
ବାସ୍ତବବ୍ୟୁରୋ: ସାନଖେମୁଣ୍ଡି/ଦିଗପହଣ୍ଡି ୧୬/୪ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସିପିଆଇର ସାନଖେମୁଣ୍ଡି ଓ ବଡ଼ଖେମୁଣ୍ଡି ଆଞ୍ଚଳିକ ପରିଷଦର ପରିବର୍ଦ୍ଧିତ ବୈଠକ ଦିଗପହଣ୍ଡି ସ୍ଥିତ ମୁକ୍ତେଶ୍ଵର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସାଥୀ ତପନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚଳିତ ୨୦୨୪ ସାଧାରଣ ନିର୍ବାଚନରେ ସିପିଆଇର ଭିତ୍ତିଭୂମୀ ଥିବା ସାନଖେମୁଣ୍ଡି ଓ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ପାର୍ଟିର ନିର୍ବାଚନୀ କାର୍ଯକ୍ରମ ସମ୍ପର୍କିତ ବିଭିନ୍ନ ପ୍ରସ୍ତାବ ଆଗତ ସହ ଦୁଇ ଜୋନାଲ କମିଟିର ନିର୍ବାଚନୀ ନିଷ୍ପତ୍ତି ସମ୍ପର୍କରେ ନିର୍ଦ୍ଧାରଣ କରାଯାଇଥିଲା।
ଦିଗପହଣ୍ଡି ଓ ସାନଖେମୁଣ୍ଡି ଅଞ୍ଚଳର ପ୍ରମୁଖ ଜନ ସମସ୍ୟା ତଥା ଶିକ୍ଷା ସ୍ବାସ୍ଥ୍ୟ କୃଷି ଜଳସେଚନ ବେକାରୀ ସମସ୍ୟା ନିରାକରଣ ଦିଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଫଳ ହୋଇଥିବା ସହ ଲୋକଙ୍କ ଜୀବନରେଖା ଘୋଡାହାଡ, ରଘୁନାଥ ସାଗର ଖଇରବାଙ୍କ ଗୋପାଳଗଣ୍ଡ ବେଲଘାଇ ଜଳଭଣ୍ଡାର ସମ୍ପ୍ରତି ସରକାରୀ ଉଦାସୀନତା ଯୋଗୁଁ ଶୁଷ୍କ ପଡ଼ିବା ଓ ଲୋକଙ୍କ ସ୍ୱାର୍ଥରେ ଆସୁନଥିବା ଅଭିଯୋଗ ହେଇଥିଲା। ସ୍କୁଲ କଲେଜରେ ଶିକ୍ଷକ ଅଭାବ ଡାକ୍ତରଖାନାରେ ଡ଼ାକ୍ତର ଅଭାବ ଜିଲ୍ଲାରେ କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା ପ୍ରଭୃତି ଜନସମସ୍ୟା ସମେତ ଦେଶର ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ଓ ଧର୍ମାନ୍ଧ ମୌଲବାଦୀ ଫାସିଷ୍ଟ ଶକ୍ତି ବିରୋଧରେ ବାମ ଗଣତାନ୍ତ୍ରିକ ଧର୍ମନିରପେକ୍ଷ ସମଭାବାପନ୍ନ ଦଳକୁ ନେଇ ସିପିଆଇ ତାର ନିର୍ବାଚନୀ ଲଢ଼େଇରେ ଅସ୍ତ୍ର କରିବ ବୋଲି ସୂଚନା ଦିଆଯାଇଛି।
ଦେଶ ଓ ରାଜ୍ୟର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ବିଜେପି ଓ ବିଜେଡ଼ିକୁ ପରାସ୍ତ କରିବା ପାଇଁ ଇଣ୍ଡିଆ ମେଣ୍ଟ ଗଠନ ଓ ମିଳିତ ନିର୍ବାଚନ ଲଢ଼େଇ ପାଇଁ ନୀତିଗତ ନିଷ୍ପତି ହୋଇଥିଲେ ମଧ୍ୟ ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ବାମଦଳ ସହ ବିଚାର ବିମର୍ଷ ନକରି କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଥିଲେ ମଧ୍ୟ ଆସନ୍ତା ନିର୍ବାଚନରେ ସାନଖେମୁଣ୍ଡି ଓ ଦିଗପହଣ୍ଡି ବିଧାନସଭା ଆସନରେ ସିପିଆଇ ପ୍ରାର୍ଥୀ ଦିଆଯିବ ବୋଲି ପ୍ରସ୍ତାବ ଗୃହୀତ କରାଯିବା ସହ ଜିଲ୍ଲା କମିଟିକୁ ଅବଗତ କରାଯାଇଛି ।
ବୈଠକରେ ଜିଲ୍ଲା ସହ ସମ୍ପାଦକ ପ୍ରଦୀପ ସେଠି ଜୋନ ସମ୍ପାଦକ କୈଳାସ ପାତ୍ର କିଶୋରକୁମାର ଶତପଥୀ ଜିଲ୍ଲା କାର୍ଯ୍ୟକାରୀ କମିଟି ସଭ୍ୟ ଅଳକନାଥ ମିଶ୍ର ବରିଷ୍ଠ ନେତା ବୃନ୍ଦାବନ ପଣ୍ଡା ଅନନ୍ତ ମହାଙ୍କୁଡ ଅଶୋକକୁମାର ଜେନା ଏ କୃଷ୍ଣମୂର୍ତ୍ତି ପାତ୍ର ବିନାୟକ ଦାଶ ଆର୍ ଦୈତାରି ରେଡ଼ି ରବୀନ୍ଦ୍ର ବିଶୋଇ ପାଣ ସେଠି ମୂଷା ବେହେରା ଏ ନରେନ୍ଦ୍ର ରେଡ଼ି ପ୍ରଶାନ୍ତ ଭୂୟାଁ ଗୋଲା ସ୍ଵାଇଁ ସନ୍ତୋଷ ସ୍ଵାଇଁ ଉଦୟନାଥ ମଳିକ ଅଶୋକ କୁମାର ସେଠୀ ଦୀନବନ୍ଧୁ ବିଷୋୟୀ ଲୋକା ବିଷୋୟୀ ରମେଶ ବାଡ଼ତ୍ୟା ପର୍ଶୁରାମ ବିଷୋୟୀ ଦଣ୍ଡପାଣି ସାହୁ ପ୍ରଦୀପ ପରିଡ଼ା ଝିଲି ସେଠି ନମିତା ସ୍ଵାଇଁ ପୂର୍ଣ୍ଣବାସୀ ବିଶୋୟୀଙ୍କ ସମେତ ଶାଖା କମିଟି ଗୁଡ଼ିକର ଶତାଧିକ ଦଳୀୟ କର୍ମୀ ଯୋଗ ଦେଇ ବିଭିନ୍ନ ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରିଥିଲେ।