ଆଜିର ଖାସ୍ ଖବର

୧-ନୂଆ ଦିଲ୍ଲୀ:ପୂର୍ବତନ ଆନ୍ଧ୍ରବ୍ୟାଙ୍କ ମୁଖ୍ୟ ସୁରେଶ ପଟେଲ୍‌ଙ୍କୁ ନୂଆ ଭିଜିଲାନ୍ସ କମିଶନର ପଦରେ ନିଯୁକ୍ତି।

୨-ଏଥର ହେବନି ଖରାଛୁଟି, ହାଇକୋର୍ଟ ସମେତ ଜିଲ୍ଲା ଓ ଅନ୍ୟ କୋର୍ଟରେ ମଧ୍ୟ ହେବନି ଗ୍ରୀଷ୍ମକାଳୀନ ଅବକାଶ।

୩-ଭୁବନେଶ୍ୱରର: ୭୦ ପ୍ରତିଶତ ଦୋକାନ ଖୋଲିବା କଟକଣା କୋହଳ ହେଲା, ହେଲେ ଅନେକ ବ୍ୟବସାୟୀ ଦ୍ୱନ୍ଦ୍ୱରେ।

୪-ନୂତନ ଶିକ୍ଷାବର୍ଷ ନେଇ ୟୁଜିସି ପ୍ରକ୍ରିୟା ଆରମ୍ଭ: ଅଗଷ୍ଠ ୧ରୁ ଆସନ୍ତା ଶିକ୍ଷାବର୍ଷ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇ ୩୧ରେ ଶେଷ ହେବ। ଦ୍ବିତୀୟ ଓ ତୃତୀୟ ବର୍ଷ ପାଠପଢ଼ା ଏହି ତାରିଖରୁ ଆରମ୍ଭ ହେବ।

୫-ପ୍ରବାସୀ ଓଡ଼ିଆଙ୍କ ୧୪ ଦିନର ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର। ପଞ୍ଚାୟତରାଜ , ନଗର ଉନ୍ନୟନ ବିଭାଗକୁ ଚିଠି ଲେଖିଲେ SRC।

୬-ମୁମ୍ୱାଇ ପୋଲିସ କମିଶନରଙ୍କ ନିଷ୍ପତି, 55 ବର୍ଷରୁ ଉର୍ଦ୍ଧ୍ୱ ବୟସର ପୋଲିସ କର୍ମଚାରୀ ଘରେ ରହିବେ।

୭-ସୁରେଶ ମହାପାତ୍ରଙ୍କୁ କୃଷି ଉତ୍ପାଦନ କମିଶନର ଦାୟିତ୍ଵ ଓ ରାହୁଲ୍ ପି ଆର ହେଲେ ଝାରସୁଗୁଡ଼ା SP।

୮-ଚିନ୍ତା ବଢ଼ାଇ ଚାଲିଛନ୍ତି କୋଲକାତା ଫେରନ୍ତା: ଭଦ୍ରକ, ସୁନ୍ଦରଗଡରେ ବଢ଼ିଲା ସଂକ୍ରମିତଙ୍କ ସଂଖ୍ୟା, କଣ୍ଟେନମେଣ୍ଟ ଜୋନ ବୃଦ୍ଧି।

୯-ବାଗଚୀଙ୍କ ପ୍ରେସ୍‌ମିଟ୍‌ : ‘ଆମ ସରକାରଙ୍କ ପାଖରେ ବଜେଟ୍‌ କମ୍‌ ଥାଇ ପାରେ ହେଲେ ରହିଛି ପ୍ରବଳ ଆତ୍ମବିଶ୍ୱାସ’।

୧୦-ଲକଡାଉନ୍ ଦ୍ୱାରା ଭାରତୀୟ ଅର୍ଥନୀତିରେ ପ୍ରାୟ 10 ଲକ୍ଷ କୋଟି ଟଙ୍କା କ୍ଷତି ହୋଇପାରେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଯୋଡିହେଲା ଆଉ ୩ ଜିଲ୍ଲା

Wed Apr 29 , 2020
ବାସ୍ତବ ବ୍ୟୁରୋ : ରାଜ୍ୟରେ ବଢିବାରେ ଲାଗିଲାନି କୋରୋନା। ୩୦ଟି ଜିଲ୍ଲାରୁ ୧୪ଟି ଜିଲ୍ଲାରେ ଏବେ କୋରୋନା ସଂକ୍ରମଣ ଦେଖାଦେଇଛି। ଆଜି ଅପରାହ୍ନରେ ତିନି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଏହି ତିନି ନୂଆ ଆକ୍ରାନ୍ତ ଝାରସୁଗୁଡ଼ା, ଦେବଗଡ଼ ଓ କେନ୍ଦୁଝରର ବୋଲି ଜଣା ପଡ଼ିଛି। ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଥିବା ବେଳେ ଜଣେ ଯୁବତୀ ରହିଛନ୍ତି । କେନ୍ଦୁଝରର ପଞ୍ଚପାଲିରୁ […]

You May Like

Pin It on Pinterest