ବାସ୍ତବ ବ୍ୟୁରୋ: ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର । ଦିନ ସାଢେ ୨ଟାସୁଦ୍ଧା ଝାରସୁଗୁଡା ୪୩.୬ ଡିଗ୍ରୀ ରେକର୍ଡ ହୋଇଛି । ଅତି ସାଂଘାତିକ୍ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ଜାରି କରିଛି ଆଂଚଳିକ ପାଣିପାଗ ବିଭାଗ । ଆସନ୍ତାକାଲି ପାଇଁ ୯ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍ ଅନୁସାରେ ବାରିପଦାରେ ୪୩.୬ ଡିଗ୍ରୀ, ନୂଆପଡ଼ାରେ ୪୩.୫ ଡିଗ୍ରୀ, ତାଳଚେରରେ ୪୩.୪ ଡିଗ୍ରୀ, ବୌଦ୍ଧରେ ୪୩.୨ ଡିଗ୍ରୀ, କେନ୍ଦ୍ରାପଡ଼ାରେ ୪୩ ଡିଗ୍ରୀ, କଟକରେ ୪୩ ଡିଗ୍ରୀ,ବଲାଙ୍ଗିରରେ ୪୩ ଡିଗ୍ରୀ, ଅନୁଗୋଳରେ ୪୨.୯ ଡିଗ୍ରୀ, ଭଦ୍ରକରେ ୪୨.୮ ଡିଗ୍ରୀ, ଢେଙ୍କାନାଳରେ ୪୨.୭ ଡିଗ୍ରୀ, ମାଲକାନଗିରିରେ ୪୨.୬ ଡିଗ୍ରୀ, ଟିଟିଲାଗଡ଼ରେ ୪୨.୬ ଡିଗ୍ରୀ, ଯାଜପୁରରେ ୪୨.୫ ଡିଗ୍ରୀ, ସମ୍ୱଲପୁରରେ ୪୨.୫ ଡିଗ୍ରୀ, ପାରଳାଖେମୁଣ୍ଡିରେ ୪୨.୪ ଡିଗ୍ରୀ, ଭବାନୀପାଟଣାରେ ୪୨.୪ ଡିଗ୍ରୀ, ହୀରାକୁଦରେ ୪୨.୪ ଡିଗ୍ରୀ, ଭୁବନେଶ୍ୱରରେ ୪୨.୨ ଡିଗ୍ରୀ, ନୟାଗଡ଼ରେ ତାପମାତ୍ରା ୪୨.୨ ଡିଗ୍ରୀ ରେକର୍ଡ କରାଯାଇଛି।
ସେହିପରି ସୁନ୍ଦରଗଡ଼ରେ ୪୨ ଡିଗ୍ରୀ, ଜଗତସିଂହପୁରରେ ୪୨ ଡିଗ୍ରୀ, ଚାନ୍ଦବାଲିରେ ୪୧.୮ ଡିଗ୍ରୀ, କେନ୍ଦୁଝରରେ ୪୧.୮ ଡିଗ୍ରୀ, ଖୋର୍ଦ୍ଧାରେ ୪୧.୫ ଡିଗ୍ରୀ, ରାଉରକେଲାରେ ୪୧.୪ ଡିଗ୍ରୀ, ବାଲେଶ୍ୱରରେ ୪୧.୧ ଡିଗ୍ରୀ, ସୋନପୁରରେ ୪୧ ଡିଗ୍ରୀ, ବରଗଡ଼ରେ ୪୦.୮ ଡିଗ୍ରୀ, ଫୁଲବାଣୀରେ ୪୦.୬ ଡିଗ୍ରୀ, ରାୟଗଡ଼ାରେ ୪୦.୬ ଡିଗ୍ରୀ, ନବରଙ୍ଗପୁରରେ ୪୦.୪ ଡିଗ୍ରୀ, ଛତ୍ରପୁରରେ ୪୦.୨ ଡିଗ୍ରୀ, ଦେବଗଡ଼ରେ ୩୯.୮ ଡିଗ୍ରୀ, କୋରାପୁଟରେ ୩୭.୬ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩ ଡିଗ୍ରୀ, ପୁରୀରେ ୩୫ ଡିଗ୍ରୀ, ଗୋପାଳପୁରରେ ୩୪.୮ ଡିଗ୍ରୀ ଓ ପାରାଦୀପରେ ତାପମାତ୍ରା ୩୪.୨ ଡିଗ୍ରୀ ରେକର୍ଡ କରାଯାଇଛି।
ଏହାସହ ୨୮ ଓ୨୯ରେ ସାରା ଓଡିଶାକୁ ଅରେଂଜ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୪ ଦିନ ଅତି ସାଂଘାତିକ୍ ଗ୍ରୀଷ୍ମ ପ୍ରବାହ ପାଇଁ ଘରୁ ନ ବାହାରିବାକୁ ଚେତାବନୀ ଦିଆଯାଇଛି ।



