ଆସନ୍ତା ୨୮ରେ ଓଡ଼ିଶା ଗସ୍ତରେ ଆସିବେ ଜେ.ପି ନଡ୍ଡା ଏବଂ ରାହୁଲ ଗାନ୍ଧୀ

ବାସ୍ତବ ବ୍ୟୁରୋ: ଆସନ୍ତା ୨୮ରେ ଦିନିକିଆ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା। ବିଜେପିର ବରିଷ୍ଠ ନେତା ସମୀର ମହାନ୍ତି ଆଜି ଏହି ସୂଚନା ଦେଇଛନ୍ତି।

ଜେ.ପି ନଡ୍ଡା ଦିନିକିଆ ଗ୍ରସ୍ତରେ ବ୍ରହ୍ମପୁରରେ ସାଧାରଣ ସଭାକୁ ସମ୍ବୋଧିତ କରିବେ। ଏହାସହ ସେଠାରେ ବିଜେପିର କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେବେ। ଏହାପରେ ଜେ.ପି ନଡ୍ଡା ନବରଙ୍ଗପୁର ଯିବେ। ସେଠାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଭେଟି ଆଲୋଚନା କରିବେ। 

ଅନ୍ୟପଟେ ସେହିଦିନ ନିଶ୍ଚିନକୋଇଲିରେ ନିର୍ବାଚନୀ ସଭା କରିବା ସହ ରାଲି କରିବେ ରାହୁଲ ଗାନ୍ଧୀ । ରାହୁଲଙ୍କ ସଭାରେ ଉପକୂଳ ଜିଲ୍ଲା କଟକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର ଅଞ୍ଚଳରୁ ବହୁ କଂଗ୍ରେସ କର୍ମୀ ଯୋଗଦେବେ । ଉପକୂଳ ନେତା ଓ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେବେ ରାହୁଲ । ନଡ୍ଡାଙ୍କ ଗସ୍ତକୁ ନେଇ ବିଜେପି ନେତା ଓ କର୍ମୀ ଏବଂ ରାହୁଲଙ୍କ ଗସ୍ତକୁ ନେଇ କଂଗ୍ରେସ କର୍ମୀ ବେଶ ଉତ୍ସାହିତ ଅଛନ୍ତି ।

ସେୟାର କରନ୍ତୁ

Next Post

ଓଡ଼ିଶାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

Sun Apr 28 , 2024
ବାସ୍ତବ ବ୍ୟୁରୋ:  ଭାରତୀୟ ଜନତା ପାର୍ଟି (ବିଜେପି) ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଓଡ଼ିଶାକୁ ନିର୍ବାଚନ ପ୍ରଚାର ପାଇଁ ଆଜି ଆସିଛନ୍ତି। ଅପରାହ୍ନ ପ୍ରାୟ ୪.୫୦ରେ ସେ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ। ଏଠାରୁ ସେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବ୍ରହ୍ମପୁର ଯାଇ ସେଠାରେ ଦଳ ପକ୍ଷରୁ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ। ହେଲିକପ୍ଟରରେ ବସିବା ପୂର୍ବରୁ ସେ ଏୟାରପୋର୍ଟର ଦଳୀୟ ନେତାଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଗ୍ରହଣ କରିଥିଲେ। ଏଥି […]

You May Like

Pin It on Pinterest