ବାସ୍ତବ ବ୍ୟୁରୋ: ଓଡିଶାକୁ ଜାରି ରହିଛି କେନ୍ଦ୍ର ନେତାଙ୍କ ମାରାଥନ୍ ଗସ୍ତ । ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଗସ୍ତ ପରେ ଆସନ୍ତା କାଲି ଓଡିଶା ଆସୁଛନ୍ତି ରାମାୟଣ ସିରିଏଲର ‘ରାମ’ ଅରୁଣ ଗୋଭିଲ । ୪ଟି ସ୍ଥାନରେ କରିବେ ପ୍ରଚାର । ଚମ୍ପୁଆ, ତେଲକୋଇ, ଢେଙ୍କାନାଳ, ବାଲିପାଟଣାରେ କରିବେ ପ୍ରଚାର ।
ସେହିପରି ଆସନ୍ତା ୨୩ ତାରିଖରେ ଓଡ଼ିଶା ଆସିବେ ପୁଣି ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। କରଞ୍ଜିଆ, ଧାମନଗର, ବଡ଼ଚଣା ଓ ବାଲିକୁଦାରେ ତାଙ୍କର ସଭା ହେବ। ସେହିଦିନ ଅର୍ଥାତ ୨୩ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ଯୋଗୀ ଆଦିତ୍ୟନାଥ। ଚିଲିକା ଓ ସାଲେପୁର କୁଳିଆରେ ହେବାକୁ ଥିବା ନିର୍ବାଚନୀ ସଭାରେ ଯୋଗୀ ଆଦିତ୍ୟନାଥ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବିଜେପିର ବଡ଼ ବଡ଼ ଷ୍ଟାର ପ୍ରଚାରକଙ୍କ ଗସ୍ତକୁ ନେଇ ଉତ୍ସାହିତ ଅଛନ୍ତି ବିଜେପି କର୍ମକର୍ତ୍ତା।



