକ୍ଷାଙ୍କ ପ୍ରତିନିଧି ପ୍ରକାଶ ପ୍ରଧାନ, ପୁର୍ବତନ ଅଧ୍ୟକ୍ଷ ପ୍ରହଲ୍ଲାଦ ଘଟୁଆରୀ,ପ୍ରେମାନନ୍ଦ ବେହେରା, ରାମଚନ୍ଦ୍ର ମହାନ୍ତି, କୃଷ୍ଣଚନ୍ଦ୍ର ସ୍ବାଇଁ, ଦେବାଶିଷ ରାୟ, ସ୍ଵାଧୀନ ଭାରତ ଜେନା, ମାନସ ମହାରଣା, ଯମୁନା ବେହେରା, ପୁଷ୍ପାଞ୍ଜଳି ବିଶ୍ଵାଳ, ଜିଲ୍ଲା ପରିଷଦ ସଭ୍ୟ ନାରାୟଣ ରାଉତରାୟ ଏବଂ ଛାମୁଆ କର୍ମୀମାନେ ଉପସ୍ଥିତ ଥିଲେ।

ସେୟାର କରନ୍ତୁ

Next Post

ସାନଖେମୁଣ୍ଡି ଓ ଦିଗପହଣ୍ଡିରେ ପ୍ରାର୍ଥୀ ଦେବ ସିପିଆଇ...

Tue Apr 16 , 2024
ବାସ୍ତବବ୍ୟୁରୋ: ସାନଖେମୁଣ୍ଡି/ଦିଗପହଣ୍ଡି ୧୬/୪ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସିପିଆଇର ସାନଖେମୁଣ୍ଡି ଓ ବଡ଼ଖେମୁଣ୍ଡି ଆଞ୍ଚଳିକ ପରିଷଦର ପରିବର୍ଦ୍ଧିତ ବୈଠକ ଦିଗପହଣ୍ଡି ସ୍ଥିତ ମୁକ୍ତେଶ୍ଵର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସାଥୀ ତପନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚଳିତ ୨୦୨୪ ସାଧାରଣ ନିର୍ବାଚନରେ ସିପିଆଇର ଭିତ୍ତିଭୂମୀ ଥିବା ସାନଖେମୁଣ୍ଡି ଓ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ପାର୍ଟିର ନିର୍ବାଚନୀ କାର୍ଯକ୍ରମ ସମ୍ପର୍କିତ ବିଭିନ୍ନ ପ୍ରସ୍ତାବ ଆଗତ ସହ ଦୁଇ ଜୋନାଲ କମିଟିର ନିର୍ବାଚନୀ […]

You May Like

Pin It on Pinterest