ମେ ୧୪ରେ ବାରଣାସୀରୁ ନାମାଙ୍କନ ଭରିବେ ପ୍ରଧାନମନ୍ତ୍ରୀ…

ବାସ୍ତବ ବ୍ୟୁରୋ: ମେ ୧୪ରେ ନାମାଙ୍କନ ଭରିବେ ପ୍ରଧାନମନ୍ତ୍ରୀ । ୧୩ରେ ବିଶାଳ ରୋଡ ଶୋ କରିବେ ମୋଦୀ । ୪ କିଲୋମିଟର ରୋଡ ଶୋ ପାଇଁ ବ୍ୟାପକ ପ୍ରସ୍ତୁତି କରାଯିବ । ବାରାଣସୀ ଲୋକସଭା ଆସନ ପାଇଁ ମେ ୭ତାରିଖରୁ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହେବ।  ତୃତୀୟଥର ପାଇଁ ବାରଣାସୀ ଆସନରୁ ନିର୍ବାଚନ ଲଢ଼ିବେ ମୋଦୀ । ତେବେ ଦୁଇଦିନ ପାଇଁ ସଜେଇ ହେଉଛି ବାରଣାସୀ । ସୂଚନା ଅନୁସାରେ କାଶୀ ବିଶ୍ୱନାଥଙ୍କ ପୂଜାପାଠ ପରେ ରୋଡ ଶୋ କରିବେ ମୋଦୀ ପରେ ନାମାଙ୍କନ ଦାଖଲ କରିବେ ।

ସୂଚନାଯୋଗ୍ୟ, ୨୦୧୯ ଲୋକସଭା ନିର୍ବାଚନରେ ସେ ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ରୋଡ୍ ସୋ ମଧ୍ୟ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ଲୋକସଭା ନିର୍ବାଚନରେ ବାରାଣାସୀରୁ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିଥିଲେ। ଏହି ନିର୍ବାଚନରେ ସେ ବିପୁଳ ବ୍ୟବଧାନରେ ବିଜୟୀ ହୋଇଥିଲେ।

ସେୟାର କରନ୍ତୁ

Next Post

୨୦୨୫ ପଦ୍ମ ପୁରସ୍କାର ପାଇଁ ଆରମ୍ଭ ହେଲା ନାମାଙ୍କନ,ଶେଷ ତାରିଖ ସେପ୍ଟେମ୍ବର ୧୫….

Sat May 4 , 2024
ନୂଆଦିଲ୍ଲୀ: ୨୦୨୫ ସାଧାରଣତନ୍ତ୍ର ଅବସର ଘୋଷଣା ହେବାକୁ ଥିବା ପଦ୍ମ ପୁରସ୍କାର ପାଇଁ ମେ ୧ ତାରିଖଠାରୁ ଅନଲାଇନ୍ ନାମାଙ୍କନ/ ସୁପାରିସ ଆରମ୍ଭ ହୋଇଛି। ପଦ୍ମପୁରସ୍କା ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ୨୦୨୪ ସେପ୍ଟେମ୍ବର ୧୫ ରହିଛି। ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ (https://awards.gov.in)ରେ ପଦ୍ମ ପୁରସ୍କାରପାଇଁ ନାମାଙ୍କନ /ସୁପାରିସ ଅନଲାଇନରେ ଗ୍ରହଣ କରାଯିବ। ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ଭଳି ପଦ୍ମ ପୁରସ୍କାର ଦେଶର ସର୍ବୋଚ୍ଚ […]

You May Like

Pin It on Pinterest