ସ୍ମୃତିରେ ବିଶିଷ୍ଟ କବି ସୁନୀଲ…

ମନୋଜ ମହାନ୍ତି(ଭୁବନେଶ୍ଵର):୨୩/୫- ବିଶିଷ୍ଟ କବି ସୁନୀଲ କୁମାର ପୃଷ୍ଟିଙ୍କର ଅକାଳ ବିୟୋଗରେ ମର୍ମାହତ, ପୁରୁଣା ବସଷ୍ଟାଣ୍ଡ ଖଟିର ସଦସ୍ୟମାନେ ଏକ ଅନୌପଚାରିକ ସ୍ମୃତିସଭାର ଆୟୋଜନ କରିଥିଲେ ।

ବିଶିଷ୍ଟ କବି ଓ କଥାକାର ଅଜୟ ସ୍ୱାଇଁ, କବି ରଜନୀ ରଞ୍ଜନ, କବି ଅଭିରାମ ଦାସ, ପକ୍ଷୀଘରର ସମ୍ପାଦକ ବନୋଜ ତ୍ରିପାଠୀ, କବି କେଦାର ମିଶ୍ର, କବି ପବିତ୍ରମୋହନ କର, କବି ରମାକାନ୍ତ ସାମନ୍ତରାୟ, କବି ସଞ୍ଜୟ ଭଟ୍ଟ, କବି ଶକ୍ତି ମହାନ୍ତି, କବି ରମାକାନ୍ତ ଗୋଛାୟତ, କବି ଶ୍ରୀମନ୍ତ ପଣ୍ଡା, ଅଭିନେତା ଦୁଷ୍ମନ୍ତ ବଗଲା, କବି ପ୍ରିୟରଞ୍ଜନ ମହାନ୍ତି, ସ୍ୱରୂପ ନାୟକ, ଦେବବ୍ରତ ଦାସ, ବର୍ଷା ପବ୍ଲିକେଶନ ସମ୍ପାଦକ ବାଦଲ ମହାନ୍ତି, ସୁମନ ଦାଶ, ଅମରେଶ ବିଶ୍ୱାଳ ପ୍ରମୁଖ ଯୋଗଦେଇ ନିରବ ପ୍ରାର୍ଥନା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ।

ଏଥିସହ ତାଙ୍କର ପାଞ୍ଚୋଟି ପୃଥିବୀ କବିତା ବହିରୁ ପାଞ୍ଚୋଟି କବିତା ପାଠ କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ସେୟାର କରନ୍ତୁ

Next Post

ଠାଣେ କେମିକାଲ କମ୍ପାନୀରେ ବିସ୍ଫୋରଣ, ୭ ମୃତ

Thu May 23 , 2024
ବାସ୍ତବ ବ୍ୟୁରୋ: ଆଜି (ଗୁରୁବାର) ମହାରାଷ୍ଟ୍ରର ଠାଣେ ଜିଲ୍ଲାର ଡୋମ୍ବିୱଲିରେ ଏକ କେମିକାଲ କମ୍ପାନୀରେ ବିସ୍ଫୋରଣ ପରେ ନିଆଁ ଲାଗି ଯାଇଛି।  ୩୦ ଜଣ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଆଉ କିଛି ଫସି ରହିଥିବା ସନ୍ଦେହ କରାଯାଉଛି। ବିସ୍ଫୋରଣ ପରେ କମ୍ପାନୀରେ ନିଆଁ ଲାଗି ଯାଇଥିଲା।ତା’ ସହିତ ପାର୍କିଂରେ ଥିବା ଗାଡ଼ିଗୁଡ଼ିକରେ ମଧ୍ୟ ନିଆଁ ଲାଗି ଯାଇଥିଲା। ସେହିପରି ଏହି ନିଆଁ ଆଖପାଖରେ ଥିବା ୩ଟି କୋଠାକୁ ବ୍ୟାପୀ ଯାଇଥିଲା। ସେଥିରୁ ଗୋଟିଏରେ […]

You May Like

Pin It on Pinterest