ବାସ୍ତବ ବ୍ୟୁରୋ: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଦିନ ସାଢେ ୨ଟା ସୁଦ୍ଧା କେନ୍ଦୁଝରରେ ସର୍ବାଧିକ ୪୩ ଦଶମିକ ୫ ଡିଗ୍ରୀ ରେକର୍ଡ । ସେହିପରି ଝାରସୁଗୁଡାରେ ୪୩ ଦଶମିକ ୨, ସମ୍ବଲପୁରରେ ୪୨ ଦଶମିକ ୭, ରାଉରକେଲାରେ ୪୨ ଦଶମିକ ୬, ହୀରାକୁଦରେ ୪୨ ଦଶମିକ ୬, ଚାନ୍ଦବାଲିରେ ୪୧ ଦଶମିକ ୪, ରାଜଧାନୀ ଭୁବନେଶ୍ୱରରେ ୪୦ ଦଶମିକ ୫ ଡିଗ୍ରୀ ଓ ବାଲେଶ୍ୱରରେ ୪୦ ଦଶମିକ ୨ ତାପମାତ୍ରା ରେକର୍ଡ । ଆଜି ୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ସେହିପରି ପୁରୀରେ ୩୪ ଦଶମିକ ୬, ପାରାଦୀପରେ ୩୩ ଦଶମିକ ୨ ଓ ଗୋପାଳପୁରରେ ୩୨ ଦଶମିକ ୬ ଡିଗ୍ରୀ ତାପମାତ୍ରା ରହିଛି ।
୨୧ ତାରିଖ ପରେ ତାତିରୁ କିଛି ଦିନ ପାଇଁ ସାମାନ୍ୟ ତ୍ରାହି ମିଳିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପାଣିପାଗ ବିଭାଗ ନୟାଗଡ଼, ଅନୁଗୁଳୁ, ମୟୁରଭଞ୍ଜ ଓ ବୌଦ୍ଧରେ ଭୀଷଣ ଗ୍ରୀଷ୍ମପ୍ରବାହ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। କୋରାପୁଟ, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ଗଞ୍ଜାମ, ଗଜପତି ଜିଲ୍ଲାର କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହୋଇପାରେ।
ପାଣିପାଗ ବିଭାଗର ସୂଚନା ଅନୁସାରେ ଦକ୍ଷିଣ ଉପକୂଳ ଓଡ଼ିଶା ସମେତ ପାଶ୍ୱବର୍ତ୍ତି ଜିଲ୍ଲା ଗୁଡ଼ିକରେ ବଙ୍ଗୋପସାଗର ଅଂଚଳରୁ ପ୍ରବାହିତ ବାୟୁର ସକ୍ରିୟତା ବୃଦ୍ଧି ସହ ଧୀରେଧୀରେ ଜଳୀୟ ବାଷ୍ପର ମାତ୍ରା ବୃଦ୍ଧି ପାଇଛି। ଫଳରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ଏହି ଜଳୀୟ ବାଷ୍ପ ପୂର୍ଣ୍ଣ ବାୟୁ ଉତପ୍ତ ବାୟୁମଣ୍ଡଳ ପରସ୍ପର ସଂସ୍ପର୍ଶରେ ପ୍ରତିକ୍ର୍ରିୟା ଯୋଗୁ କାଳବୈଶାଖୀ ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ।



