ସମ୍ଭାବ୍ଯ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ ୨୫ରୁ ରାଜ୍ୟ ସରକାରଙ୍କ ଖରା ଛୁଟି ଘୋଷଣା…

ବାସ୍ତବ ବ୍ୟୁରୋ: ଆସନ୍ତା ଏପ୍ରିଲ ୨୫ ତାରିଖରୁ ଗ୍ରୀଷ୍ମ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଆସନ୍ତାକାଲିଠାରୁ ଅର୍ଥାତ୍ ଏପ୍ରିଲ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକ ଚାଲିବ। ସକାଳ ସାଢ଼େ ୬ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ସ୍କୁଲ୍ ଗୁଡ଼ିକ ଖୋଲା ରହିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି। ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଓ ପାଣିପାଗ ବିଭାଗର ସୂଚନାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ଗ୍ରୀଷ୍ମ ଛୁଟି ସମୟରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ପାଇଁ ଶିକ୍ଷା ତଥା ଶୈକ୍ଷିକ କାର୍ଯ୍ୟକ୍ରମ ନିମନ୍ତେ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଦ୍ୟାଳୟ ପରିଚାଳନା କରାଯିବ ବୋଲି ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ରିଲିଜ୍‌ରେ ଉଲ୍ଲେଖ କରାଯାଇଛି।

ସୂଚନାନୁଯାୟୀ, ରାଜ୍ୟରେ ସପ୍ତାହେ ହେଲାଣି ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଛି। ଏହାକୁ ଦୃଷ୍ଟିରେ ରଖି ଗତ ୧୮ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ୩ ଦିନ ପାଇଁ ସମସ୍ତ ସ୍କୁଲ୍‌ଗୁଡ଼ିକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଥିଲେ।

ସେୟାର କରନ୍ତୁ

Next Post

ବିକଶିତ ଭାରତ ଏବଂ ବିକଶିତ ଓଡିଶା ଗଠନ’ରେ ‘ବୁଷ୍ଟର’ ସଦୃଶ ହେବ ବିଜେପିର ସଂକଳ୍ପ ପତ୍ର- ୨୦୨୪....

Tue Apr 23 , 2024
ମନୋଜ ମହାନ୍ତି(ଭୁବନେଶ୍ୱର): ‘ସଂସ୍କାର–ସମ୍ପାଦନ –ରୁପାନ୍ତରିତ’କୁ ମୁଳମନ୍ତ୍ର ଏବଂ ସବକା ସାଥ୍‌, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସକୁ ଆଧାର କରି ମୋଦି ସରକାର “ସୁରକ୍ଷିତ ଭାରତ – ସମୃଦ୍ଧ ଭାରତ” ଗଠନ ପାଇଁ ସଂକଳ୍ପବଦ୍ଧ। ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ଦେଶବାସୀଙ୍କୁ ଦିଆଯାଇଥିବା ୨୩୫ଟି ପ୍ରତିଶୃତି ମଧ୍ୟରୁ ୨୨୨ଟି ପ୍ରତିଶୃତିକୁ ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଜୀ। ମୋଦି ସରକାରଙ୍କ ଗତ ୧୦ ବର୍ଷର ବିଶ୍ୱସନୀୟତା ଏବଂ ଆଗାମୀ […]

You May Like

Pin It on Pinterest