ଆସନ୍ତାକାଲି ଓଡିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ..

ବାସ୍ତବ ବ୍ୟୁରୋ: ଆସନ୍ତାକାଲି ଓଡିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ଆଜି ଏହି ସୂଚନା ଦେଇଛନ୍ତି। 

ଆସନ୍ତାକାଲି ସ୍ମୃତି ଇରାନୀ କୁଜଙ୍ଗ, ଆଳି ଏବଂ ବାଲେଶ୍ୱର ରେମୁଣାରେ ନିର୍ବାଚନୀ ସଭା କରିବେ । ବିଶେଷ କରି ସୁଭଦ୍ରା ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଇବେ ସ୍ମୃତି ଇରାନୀ । ରାଜ୍ୟ ବିଜେପି ସରକାରକୁ ଆସିଲେ ମହିଳାମାନେ କିପରି ଶୁଭଦ୍ରା ଯୋଜନା ପାଇପାରିବେ ସେନେଇ ରାଜ୍ୟବାସୀଙ୍କୁ  ଅବଗତ କରାଇବେ।

ରାଜ୍ୟରେ ବିଜେପି ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଜଣଙ୍କ ପରେ ଜଣେ କେନ୍ଦ୍ରୀୟ ନେତା ଓଡ଼ିଶା ଆସୁଛନ୍ତି। ନରେନ୍ଦ୍ର ମୋଦୀଙ୍କଠୁ ଆରମ୍ଭ କରି ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭଳି ଚେହେରା ଓଡିଶା ଆସି ବିଜେପି ପାଇଁ ପ୍ରଚାର କରୁଛନ୍ତି । ଆଉ ଏହି କ୍ରମରେ ଆସନ୍ତାକାଲି ଓଡିଶା ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ।

ସେୟାର କରନ୍ତୁ

Next Post

ଦୁଇ ଅବସରପ୍ରାପ୍ତ ପୁଲିସ ଅଫିସର ଭୁବନେଶ୍ୱର ରେ କରିବେ ବୁଥ୍ ରିଗିଂ-ଅପରାଜିତା....

Fri May 24 , 2024
ପ୍ରମୋଦ ନାୟକ (ଭୁବନେଶ୍ୱର): ଆସନ୍ତା କାଲି ଭୁବନେଶ୍ୱରରେ ସଂସଦୀୟ କ୍ଷେତ୍ରରେ ହେବ ମତଦାନ । ମାତ୍ର ଏଥର ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର କିଛି ବୁଥରେ ରିଗିଂ ଆଶଙ୍କା କରିଛନ୍ତି ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ। ଏହା ପଛରେ ୨ ଅବସରପ୍ରାପ୍ତ ପୁଲିସ ଅଫିସରଙ୍କ ଭୂମିକାକୁ ସନ୍ଦେହ କରି ସେଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟକୁ ଚିଠି ଲେଖିଛନ୍ତି। ତେଣୁ ଏସବୁ ଅଞ୍ଚଳରେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ  ମୁତୟନ ଲାଗି […]

You May Like

Pin It on Pinterest