ଏପ୍ରିଲ୍ ୨୫ରେ ଓଡିଶା ଆସୁଛନ୍ତି ଅମିତ ଶାହ

ବାସ୍ତବ ବ୍ୟୁରୋ: ଏପ୍ରିଲ ୨୫ ତାରିଖରେ ସୋନପୁର ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଓଡିଶା ଆସି ସୋନପୁରରେ କରିବେ ହାଇଭୋଲଟେଜ ପ୍ରଚାର । ସନ୍ଧ୍ୟା ବେଳେ ଭୁବନେଶ୍ୱରରେ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏନେଇ ସୂଚନା ଦେଇଛନ୍ତି ବିଜେପି ଉପସଭାପତି ଗୋଲକ ମହାପାତ୍ର।

ଶ୍ରୀ ମହାପାତ୍ର କହିଛନ୍ତି, ଓଡ଼ିଶାରେ ବିଜେପି ମାଆ, ମାଟି ଓ ମାତୃଭାଷାକୁ ନେଇ ଲଢ଼େଇ ଆରମ୍ଭ କରିଛି। ଏହି ଲଢ଼େଇର ଶୁଭାରମ୍ଭ ଆସନ୍ତା ୨୫ ତାରିଖ ଅପରାହ୍ନରେ ସୋନପୁର ମାଟିରୁ ଆରମ୍ଭ ହେବ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୨୫ ତାରିଖରେ ସୋନପୁରରୁ ଓଡ଼ିଶାରେ ନିର୍ବାଚନ ଲଢ଼େଇର ବିଗୁଲ୍‌ ବଜାଇବେ। ଦୁଇ ଦିନ ତଳେ ଦିଲ୍ଲୀରେ ଯେଉଁ କଥା କହିଥିଲେ, ସେହି କଥାକୁ ଓଡ଼ିଶାବାସୀଙ୍କ ଆଗରେ ରଖିବା ପାଇଁ ସେ ଆସୁଛନ୍ତି। ସେଠାରେ ଏକ ବିଶାଳ ଜନ ସଭା ଆୟୋଜନ କରାଯିବ। ସେ ଜନସାଧାରଣଙ୍କୁ ସମ୍ୱୋଧିତ କରିବେ। ତା’ପରେ ସେ ଭୁବନେଶ୍ୱର ଆସିବେ। ସନ୍ଧ୍ୟା ବେଳେ ନିର୍ବାଚନ ରଣନୀତି ସମ୍ପର୍କରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହିତ ଆଲୋଚନା କରିବେ। ରାତିରେ ସେ ଭୁବନେଶ୍ୱରରେ ରହିବେ। ତେଣୁ ଆମେ ଉତ୍ସାହିତ ଅଛୁ। ଓଡ଼ିଶାରେ ବିଜେପିର ସରକାର ହେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ତେବେ ବଲାଙ୍ଗିର ସଂସଦୀୟ କ୍ଷେତ୍ରରେ ସଂଗୀତା ସିଂହ ଦେଓଙ୍କୁ ସାଂସଦ ପ୍ରାର୍ଥୀ କରିଥିବା ବେଳେ ସେହିପରି ସୋନପୁର ବିଧାନସଭା କ୍ଷେତ୍ରରୁ ପ୍ରମୋଦ ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି ଦଳ । ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ନିର୍ବାଚନରେ ବିଜୟୀ ହେବାକୁ ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ଅମିତ ଶାହା ।

ସେୟାର କରନ୍ତୁ

Next Post

ସମ୍ଭାବ୍ଯ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ ୨୫ରୁ ରାଜ୍ୟ ସରକାରଙ୍କ ଖରା ଛୁଟି ଘୋଷଣା...

Sun Apr 21 , 2024
ବାସ୍ତବ ବ୍ୟୁରୋ: ଆସନ୍ତା ଏପ୍ରିଲ ୨୫ ତାରିଖରୁ ଗ୍ରୀଷ୍ମ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଆସନ୍ତାକାଲିଠାରୁ ଅର୍ଥାତ୍ ଏପ୍ରିଲ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକ ଚାଲିବ। ସକାଳ ସାଢ଼େ ୬ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ସ୍କୁଲ୍ ଗୁଡ଼ିକ ଖୋଲା ରହିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି। ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଓ ପାଣିପାଗ ବିଭାଗର ସୂଚନାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି […]

You May Like

Pin It on Pinterest