ମହମ୍ମଦ ମୋକିମଙ୍କୁ ସୁପ୍ରିମ କୋର୍ଟର ଝଟକା ନିର୍ବାଚନ ଲଢି ପାରିବେ ନାହିଁ….

ସଂଜୟ ଶତପଥୀ(କଟକ): କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଙ୍କୁ ସୁପ୍ରିମ କୋର୍ଟରୁ ଜାମିନ ମିଳିଛି ସତ,ହେଲେ ନିର୍ବାଚନରେ ପ୍ରାର୍ଥୀ ହୋଇ ପାରିବେ ନାହିଁ ।

ORHDC ର ଦୁର୍ନୀତି ମାମଲାରେ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ମାନ୍ୟବର ସୁପ୍ରିମ କୋର୍ଟ । ମୋକିମଙ୍କ ସ୍ୱତନ୍ତ୍ର ଲିଭ୍ ଆପଲିକେସନ କୁ ଗ୍ରହଣ କରି ରାଜ୍ୟ ଭିଜିଲାନ୍ସକୁ ନୋଟିସ ଜାରି କରିଛନ୍ତି ସୁପ୍ରିମ କୋର୍ଟ । ଏହା ସହିତ ତଳ କୋର୍ଟ ଦେଇଥିବା ଦଣ୍ଡାଦେଶ୍ ଉପରେ ରହିତାଦେଶ୍ ଲଗାଇଛନ୍ତି ଅଦାଲତ । ତେବେ ଏହି ସର୍ତମୂଳକ ଜାମିନରେ ନିର୍ବାଚନ ଲଢ଼ିପାରିବେ ନାହିଁ ମହମ୍ମଦ ମୋକିମ । ଏ ନେଇ ସ୍ପଟ୍ କରିଛନ୍ତି ଭିଜିଲାନ୍ସ ଆଇନଜୀବୀ ପ୍ରଶାନ୍ତ ରଞ୍ଜନ ନାୟକ ।

ସୂଚନା ଥାଉକି, ମଙ୍ଗଳ ବାର ଦିନ ମହମ୍ମଦ ମୋକୀଙ୍କ ଜେଲ୍ ଦଣ୍ଡାଦେଶ ମାମଲାର ଶୁଣାଣୀ ହୋଇଥଲା ।ORHDC ଦୁର୍ନୀତି ମାମଲାରେ ଶୁଣାଣୀ କରିଥଲେ ସୁପ୍ରିମ କୋର୍ଟ । ୨୦୨୪ ନିର୍ବାଚନ ମୋକୀମ ଲଢ଼ିପାରିବେ କି ନାହିଁ ତାହା ଜଣାପଡ଼ିନାହିଁ। ଓଡ଼ିଶା ହାଉସିଂ ଡେଭଲପମେଣ୍ଟ କର୍ପୋରେସନ ର ଦୁର୍ନୀତି ମାମଲାରେ ଅପ୍ରେଲ ୧୦ ତାରିଖରେ କଟକ ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥଲେ ମହମ୍ମଦ ମୋକିମ୍। ତେବେ ଗତ ମଙ୍ଗଳବାର ଅଦାଲତ ଏହି ମାମଲାର ଶୁଣାଣି କରି ମୋକିଂଙ୍କ ଆତ୍ମସମର୍ପଣ ନିର୍ଦ୍ଦେଶ ଉପରେ ୨୨ ତାରିଖ ପର୍ଯ୍ୟନ୍ତ ରୋକ ଲଗାଇଥିଲେ । ସୋମ ବାର ସୁପ୍ରିମ କୋର୍ଟରେ ଏହି ମାମଲାର ଶୁଣାଣି ଥିଲା, ହେଲେ ଅଦାଲତ ଏହାକୁ ଗୋଟିଏ ଦିନ ଘୁଞ୍ଚାଇ ଦେଇଥିଲେ ।ORHDC। ଦୁର୍ନୀତି ମାମଲାରେ ଭିଜିଲାନ୍ସ କୋର୍ଟ ମହମ୍ମଦ ମୋକିମକୁ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ଉକ୍ତ ରାୟକୁ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ ବାରବାଟୀ ବିଧାୟକ ।

ହେଲେ ମହମ୍ମଦ ମୋକିଂଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରି ତଳ ଅଦାଲତଙ୍କ ରାୟକୁ କାୟମ ରଖିଥିଲେ । ତେବେ ଏହା ବିରୋଧରେ ମହମ୍ମଦ ମୋକିଂ ସୁପ୍ରିମ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆଜି ORHDC ଦୁର୍ନୀତି ମାମଲାର ଶୁଣାଣି କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ମହମ୍ମଦ ମୋକିମ ଜାମିନ ପାଇଲେ ସତ କିନ୍ତୁ ନିର୍ବାଚନରେ ଲଢ଼ିପାରିବେ ନାହିଁ ବୋଲି ଅଦାଲତ ଘୋଷଣା କରିଛନ୍ତି ।

ସେୟାର କରନ୍ତୁ

Next Post

ଦିନ ସାଢେ ୨ଟାସୁଦ୍ଧା ଝାରସୁଗୁଡା ୪୩.୬ ଡିଗ୍ରୀ ରେକର୍ଡ...

Thu Apr 25 , 2024
ବାସ୍ତବ ବ୍ୟୁରୋ: ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର । ଦିନ ସାଢେ ୨ଟାସୁଦ୍ଧା ଝାରସୁଗୁଡା ୪୩.୬ ଡିଗ୍ରୀ ରେକର୍ଡ ହୋଇଛି । ଅତି ସାଂଘାତିକ୍ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ଜାରି କରିଛି ଆଂଚଳିକ ପାଣିପାଗ ବିଭାଗ । ଆସନ୍ତାକାଲି ପାଇଁ ୯ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍‌ ଅନୁସାରେ ବାରିପଦାରେ ୪୩.୬ ଡିଗ୍ରୀ, ନୂଆପଡ଼ାରେ […]

You May Like

Pin It on Pinterest