ଆଜି ୯ଟି ଜିଲ୍ଲାରେ ଭୋଟ୍, ପୋଲିଂ ପାର୍ଟିର ସୁରକ୍ଷା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି- ଡିଜିପି….

ଭୁବନେଶ୍ବର: ଆଜି ସୋମବାର ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।ଏଥିପାଇଁ ନିର୍ବାଚନର ସୁରକ୍ଷା ବ୍ୟବସ୍ଥା ଉପରେ ପୋଲିସ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡଙ୍ଗୀ କହିଛନ୍ତି କି,୪ଟି ସଂସଦୀୟ କ୍ଷେତ୍ର ଓ ୨୮ ବିଧାନସଭା କ୍ଷେତ୍ରରେ ସୁରକ୍ଷାକୁ ଗୁରୁତ୍ଵ ଦିଆଯାଇଛି।

୯ଟି ଜିଲ୍ଲାରେ ୬ ହଜାର ୨୮୨ ଲୋକେସନରେ ୭୨୯୮ ଟି ପୋଲିଂ ବୁଥ୍ ରହିଛି। ଏହା ମଧ୍ୟରେ ୫୩୭ଟି ମାଓ ପ୍ରଭାବିତ ଅଞ୍ଚଳରେ ପୋଲିଂ ବୁଥ୍ ଅଛି।

ଆଜିର ମତଦାନ ପାଇଁ ମୋଟ୍ ୧୭ ହଜାର ପୋଲିସ ଫୋର୍ସ ମୁତୟନ ରହିବା ନେଇ ସୂଚନା ଦେଇଛନ୍ତି ଡିଜିପି। ୧୦୪ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ ଓ ୬୬ ପ୍ଲାଟୁନ୍ ଏସଏପି ଜଗିବେ। ୬୦୦ ମୋବାଇଲ ପାର୍ଟି ବିଭିନ୍ନ ବୁଥ୍ ତଦାରଖ କରିବେ। ଗୋଟିଏ ମୋବାଇଲ ପାର୍ଟି ୧୦ରୁ ୧୨ଟି ବୁଥ୍ ବୁଲି ରିପୋର୍ଟ ନେବେ । ନିର୍ବାଚନ ହେବାକୁ ଥିବା ୯ ଜିଲ୍ଲାକୁ ଲାଗି ୫୧ ଚେକପୋଷ୍ଟ ରହିଛି। ଆନ୍ଧ୍ର ଓ ଛତିଶଗଡକୁ ଲାଗିଥିବା ଏସବୁ ଚେକପୋଷ୍ଟରେ ସିସି ଟିଭି ରହିଛି।

ନିର୍ବାଚନ କମିଶନଙ୍କ ନିର୍ଦେଶରେ ୨୧୦ଟି ଫ୍ଲାଇଂ ସ୍କ୍ଵାଡ୍, ୧୯୫ ସର୍ଭେଲାନ୍ସ ଟିମ୍ ମୁତୟନ ରହିଛନ୍ତି। ଭୋଟ୍ ସରିବା ପରେ ୧୫ଟି ଷ୍ଟ୍ରଙ୍ଗରୁମରେ ଇଭିଏମକୁ ସୁରକ୍ଷିତ ରଖାଯିବ। ଇଭିଏମ ଇନର ସର୍କଲ ଦାୟିତ୍ଵରେ ଅର୍ଦ୍ଧସାମରିକଏବଂ ଆଉଟର ସର୍କଲ ଦାୟିତ୍ଵରେ ଏସଏପି ରହିବେ। ନିର୍ବାଚନ ହେବାକୁ ଥିବା ୯ ଜିଲ୍ଲାରୁ ୬ଟି ଜିଲ୍ଲା ନକ୍ସଲ ପ୍ରଭାବିତ ଜିଲ୍ଲା। ତେଣୁ ପୋଲିଂ ପାର୍ଟିର ସୁରକ୍ଷା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଡିଜିପି।

ସେୟାର କରନ୍ତୁ

Next Post

ପୁଣି ଓଡଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Mon May 13 , 2024
ପ୍ରମୋଦ ନାୟକ(ଭୁବନେଶ୍ବର): ପୁଣି ଓଡଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,ଆସନ୍ତା ୨୦ ତାରିଖରେ । ଓଡିଶା ଦଖଲ କରିବା ପ୍ଲାନରେ ରହିଛି ବିଜେପି । ସେଥିନେଇ କେନ୍ଦ୍ର ନେତାଙ୍କର ଘନ ଘନ ଲାଗିଛି ଓଡିଶା ଗସ୍ତ । ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ସୂଚନା ଅନୁଯାଇ,ପୁରୀ, କଟକ ଓ ଅନୁଗୁଳରେ ଜନସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହାଛଡ଼ା ପ୍ରଧାନମନ୍ତ୍ରୀ ପୁରୀରେ ଏକ ବିଶାଳ ରୋଡ୍ ସୋ […]

You May Like

Pin It on Pinterest