ରଙ୍ଗହୀନ ରଙ୍ଗମାଟିଆ”ରାସ୍ତା ନାହିଁ କି ପାଣି ନାହିଁ ବଞ୍ଚିବୁ ଖାଲି ଭୋଟ ପାଇଁ….?

ବରଗଡ:-୨୯.୪(ନବୀନ କୁମାର ଦାଶ)ସ୍ଵାଧୀନତା ର ୭୬ବର୍ଷ ପରେ ବି ରଙ୍ଗହୀନ ରଙ୍ଗମାଟିଆ।ବରଗଡ ଜିଲ୍ଲା ଅତାବିରା ବ୍ଲକ ଲହଣ୍ଡା ପଞ୍ଚାୟତ ଘଞ୍ଚ ଅରଣ୍ୟ ଭିତରେ ଚାନ୍ଦିଲି ଡୁଙ୍ଗୁରି ପାହାଡ଼ ର ପାଦ ଦେଶରେ ବାପ ଅଜା ଅମଳରୁ ଅବସ୍ଥାପିତ ରଙ୍ଗମାଟିଆ ପଡ଼ା ରେ ପାଖାପାଖି ୩୦ପରିବାର ରହି ଆସୁଥିବା ବେଳେ ସ୍ୱାଧୀନତା ୭୬ ବର୍ଷ ପରେ ବି ପଡ଼ାକୁ ରାସ୍ତା ଟିଏ ନଥିବାବେଳେ ପଡାବାସୀ ଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଟୋପେ ସ୍ଵପ୍ନ ହୋଇଛି।ଯଦ୍ୱାରା ଲୋକେ ବାଧ୍ୟ ହୋଇ ବହୁ ପୁରୁଣା ନଳକୂପ ସହ ଆଜି ବି ଭଙ୍ଗା ଦଦରା ଖୋଲା କୂଅ ପାଣି ଏକ ମାତ୍ର ଭରସା ସାଜିଛି।ଅସରାଏ ବର୍ଷା ହେଲେ ମାଟି ରାସ୍ତା ଟି ପାଣି କାଦୁଅ ରେ ଭର୍ତ୍ତି ହୋଇ ଲୋକ ତଥା ସ୍କୁଲ କଲେଜ୍ ପିଲା ଯିବା ଆସିବା କରି ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥାନ୍ତି।

ଏଠାକାର ଲୋକେ ପରିବାର ର ପେଟ ପାଟଣା ପାଇଁ କୁଳି ମଜୁରୀ କାମ କରି ନିଜର ଗୁଜୁରାଣ ମେଣ୍ଟାଉଥିବା ବେଳେ ନିକଟରେ ରହିଛି ଯୁଗୀପାଲି ଗାଁ ସେହି ଗାଁ ରେ ସମସ୍ତ ସୁଭିଧା କରାଯାଉଛି ହେଲେ ରଙ୍ଗମଟିଆ ପଡ଼ା କୁ ବିକାଶ ଠାରୁ ଦୁରେଇ ରଖୁଛନ୍ତି ବୋଲି ପଡ଼ାବାସୀ ଦୁଃଖ ପ୍ରକାଶ କରୁଛନ୍ତି।ପଡ଼ା ରେ ବିଦ୍ୟୁତ୍ ଖୁଣ୍ଟ ଲଗାଇ ଦେଇ ଘର ମାନଙ୍କୁ ସଂଯୋଗ ହୋଇଛି।କିନ୍ତୁ ପଞ୍ଚାୟତ ପକ୍ଷରୁ ଆଲୋକୀକରଣ ସକାଶେ ଲାଇଟ୍ ଟିଏ ମଧ୍ୟ ଦିଆଯାଇ ନଥିବା ଯୋଗୁଁ ସନ୍ଧ୍ୟା ହେଲେ ନିକଟରେ ଥିବା ଘନ ଜଙ୍ଗଲ ର ଭୟଙ୍କର ଦୃଶ୍ୟ ସହ ଚି ଚି ଶବ୍ଦ ଓ ବିଷଧର ସରୀସୃପ ମାନଙ୍କ ଚରାଭୁଇଁ ପାଲଟି ସନ୍ଧ୍ୟା ହେଲେ କବାଟ କିଲି ଘର ଭିତରେ ରହିବାକୁ ପଡୁଛି।

ଆସନ୍ତା ମେ ୨୦ରେ ସାଧାରଣ ନିର୍ବାଚନ।ବିକାଶ ନାଁ ରେ ବିଭିନ୍ନ ରାଜନୈତିକ ଦଳ ଗୁଡିକ ପ୍ରତିଶ୍ରୁତି ପରେ ପ୍ରତିଶୃତି ଦେଇ ଯାଉଥିଲେ ହେଁ ଏଭଳି ଅପହଞ୍ଚ ଇଲାକା ପାଇଁ ସତେ ଯେମିତି ବିକାଶ ସାଜେ ବଇରୀ।ତେବେ ଦେଖାଯାଉ ଆଉ କେତେ ବର୍ଷ ବିତିଲେ ପଡ଼ାକୁ ସରକାର ଙ୍କ ବିକାଶ ପହଞ୍ଚି ପାରୁଛି ଆଉ ନୂଆ ରଙ୍ଗରେ ସଜେଇ ହେଉଛି ରଙ୍ଗମାଟିଆ।

ସେୟାର କରନ୍ତୁ

Next Post

ସାମାଜିକ ଅନୁଷ୍ଠାନ ପକ୍ଷରୁ ଜଳଦାନ କାର୍ଯ୍ୟକ୍ରମ...

Tue Apr 30 , 2024
ସଂଜୟ ଶତପଥୀ(କଟକ): କଟକ ସୂତାହାଟ ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ କଳିଙ୍ଗ ସୋସିଆଲ ଓ୍ବାର୍କସ୍ କମିଟି ପକ୍ଷରୁ କଟକର ଷ୍ଟିଓ୍ବାର୍ଟ ବିଜ୍ଞାନ ମହାବିଦ୍ୟାଳୟ ସମ୍ମୁଖରେ ଏକ ଜଳଦାନ କେନ୍ଦ୍ରର ଆୟୋଜନ କରାଯାଇ, ରାସ୍ତା ରେ ପ୍ରଚଣ୍ଡ ରୌଦ୍ରତାପରେ ଯାତାୟାତ କରୁଥିବା ପଥଚାରୀ ମାନଙ୍କୁ ଜଳଦାନ କରାଯାଇଥିଲା। ଅନୁଷ୍ଠାନ ର ସଭାପତି ଶ୍ରୀ ମହମ୍ମଦ ନିୟାଜ୍ ଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ଜନସେବା କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ସମସ୍ତ ସଦସ୍ୟ […]

You May Like

Pin It on Pinterest