
ବରଗଡ଼(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲାରେ ଅବାଧ,ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ ଭାବେ ଏକକାଳୀନ ସାଧାରଣ ନିର୍ବାଚନ କରିବା ଲାଗି ଜିଲ୍ଲା ପ୍ରଶାସନ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଛି।ଜିଲ୍ଲାପାଳ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀ ଆଦିତ୍ୟ ଗୋଏଲ ଙ୍କ ନେତୃତ୍ତ୍ୱରେ ବରଗଡ଼ ସଂସଦୀୟ କ୍ଷେତ୍ର ଏବଂ ୦୧- ପଦ୍ମପୁର,୦୨-ବିଜେପୁର,୦୩- ବରଗଡ଼,୦୪-ଅତାବିରା ଏବଂ ୦୫-ଭଟଲି,ବିଧାନ ସଭା ନିର୍ବାଚନ ମଣ୍ଡଳୀର ପ୍ରତିଦ୍ୱନ୍ଦିତା କରୁଥିବା ସମସ୍ତ ପ୍ରାର୍ଥୀ,ସାଧାରଣ ପର୍ଯ୍ୟ ବେକ୍ଷକ ଏବଂ ସମସ୍ତ ରିଟର୍ଣ୍ଣିଙ୍ଗ ଅଧିକାରୀଙ୍କ ଉପସ୍ଥିତିରେ ଇଭିଏମର ଦ୍ଵିତୀୟ ପର୍ଯ୍ୟାୟ ରାଣ୍ଡୋମାଇ ଜେସନ୍ ସମାପ୍ତ ହୋଇଛି।
ସମସ୍ତ ପ୍ରାର୍ଥୀ ତଥା ତାଙ୍କ ପ୍ରତିନିଧିଙ୍କ ସହମତି ରେ ଅନଲାଇନ୍ ମାଧ୍ୟ୍ୟମରେ ଇଭିଏମ୍/ ଭିଭିପ୍ୟାଟ୍ ଗୁଡିକୁ ରାଣ୍ଡୋ ମାଇଜେସନ୍ କରିବା ପରେ ସେ ଗୁଡିକର ତାଲିକା ସମସ୍ତଙ୍କୁ ପ୍ରଦାନ କରାଯାଇଛି।ଯଦ୍ୱାରା ବଣ୍ଟନ ହୋଇ ଥିବା ଇଭିଏମ୍/ ଭିଭିପ୍ୟାଟ୍ ଗୁଡିକର କ୍ରମିକ ନମ୍ବର ଅନୁଯାୟୀ ବୁଥ୍ ସ୍ତର ରେ ଯାଞ୍ଚ କରିବାରେ ସମସ୍ତଙ୍କୁ ସହାୟକ ହେବ।ସାଧାରଣ ପର୍ଯ୍ୟବେକ୍ଷକ ଗିରିୱାର ଦୟାଲ ସିଂ ଏବଂ ଜେ.ମଞ୍ଜୁନାଥଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ରାଣ୍ଡୋମାଇଜେସନ୍ ର ସମସ୍ତ କାର୍ଯ୍ୟ ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଗୋୟଲ ପରିଚାଳନା କରିଥିବା ବେଳେ ରିଟର୍ଣ୍ଣିଙ୍ଗ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର,ମଧୁଛନ୍ଦା ସାହୁ,ଉପ ଜିଲ୍ଲାପାଳ ପଦ୍ମପୁର ଆଲୋକ ପଟେଲଏବଂ ବରଗଡ଼ ଉପ ଜିଲ୍ଲାପାଳ କୁମାର ନାଗଭୁଷଣ ଉପସ୍ଥିତ ଥିଲେ।