ବାରବାଟୀ -କଟକ ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟରତ ମହିଳା ପୋଲିଂ ଅଧିକାରୀଣି ମୃତ….

ସଂଜୟ ଶତପଥୀ(କଟକ): ଓଡିଶା ର ୩ୟ ପର୍ଯ୍ୟାୟ ନିର୍ବାଚନ ରେ ବାରବାଟୀ -କଟକ ନିର୍ବାଚନ ମଣ୍ଡଳୀରେ ମତଦାନ ଚାଲିଥିଲା ବେଳେ ମହିଳା ପୋଲିଂ ଅଧିକାରୀଣି ମୃତ୍ୟୁବରଣ କରିଛନ୍ତି।

ବିଶ୍ବସ୍ତ ସୂତ୍ରରୁ ପ୍ରକାଶ ଯେ,ମୃତ ମହିଳା ପୋଲିଂ ଅଧିକାରୀଣି ଶ୍ରୀମତୀ ସୁଜାତା ମିତ୍ର କଟକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧୂନରେ ଥିବା ତଥା ବାରବାଟୀ -କଟକ ନିର୍ବାଚନ ମଣ୍ଡଳୀର ବାଖରାବାଦ ପ୍ରାଥମିକ ବିଦ୍ୟାଳୟ ରେ ବରିଷ୍ଠ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥୂଲେ। ଚଳିତ ନିର୍ବାଚନ ରେ ତାଙ୍କୁ ୩ୟ ପୋଲିଂ ପାର୍ଟିର ପୋଲିଂ ଅଧିକାରୀଣି ଭାବେ ଦାୟୀତ୍ବ ଦିଆଯାଇଥିଲା ଏବଂ କଟକ ର ମଣି ସାହୁ ଛକ ସ୍ଥିତ ହାଡିବନ୍ଧୁ ଉଚ୍ଚ ବିଦ୍ୟାଳୟରେ ମତଦାନ କେନ୍ଦ୍ରରେ ଅସ୍ଥାୟୀ ନିଯୁକ୍ତି ଦିଆଯାଇଥିଲା। ଶ୍ରୀମତୀ ମିତ୍ର ଗତକାଲି ଠାରୁ ଅସୁସ୍ଥତା ଅନୁଭବ କରିବା ସହ ମତଦାନ କେନ୍ଦ୍ରରେ ନିଜର କର୍ତ୍ତବ୍ୟ ସମ୍ପାଦନ କରୁଥିବା ସମୟରେ ହଠାତ୍ ଶୋଇପଡ଼ିଥିଲେ ଏବଂ ତାଙ୍କର ମୃତ୍ୟୁ ଘଟିଥିଲା।

ଏହି ଖବର ପାଇବା ମାତ୍ରେ ସ୍ଥାନୀୟ କର୍ପୋରେଟର, ସ୍ଥାନୀୟ ବାସିନ୍ଦାମାନେ ତୁରନ୍ତ ଶ୍ରୀମତୀ ମିତ୍ରଙ୍କୁ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜକୁ ନେଇ ଯାଇଥିଲେ ଏବଂ ବହୁ ପରୀକ୍ଷା ନିରୀକ୍ଷା ପରେ ଡାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିଥୂଲେ।ଏହି ଦୁଃଖଦ ଘଟଣାରେ କଟକ ଜିଲ୍ଲାପାଳ ଶ୍ରୀ ବିନୀଥ୍ ଭରଦ୍ୱାଜ, ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଶ୍ରୀମତୀ ସରସ୍ଵତୀ କାନୁନଗୋ ଓ ବାଖରାବାଦ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶ୍ରୀ ସୈାର୍ଯ୍ଯରଞ୍ଜନ ଦାସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତକ ଶିକ୍ଷୟତ୍ରୀ ଙ୍କ ପରିବାରକୁ ସାନ୍ତ୍ଵନା ପ୍ରଦାନ କରିଥୂଲେ।ଏହି ଦୁଃଖଦ ଘଟଣାରେ କଟକର ବାଖରାବାଦ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସେୟାର କରନ୍ତୁ

Next Post

ଚିଲିକା ବିଧାୟକ ଜେଲ ଯିବା ପଛର କହାଣୀ, କିଏ ସତ ପ୍ରତ୍ୟେକ୍ଷ ଦର୍ଶି ନା ପୋଲିସ୍....

Sun May 26 , 2024
ବୋଲୋଗଡ:ବେଗୁନିଆ ଅନ୍ତର୍ଗତ କାଉଁରିଆ ପାଟଣା ପ୍ରକଳ୍ପ ବିଦ୍ୟାଳୟର ୧୧୪ ନମ୍ବର ବୁଥ୍ ରେ ଗଣ୍ଡଗୋଳ, ମାରପିଟ୍ ସହ ଇଭିଏମ୍ ଭଙ୍ଗାରୁଜା ଅଭିଯୋଗରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ପୁଲିସ ଆଜି ବିଳମ୍ବିତ ରାତିରେ ଗିରଫ କରି, ପରେ ତାଙ୍କୁ ମାଜିଷ୍ଟ୍ରେଟ୍‌ଙ୍କ ଆବାସିକ କୋର୍ଟରେ ହାଜର କରାଯାଇଥିଲା।ଜାମିନ୍ ନାମଞ୍ଜୁର ହେବାରୁ ଶ୍ରୀ ଜଗଦେବଙ୍କୁ ଖୋର୍ଧା ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।ପ୍ରିଜାଇଡିଂ ଅଫିମର ଜ୍ଞାନରଞ୍ଜନ ତ୍ରିପାଠୀ ଜୟଦେବଙ୍କ ବିରୋଧରେ ଦେଇଥିବା ଏତଲା […]

You May Like

Pin It on Pinterest