
ଆଦିତ୍ଯ ବେହେରା(ଭୁବନେଶ୍ବର): ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟ ତିଥିରେ ଅକ୍ଷୟ ତୃତୀୟା ପାଳନ କରାଯାଏ ।ଅକ୍ଷୟ ଅର୍ଥାତ୍ ଯାହା କେବେ ଶେଷ ହୁଏ ନାହିଁ । ଅକ୍ଷୟ ତୃତୀୟା ହିନ୍ଦୁ ଧର୍ମର ଅନ୍ୟତମ ପବିତ୍ର ପର୍ବ । ଚଳିତ ବର୍ଷ ଅକ୍ଷୟ ତୃତୀୟା ମେ ୧୦ ତାରିଖ ଶୁକ୍ରବାର ପାଳନ କରାଯାଉଛି। ଅକ୍ଷୟ ତୃତୀୟାକୁ ମା’ ଲକ୍ଷ୍ମୀଙ୍କ ଦିନ ବୋଲି ବିବେଚନା କରାଯାଏ,ତେଣୁ କୃଷକ ଏହି ଦିନରେ ନିଜ କ୍ଷେତରେ ମାଟି ମା’ର ପୂଜା ଅର୍ଚନା କରି ଚାଷକାର୍ଯ୍ୟ ଅନୁକୂଳ କରିଥାଏ।

ଆଜି ଏହି ‘ପବିତ୍ର ଅକ୍ଷୟତୃତୀୟା’ ଉପଲକ୍ଷେ ଓଡିଶା ବିଧାନସଭା ସଚିବ,ଶ୍ରୀ ଦାଶରଥୀ ଶତପଥୀ, ନିରପତା ଅଧିକାରୀ, ଶ୍ରୀ ଗୋପାଳକୃଷ୍ଣ ବେହେରା ଓ ବିଧାନସଭାର କର୍ମଚାରୀ ସମୁହ ବିଧାନସଭା ପରିସରରେ ବିଭିନ୍ନ ପ୍ରକାରର ଫଳ ଓ ଫୁଲ ଗଛ ରୋପଣ କରିଥିଲେ ।ଆଗରୁ ମଧ୍ଯ ଶ୍ରୀ ଶତପଥୀ ବିଧାନସଭା ପରିସରରେ ନଡିଆ,ସୁସ୍ୱାଦୁ ଫଳଗଛ ଲଗାଇବାର ନଜିର ରହିଛି।
ଏହି ପରିପେକ୍ଷୀରେ,ଗଣମାଧ୍ୟମର ପ୍ରଶ୍ନ ର ଉତ୍ତରରେ ସଚିବ ଶ୍ରୀ ଶତପଥୀ କୁହିଛନ୍ତି ଯେ,ଗଛ ଲଗାଇବା ବଡକଥା ନୁହେଁ, ଗଛକୁ ନିଜ ପିଲାମାନଙ୍କ ପରି ଲାଳନପାଳନ କରି ବଞ୍ଚାଇବା ବଡକଥା ।ତେଣୁ ଗଛଟିଏ ଲଗାଇ ସହ ବଞ୍ଚାଇ ବଡକରିବା ପ୍ରତି ମୁଁ ଅଧିକ ଗୁରୁତ୍ବ ଦିଏ ।