
ସଂଜୟ ଶତପଥୀ(କଟକ): କଟକ ସୂତାହାଟ ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ କଳିଙ୍ଗ ସୋସିଆଲ ଓ୍ବାର୍କସ୍ କମିଟି ପକ୍ଷରୁ କଟକର ଷ୍ଟିଓ୍ବାର୍ଟ ବିଜ୍ଞାନ ମହାବିଦ୍ୟାଳୟ ସମ୍ମୁଖରେ ଏକ ଜଳଦାନ କେନ୍ଦ୍ରର ଆୟୋଜନ କରାଯାଇ, ରାସ୍ତା ରେ ପ୍ରଚଣ୍ଡ ରୌଦ୍ରତାପରେ ଯାତାୟାତ କରୁଥିବା ପଥଚାରୀ ମାନଙ୍କୁ ଜଳଦାନ କରାଯାଇଥିଲା।
ଅନୁଷ୍ଠାନ ର ସଭାପତି ଶ୍ରୀ ମହମ୍ମଦ ନିୟାଜ୍ ଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ଜନସେବା କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ସମସ୍ତ ସଦସ୍ୟ ଯୋଗ ଦେଇ ପଥଚାରୀ ମାନଙ୍କୁ ମିଶ୍ରି, ଦହି ମିଶ୍ରିତ ଥଣ୍ଡା ସୁସ୍ୱାଦୁ ପାନୀୟ ପିଆଇଥୂଲେ। ଏହି କାର୍ଯ୍ୟକ୍ରମ କଟକ ସହରର ସମସ୍ତ ଛକରେ ପ୍ରତିଦିନ ଏବଂ ଏକମାସ ବ୍ୟାପି କରାଯିବାର ସ୍ଥିରୀକୃତ ହୋଇଛି ବୋଲି ସଭାପତି ଶ୍ରୀ ନିୟାଜ୍ ମତ ଦେଇଥିଲେ।ଏହି କାର୍ଯ୍ୟକ୍ରମ ଲାଗି ଅନୁଷ୍ଠାନ କୁ ଜନସାଧାରଣଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି।