ମେ’ ୨୨ରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ନେଇ ପାଣିପାଗ ବିଭାଗର ଆକଳନ

ବାସ୍ତବ ବ୍ୟୁରୋ:  ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ନେଇ ପୂର୍ବାନୁମାନ କରିବା ପରେ ଏଭଳି ଆଶଙ୍କା ସୃଷ୍ଟି ହୋଇଛି । ତେବେ ବିଭିନ୍ନ ମଡେଲର ଆକଳନ ଅନୁସାରେ ଆସନ୍ତା ୨୦ରୁ ୨୧ ତାରିଖ ମଧ୍ୟରେ ଘୃର୍ଣ୍ଣିବଳୟ ସୃଷ୍ଟିି ହେବାର ଅଛି । ୨୨ରୁ ୨୩ ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି ।

୨୪ରୁ ୨୫ ତାରିଖ ମଧ୍ୟରେ ଅବପାତ ଏବଂ ପରବର୍ତି ସମୟରେ ଅଧିକ ଘନିଭୂତ ହେବା ନେଇ ଆଳକନ କରାଯାଇଛି । ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ ଆସନ୍ତା ୨୨ ତାରିଖରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହା ସମୁଦ୍ର ଭିତରେ ଧିରେ ଧିରେ ଦକ୍ଷିଣ-ପୂର୍ବ ଦିଗକୁ ଗତି କରି ଅବପାତର ରୁପ ନେଇପାରେ । ମେ ୨୪ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ଅବପାତର ରୂପ ନେଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହାର ପ୍ରଭାବରେ ଉପକୂଳ ଓଡିଶାରେ ବର୍ଷା ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ଅନ୍ୟପଟେ ଆସନ୍ତା ୨୦ ଓ ୨୧ ତାରିଖରେ ରାଜ୍ୟର କିଛି ଦିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ହେବାର ସମ୍ଭାବନା ରହିଛି। ସେଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ୨୦ ତାରିଖରେ ୬ ଜିଲ୍ଲା ୨୧ ତାରିଖରେ ୧୪ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ବୁଲେଟିନ୍‌ ଅନୁସାରେ ଶନିବାର ଓ ରବିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର,ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳ ଗୁଳୁଗୁଳି ଅନୁଭୂତି ହେବାର ସମ୍ଭାବନା ରହିଛି। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ସେୟାର କରନ୍ତୁ

Next Post

ଅତାବିରା ରେ ଛତିଶଗଡ ଉପ ମୁଖ୍ୟମନ୍ତ୍ରୀ ବିଜୟ ଶର୍ମା...

Sat May 18 , 2024
ବରଗଡ:-୧୮.୫(ନବୀନ କୁମାର ଦାଶ )ବରଗଡ ଜିଲ୍ଲା ଅତାବିରା ଅଗ୍ରସେନ ଭବନ ଠାରେ ଅତାବିରା ମାରଓ୍ବାଡି ସମ୍ମିଳନୀ ଅନୁଷ୍ଠିତ। ମାରଓ୍ବାଡି ସମାଜର ଉମେଶ ଚନ୍ଦ୍ର ଅଗ୍ରଓ୍ବାଲଙ୍କ ସଭାପତିତ୍ୱରେ ସମ୍ମିଳନୀରେ ମୁଖ୍ଯ ଅତିଥି ଭାବେ ଛତିଶଗଡ଼ର ଉପ ମୁଖ୍ୟମନ୍ତ୍ରୀ ବିଜୟ ଶର୍ମା,ସମ୍ମାନୀତ ଅତଥି ଭାବେ ବିକାଶ ଫାଉଣ୍ଡେସନ ର ଅଧ୍ଯକ୍ଷ ଡି ମୁରଲୀ କ୍ରିଷ୍ଣା,ବରିଷ୍ଠ ନାଗରିକ ମିତ୍ରସେନ ଅଗ୍ରଓ୍ବାଲ ମଞ୍ଚା ସିନ ରହିଥିଲେ। ଏହି କାର୍ଯ୍ୟକ୍ରମରେ ଅତାବିରା ମାରଓ୍ବାଡି ମହିଳା ସମିତି କାର୍ଯ୍ୟକର୍ତ୍ତା,ମାରଓ୍ବାଡି […]

You May Like

Pin It on Pinterest