୨୫ ତାରିଖରେ ବାତ୍ୟା ଓ ୨୬ ତାରିଖ ବେଳକୁ ନେଇପାରେ ଭୀଷଣ ବାତ୍ୟାର ରୂପ ।

ବାସ୍ତବ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ସକ୍ରିୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଆସନ୍ତାକାଲି ସକାଳ ସୁଦ୍ଧା ଅବପାତର ରୂପ ନେଇପାରେ ।୨୫ସୁଦ୍ଧା ବାତ୍ୟା ଓ ୨୬ରେ ଭୀଷଣ ବାତ୍ୟାରେ ପରିଣତ ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।

୨୫ ସକାଳ ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ପରେ ୨୬ ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟା ଭାବେ ବାଙ୍ଗଲାଦେଶ ପାଶ୍ୱର୍ବର୍ତୀ ପଶ୍ଚିମବଙ୍ଗ ଉପକୂଳ ପାଖାପାଖି ସମୁଦ୍ର ମଧ୍ୟରେ ପହଂଚିବାର ସମ୍ଭାବନା ରହିଛି । ଏଥିପାଇଁ ଆସନ୍ତା ୨୭ ତାରିଖ ଯାଏଁ କେନ୍ଦ୍ରୀୟ ବଙ୍ଗୋପସାଗର ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।

ତେବେ ବାତ୍ୟାରେ ଓଡିଶାକୁ ସିଧାସଳଖ ପ୍ରଭାବ ନାହିଁ । ୨୩, ୨୪ ଓ ୨୫ ତାରିଖରେ କିଛି କିଛି ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ୨୬ ତାରିଖରେ ଉତର ଓଡିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୨୭ରେ ମଧ୍ୟ ଉତର ଓଡିଶାରେ ବର୍ଷା ହେବ । ବାଲେଶ୍ୱର, ମୟୁରଭଂଜରେ ପ୍ରବଳ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ ।

ସେୟାର କରନ୍ତୁ

Next Post

ସ୍ମୃତିରେ ବିଶିଷ୍ଟ କବି ସୁନୀଲ...

Thu May 23 , 2024
ମନୋଜ ମହାନ୍ତି(ଭୁବନେଶ୍ଵର):୨୩/୫- ବିଶିଷ୍ଟ କବି ସୁନୀଲ କୁମାର ପୃଷ୍ଟିଙ୍କର ଅକାଳ ବିୟୋଗରେ ମର୍ମାହତ, ପୁରୁଣା ବସଷ୍ଟାଣ୍ଡ ଖଟିର ସଦସ୍ୟମାନେ ଏକ ଅନୌପଚାରିକ ସ୍ମୃତିସଭାର ଆୟୋଜନ କରିଥିଲେ । ବିଶିଷ୍ଟ କବି ଓ କଥାକାର ଅଜୟ ସ୍ୱାଇଁ, କବି ରଜନୀ ରଞ୍ଜନ, କବି ଅଭିରାମ ଦାସ, ପକ୍ଷୀଘରର ସମ୍ପାଦକ ବନୋଜ ତ୍ରିପାଠୀ, କବି କେଦାର ମିଶ୍ର, କବି ପବିତ୍ରମୋହନ କର, କବି ରମାକାନ୍ତ ସାମନ୍ତରାୟ, କବି ସଞ୍ଜୟ ଭଟ୍ଟ, କବି ଶକ୍ତି […]

You May Like

Pin It on Pinterest