
ବ୍ରହ୍ମପୁର: ବ୍ରହ୍ମପୁର ସହର ପାଇଁ ନିର୍ବାଚନୀ ସଙ୍କଳ୍ପପତ୍ର ଉନ୍ମୋଚନ କଲେ ଶ୍ରୀଯୁକ୍ତ ଶିଵଶଙ୍କର ଦାଶ। ସହର ଓ ସହରବାସୀ ଙ୍କ ସମସ୍ୟା ଉପରେ ଆଲୋକପାତ କରି କ୍ଷୋଭ ପ୍ରକାଶ କରିବା ସହିତ ସେ’ ବିଜୟ ହାସଲ କଲେ ସହରର ପ୍ରତ୍ୟେକ ଅଞ୍ଚଳ ବୁଲିବେ ଓ ଲୋକଙ୍କ ସହିତ ସିଧା ଆଲୋଚନା କରି ସମସ୍ୟାର ସମାଧାନ କରିବେ ବୋଲି ଜଣାଇଛନ୍ତି ଶ୍ରୀଯୁକ୍ତ ଦାଶ।
ବ୍ରହ୍ମପୁର ବିଧାନସଭା କ୍ଷେତ୍ରର ବିଜେପି ପ୍ରାର୍ଥୀ କେ.ଅନୀଲ କୁମାର ତାଙ୍କ ନାମାଙ୍କନପତ୍ର ଦାଖଲ ସମୟରେ ମିଥ୍ୟା ସତ୍ୟପାଠ ଦାଖଲ କରି ତଥ୍ୟ ଲୁଚାଇବା ବିଷୟରେ ଅଭିଯୋଗ ଆଣିଛନ୍ତି ଶ୍ରୀଯୁକ୍ତ ଦାଶ। ଏହି ଖବର ଚର୍ଚ୍ଚାବହେବା ପରେ ବିଜେପି ମହଲକୁ ଏକ ଶକ୍ତ ଝଟକା ଲାଗିଥିବା ବିଶ୍ୱସ୍ଥ ସୂତ୍ରରୁ ସୂଚନା ମିଳିଛି ।



