ଓଡ଼ିଶାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ବାସ୍ତବ ବ୍ୟୁରୋ:  ଭାରତୀୟ ଜନତା ପାର୍ଟି (ବିଜେପି) ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଓଡ଼ିଶାକୁ ନିର୍ବାଚନ ପ୍ରଚାର ପାଇଁ ଆଜି ଆସିଛନ୍ତି। ଅପରାହ୍ନ ପ୍ରାୟ ୪.୫୦ରେ ସେ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ। ଏଠାରୁ ସେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବ୍ରହ୍ମପୁର ଯାଇ ସେଠାରେ ଦଳ ପକ୍ଷରୁ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ। ହେଲିକପ୍ଟରରେ ବସିବା ପୂର୍ବରୁ ସେ ଏୟାରପୋର୍ଟର ଦଳୀୟ ନେତାଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଗ୍ରହଣ କରିଥିଲେ। ଏଥି ସହିତ ବିଜେପି ଶିବିର ଚଳଚଞ୍ଚଳ ହୋଇଉଠିଛି। 

ବ୍ରହ୍ମପୁରର ଆମ୍ବପୁଆରେ ବିଜେପିର ବିଶାଳ ସାଧାରଣ ସଭାରେ ସେ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରିଥିଲେ।  ସେ ଜୟଜଗନ୍ନାଥ କହି ନିଜର ଭାଷଣ ଆରମ୍ଭ କରିବା ସହ ମଧୁ ବାବୁ ଓ କୃଷ୍ଣଚନ୍ଦ୍ର ଗଜପତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। 

ଏହାପରେ ଜେପି ନଡ୍ଡା ଓଡ଼ିଶାରେ ଶାସନ ପରିବର୍ତ୍ତନ କରିବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, “ଏ ସରକାର ବଦଳିବା ଦରକାର। ଆୟୁଷ୍ମାନ ଭାରତ ଯୋଜନାରୁ ଓଡ଼ିଶା ଲୋକ ବଞ୍ଚିତ ରହିଛନ୍ତି। ଏଭଳି ସରକାର ରହିବା ଅନୁଚିତ। ସରକାର ବଦଳିବା ଦରକାର। ବିପକ୍ଷ ସରକାର ଥିବା ସତ୍ତ୍ୱେ ମୋଦି ସର୍ବାଧିକ ଅନୁଦାନ ଦେଇଛନ୍ତି। ରେଲୱେରେ ଓଡ଼ିଶା ପାଇଁ ୧୨ ଗୁଣା ବଜେଟ ବଢ଼ାଯାଇଛି। ୫୫୦ କୋଟି ଟଙ୍କାରେ ୨୫ ରେଳ ଷ୍ଟେସନ କାମ ଚାଲିଛି।”

ସେ କହିଛନ୍ତି ଯେ, ଏହି ନିର୍ବାଚନ ମୋଦୀଙ୍କ ନେତୃତ୍ବରେ ବିକଶିତ ଭାରତ ନିର୍ମାଣ ପାଇଁ। ଓଡ଼ିଶାର ବିକାଶ ପାଇଁ। ଦେଶର ୮୦ କୋଟି ଲୋକଙ୍କୁ ମୋଦୀ ସରକାର ପ୍ରତିମାସ ରାସନ ଦେଉଛନ୍ତି। ଓଡ଼ିଶାରେ ୩ କୋଟି ୨୦ ଲକ୍ଷ ଲୋକ ଗରିବ କଲ୍ୟାଣ ଯୋଜନାରେ ସାମିଲ ଅଛନ୍ତି। ପ୍ରତି ପଞ୍ଚାୟତକୁ ବିକାଶ ପାଇଁ ୩ରୁ ୫ କୋଟି ଟଙ୍କା ମିଳୁଛି। ଉଜ୍ଜଳା ଯୋଜନାରେ ୧୦ କୋଟି ଲୋକଙ୍କୁ ଗ୍ୟାସ ସଂଯୋଗ ଦିଆଯାଇଛି।

 ଶ୍ରୀ ନଡ୍ଠା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି। ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରି ଶ୍ରୀ ନଡ୍ଡା କହିଛନ୍ତି, ଓଡ଼ିଶାର ୨୧ ସାଂସଦ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇ ବିଜୟୀ କରାନ୍ତୁ। ନରେନ୍ଦ୍ର ମୋଦୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରନ୍ତୁ। ନବୀନ ସରକାର ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶାରେ ଲାଗୁ କରୁ ନାହାନ୍ତି। ଓଡ଼ିଶାରେ ବିଜେପି ସରକାର ଆସିଲେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ। ଓଡ଼ିଶା ଚଳାଇବା ପାଇଁ ରାଜ୍ୟରେ ନେତା ନାହାନ୍ତି କି ବୋଲି ପ୍ରଶ୍ନ ପଚାରିଛନ୍ତି। ଓଡ଼ିଶାରେ ବାହାର ଲୋକଙ୍କୁ ପ୍ରତ୍ସୋହନ ଦିଆଯାଉଛି। ବିଜେଡି ସରକାରରେ ଦୁର୍ନୀତି ରହିଛି ଅଛି। ବାବୁ ରାଜ ଚାଲିଛି। ଏଠାରେ ନେତା, ଅଫିସରଙ୍କ ଦୁର୍ନୀତି ଚାଲିଛି। ନବୀନ ସରକାର ହଟାନ୍ତୁ। ଚିଟଫଣ୍ଡ ଦୁର୍ନୀତିରେ ବୁଡ଼ିଥିବା ସରକାରକୁ ରହିବା ଦରକାର ନାହିଁ। ରାଜ୍ୟରେ ପରିବର୍ତ୍ତନ ଆଣନ୍ତୁ। ବିକଶିତ ଓଡ଼ିଶା ପାଇଁ ବିଜେପିକୁ ଭୋଟ୍‌ ଦିଅନ୍ତୁ।

ଶ୍ରୀ ନଡ୍ଡା ସଂଧ୍ୟାରେ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେବେ। ଏହି ବୈଠକରେ ବ୍ରହ୍ମପୁର, ଆସିକା, ନବରଙ୍ଗପୁର ଓ କୋରାପୁଟରେ ପ୍ରାର୍ଥୀ ହୋଇଥିବା ସମସ୍ତ ଲୋକସଭା ଓ ବିଧାନସଭା ଆସନର ପ୍ରାର୍ଥୀଙ୍କ ସମେତ ଜିଲ୍ଲା ସଭାପତି, ପଦାଧିକାରୀ ଯୋଗଦେବେ। ନଡ୍ଡା ବ୍ରହ୍ମପୁରରେ ରାତ୍ରିଯାପନ କରି ସୋମବାର ସକାଳେ ଭାୟା ଭୁବନେଶ୍ବର ହୋଇ ଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଛି।

ସେୟାର କରନ୍ତୁ

Next Post

ରଙ୍ଗହୀନ ରଙ୍ଗମାଟିଆ"ରାସ୍ତା ନାହିଁ କି ପାଣି ନାହିଁ ବଞ୍ଚିବୁ ଖାଲି ଭୋଟ ପାଇଁ....?

Tue Apr 30 , 2024
ବରଗଡ:-୨୯.୪(ନବୀନ କୁମାର ଦାଶ)ସ୍ଵାଧୀନତା ର ୭୬ବର୍ଷ ପରେ ବି ରଙ୍ଗହୀନ ରଙ୍ଗମାଟିଆ।ବରଗଡ ଜିଲ୍ଲା ଅତାବିରା ବ୍ଲକ ଲହଣ୍ଡା ପଞ୍ଚାୟତ ଘଞ୍ଚ ଅରଣ୍ୟ ଭିତରେ ଚାନ୍ଦିଲି ଡୁଙ୍ଗୁରି ପାହାଡ଼ ର ପାଦ ଦେଶରେ ବାପ ଅଜା ଅମଳରୁ ଅବସ୍ଥାପିତ ରଙ୍ଗମାଟିଆ ପଡ଼ା ରେ ପାଖାପାଖି ୩୦ପରିବାର ରହି ଆସୁଥିବା ବେଳେ ସ୍ୱାଧୀନତା ୭୬ ବର୍ଷ ପରେ ବି ପଡ଼ାକୁ ରାସ୍ତା ଟିଏ ନଥିବାବେଳେ ପଡାବାସୀ ଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ […]

You May Like

Pin It on Pinterest