
ସଂଜୟ ଶତପଥୀ: ଭାରତୀୟ ମଜଦୁର ସଂଘର ସର୍ବଭାରତୀୟ ଉପ-ସଂଗଠନ ସମ୍ପାଦକ ଶ୍ରୀ ଗଣେଷ ପ୍ରସାଦ ମିଶ୍ର କଟକ ଗସ୍ତ କରିଛନ୍ତି । କଟକ ଗସ୍ତ ସମୟରେ ସିଡିଏ ସ୍ଥିତ ଭାରତୀୟ ମଜଦୁର ସଂଘର କାର୍ଯ୍ୟାଳୟ ଠାରେ ଭାରତୀୟ ମଜଦୁର ସଂଘ ସହବନ୍ଧିତ ଶ୍ରମ ସଂଗଠନ ଗୁଡ଼ିକର କର୍ମକର୍ତ୍ତା ମାନଙ୍କୁ ଭେଟି ସାମ୍ପ୍ରତିକ ନିର୍ବାଚନ ସମ୍ପର୍କରେ ଆଲୋଚନା କରିଥିଲେ ।
ସଂମ୍ପ୍ରତି ଦେଶର ପରିସ୍ଥିତି ଯୋଗୁଁ ଶ୍ରମିକ ମାନେ ନିଜର ଅଧିକାରକୁ ସାବ୍ୟସ୍ତ କରି ଦେଶର ସଂହତି ରକ୍ଷା ପାଇଁ ଯେଉଁମାନେ ନିର୍ବାଚନ ମୈଦାନରେ ଓହ୍ଲାଇଛନ୍ତି, ସେମାନଙ୍କୁ ପୂର୍ଣ୍ଣ ସହଯୋଗ କରିବା ପାଇଁ ସେ ନିବେଦନ କରିଥିଲେ । ବିଶେଷ କରି ଯେଉଁ ପ୍ରାର୍ଥୀ ମାନେ ଭାରତ ମାତାଙ୍କର ସେବା କରିବା ସହ ଦେଶର ସର୍ବାଙ୍ଗୀନ ବିକାଶ ପାଇଁ ସଂକଳ୍ପବଦ୍ଧ, ସେମାନଙ୍କୁ ସମର୍ଥନ କରିବା ପାଇଁ ସେ ନିବେଦନ କରିଛନ୍ତି । ସଂମ୍ପ୍ରତି ଦେଶର ପରିସ୍ଥିତିରେ ଶ୍ରମିକ ମାନେ ନିର୍ବାଚନରେ ଭାଗୀଦାର ହେବାର ଏକାନ୍ତ ପ୍ରୟୋଜନ ରହିଛି । ଶ୍ରମିକ ମାନଙ୍କର ସ୍ୱାର୍ଥ ପାଇଁ ଶତ ପ୍ରତିଶତ ନିଜର ମତାଧିକାର ସାବ୍ୟସ୍ତ କରି ଉପଯୁକ୍ତ ପ୍ରାର୍ଥୀଙ୍କୁ ସମର୍ଥନ କରି ଏକ ସୁଦୃଢ ସରକାର ଗଠନରେ ସହଯୋଗ କରିବା ପାଇଁ ନିବେଦନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଭାରତୀୟ ମଜଦୁର ସଂଘ ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ପଣ୍ଡା ଙ୍କ ସମେତ ବରିଷ୍ଠ କାର୍ଯ୍ୟକର୍ତ୍ତା ଏ.ଶ୍ରୀନିବାସ ରାଓ, ବସନ୍ତ କୁମାର ସାହୁ, କଟକ ଜିଲ୍ଲା ସଭାପତି ଆଇନଜୀବି ରମାକାନ୍ତ ସାହୁ, ଅଶୋକ କୁମାର ସ୍ୱାଇଁ, ରବିନାରାୟଣ ସାହୁ, ଚନ୍ଦ୍ରଶେଖର ସାହୁ, ବିନୋଦ କୁମାର ପତି, ସବିତା ସାହୁ, କିଶୋର ଭୋଇ, ଅଶୋକ କୁମାର ସାମଲ, ପୃଥ୍ୱୀରାଜ ଉଦୟଭାନୁ, ଜଗସିଂହପୁର ଜିଲ୍ଲାର ସଭାପତି ଅକ୍ଷୟ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।



