ଦୁଇ ଅବସରପ୍ରାପ୍ତ ପୁଲିସ ଅଫିସର ଭୁବନେଶ୍ୱର ରେ କରିବେ ବୁଥ୍ ରିଗିଂ-ଅପରାଜିତା….

ପ୍ରମୋଦ ନାୟକ (ଭୁବନେଶ୍ୱର): ଆସନ୍ତା କାଲି ଭୁବନେଶ୍ୱରରେ ସଂସଦୀୟ କ୍ଷେତ୍ରରେ ହେବ ମତଦାନ । ମାତ୍ର ଏଥର ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର କିଛି ବୁଥରେ ରିଗିଂ ଆଶଙ୍କା କରିଛନ୍ତି ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ। ଏହା ପଛରେ ୨ ଅବସରପ୍ରାପ୍ତ ପୁଲିସ ଅଫିସରଙ୍କ ଭୂମିକାକୁ ସନ୍ଦେହ କରି ସେଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟକୁ ଚିଠି ଲେଖିଛନ୍ତି।

ତେଣୁ ଏସବୁ ଅଞ୍ଚଳରେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ  ମୁତୟନ ଲାଗି ଦାବି କରି ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି।ଏହି ଦୁଇ ଅବସରପ୍ରାପ୍ତ ପୁଲିସ ଅଫିସରଙ୍କୁ ବିଜେଡି ଏଭଳି କାର୍ୟ୍ୟରେ ଲଗାଇଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି। ଦୁଇ ଜଣ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କୁ ବ୍ୟବହାର କରି କିଛି ବୁଥରେ ରିଗିଂ ହେବ ବୋଲି ସେ ନିର୍ଭରଯୋଗ୍ୟ ସୂତ୍ରରୁ ଜାଣିବାକୁ ପାଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି।

ଉକ୍ତ ପୁଲିସ ଅଧିକାରୀ ଦ୍ୱୟ ପୂର୍ବତନ ଅତିରିକ୍ତ ଏସପି ନଗେନ୍ଦ୍ର ମୁଣ୍ଡ ଓ ଶାନ୍ତନୁ ଦାସ ବୋଲି ସେ ଲେଖିଛନ୍ତି।ଭୁବନେଶ୍ୱରର ସହିଦନଗର, ବାୟାବାବା ମଠ ଏରିଆ, ୟୁନିଟ-୮ ମାଳିସାହି ଅଞ୍ଚଳରେ ସେମାନଙ୍କୁ ଦାୟିତ୍ୱ ଦିଆଯାଇଥିବା ସେ ଉଲ୍ଲେଖ କରିଛନ୍ତି। ଏଥି ସହ ଖୋର୍ଦ୍ଧା ପୌରାଞ୍ଚଳରେ ମଧ୍ୟ ରିଗିଂ ଆଶଙ୍କା ରଥିବା ସେ ଦର୍ଶାଇଛନ୍ତି।

ସେୟାର କରନ୍ତୁ

Next Post

ମାଡି ଆସୁଛି ବାତ୍ୟା ରେମାଲ୍ କେନ୍ଦ୍ରାପଡ଼ା ଶାସନର ପ୍ରସ୍ତୁତି ବୈଠକ...

Fri May 24 , 2024
ଜୟନ୍ତ ଶତପଥୀ(କେନ୍ଦ୍ରାପଡା)୨୪/୦୫: ଭାରତୀୟ ପାଣିପାଗ ବିଭାଗର ପୂର୍ବ ସୂଚନା ଅନୁଯାୟୀ ଆସନ୍ତାକାଲିଠାରୁ ସମ୍ଭାବ୍ୟ ବାତ୍ୟା ରେମାଲ ଯୋଗୁଁ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ସହ ପବନ ବହିବାର ସମ୍ଭାବନା ରହିଛି । ସ୍ୱତନ୍ତ୍ର ରିଲିଫ୍ କମିସନରଙ୍କ ନିର୍ଦ୍ଦେଶକ୍ରମେ ଆଜି କେନ୍ଦ୍ରାପଡ଼ା ଜିଲ୍ଲାରେ ଏହି ବାତ୍ୟାର ସଫଳ ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ […]

You May Like

Pin It on Pinterest