ଦଳିତ ପରିବାରଙ୍କ ଘରୁ ହଠାତ TPCODL ବିଦ୍ୟୁତ୍ ବିଦ୍ୟୁତ୍ ବିଚ୍ଛିନ୍ନ କୁ ନେଇ ଧାରଣା….

ସଂଜୟ ଶତପଥୀ(କଟକ): ବାଦାମବାଡି ଥାନା ଅନ୍ତର୍ଗତ ଓ ସି.ଏମ.ସି ୩୭ ୱାର୍ଡ ଅନ ବିଶିନାବର ଜେନାସାହିରେ ୨୫ ବର୍ଷରୁ ଉର୍ଷ ଘରକରି ରହିଆସୁଥିବା ଦଳିତ ବୁଲୁ ସାମଲଙ୍କ ପରିବାରର ଅନ୍ୟ ସଦସ୍ୟ ଙ୍କ ଘରୁ ହଠାତ TPCODL ବା ବିଦ୍ୟୁତ୍ ବିଭାଗ ବିଭିନ୍ନ ଆଳ ଦେଖାଇ ଜୋର ଜବରଦସ୍ତ ତାଙ୍କ ଘରୁ ବିଦ୍ୟୁତ୍ ବିଚ୍ଛିନ୍ନ କରିଦେବା ଦ୍ବାରା ୧୫ ଦିନରୁ ଉଦ୍ଧ ଦଳିତ ପରିବାର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବ ସମୟରେ ଦିନରାତି ଡହଳବିକଳ ଓ ଛଟପଟ ହେବା ସହିତ ପିଲାମାନଙ୍କ ପାଠପଢାରେ ବାଧାପ୍ରାପ୍ତ ହେଉଛି ।

ବିଦ୍ୟୁତ୍ ବିଭାଗ ପକ୍ଷରୁ ପ୍ରଥମେ ହିତାଧ୍କାରୀ ବୁଲୁ ସାମଲଙ୍କ ପରିବାରକୁ ବକେୟା ରାଶିରୁ କିଛି ଟଙ୍କା ଜମା କରିବାକୁ ଏବଂ ଘରର ଓୟାରିଂ ଲାଇସେନ୍ସ ଦାଖଲ କରିବାକୁ କୁହାଗଲା ତାହା ପୁଣି ବିନା ନୋଟିସରେ ? ତାହାକୁ ପାଳନ କରି ବୁଲୁଙ୍କ ପରିବାର ପକ୍ଷରୁ ଧାର କରଜ କରି ୧୦,୦୦୦ ଟଙ୍କା ବିଦ୍ୟୁତ୍‌ କାର୍ଯ୍ୟାଳୟରେ ଜମା କରିବା ସହିତ ଓୟାରିଂ ଲାଇସେନ୍ସ ଦେଇଥିଲେ ଆଜକୁ ୨୦ ଦିନରୁ ଉଦ୍ଧି ଦୋଳମୁଣ୍ଡାଇ ଓ ବାଦାମବାଡି ବିଦ୍ୟୁତ କାର୍ଯ୍ୟାଳୟକୁ ଦୌଡି ଦୌଡି ନିରାଶ ହେବା ଏବଂ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉବା ବେଳେ ବୁଲୁଙ୍କ ପରିବାର ଉପରେ ଭିନ୍ନ ଉଦ୍ଦେଶ୍ୟ ରାଖୀ ଛତ୍ରବଜରା ବଳଭଦ୍ରପୁର ଅଞ୍ଚଳର ଭାଗ୍ୟଧର ମନ୍ତ୍ରୀ ଓ ଚିନ୍ମୟୀ ମନ୍ତ୍ରୀ ନିଜ ସ୍ବାର୍ଥ ହାସଲ କରିବାକୁ ଯାଇ ବିଦ୍ୟୁତ ଅକାରୀ , ଯନ୍ତ୍ରୀ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏସ.ଡ଼ି.ଓ, ସୁପରିଟେଣ୍ଡ ଓ କର୍ମଚାରୀମାନଙ୍କୁ ମିଥ୍ୟା, ବିଭ୍ରାନ୍ତିକର ତଥ୍ୟ (ଯାହା ବନଗଢା ଓ କଳ୍ପକଳ୍ପିତ ଅଟେ ) ଦେଇ ପ୍ରଭାବିତ କରୁଥିବା ଅଭିଯୋଗ ଆଣି ଆଜି ଆମ୍ବେଦକର ସ୍ମୃତି ପରିଷଦ ପକ୍ଷରୁ ସଭାପତି ତଥା ସାମାଜିକ କର୍ମୀ ସୁକାନ୍ତ ସେଠୀ , କାର୍ଯ୍ୟନିର୍ବାହୀଯନ୍ତ୍ରୀ ଚନ୍ଦ୍ରଭାନୁ ମହାନ୍ତିଙ୍କୁ ସାକ୍ଷାତ କରି ଘଟଣାର ବିଦ୍ଧିବଦ୍ଧ ଆଲୋଚନା କରିଥିଲେ ।

ପରିଷଦର ଅଭିଯୋଗକୁ ଗ୍ରହଣ କରି ଶ୍ରୀ ମହାନ୍ତି, ଶ୍ରୀ ବୁଲୁ ସାମଳଙ୍କୁ ଏକ ଲିଖିତ ଦରଖାସ୍ତ ଦେବାକୁ କହିବା ସହିତ ଦଳିତ ପରିବାରଙ୍କୁ ତୁରନ୍ତ ବିଦ୍ୟୁତ ସଂଯୋଗ ନିମନ୍ତେ ଏସ.ଡ଼ି.ଓ ଙ୍କୁ ନିର୍ଦେଶ ଓ ପ୍ରତିଶ୍ରୁତି ଦେବା ପରେ ଧାରଣ ଓ ବିକ୍ଷୋଭ ସ୍ଥଗିତ ରଖାଯାଇଥିଲା । ଏହି ଧାରଣାରେ ବୁଲୁ ସାମଲ, ରିତାଞ୍ଜଳି ମଲ୍ଲିକ, ରିନା ସାମଲ , ଚପଳା ସାମଲ, ରଞ୍ଜୁ ଜେନା, ରଶ୍ମିତା ଦାସ, ଅନୁଶୟା ଦାସ, ସତ୍ୟଭାମ ସାମଲ, ଉତ୍ତମ ଜେନା, ଚନ୍ଦନ ଜେନା, ରାଜେଶ ସାମଲ, ମିଟୁନା ସାମଲ ଦେବେନ୍ଦ୍ର ଜେନା , ବିଚିତ୍ର ଜେନା, ଉମା ଜେନା, ମୁନି ଜେନା, ଓ ବିଶ୍ବଜିତ ଜେନାଙ୍କ ସମେତ ବହୁ ସଦସ୍ୟ ସାମିଲ ହୋଇଥିଲ ।

ସେୟାର କରନ୍ତୁ

Next Post

ହାରିଗଲେ କଣ୍ଢେଇ ନୃତ୍ୟଗୁରୁ ପଦ୍ମଶ୍ରୀ ମାଗୁଣି କୁଅଁର ….

Sun Jun 2 , 2024
କେନ୍ଦୁଝର,୨/୬ ): ଆଉ ନାହାଁନ୍ତି ବିଶିଷ୍ଟ କଣ୍ଢେଇ ନୃତ୍ୟଗୁରୁ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର । ୮୮ ବର୍ଷ ବୟସରେ କେନ୍ଦୁଝର ବୈଦ୍ୟରାଜ ସାହି ବାସଭବନରେ ତାଙ୍କର ଦେହାନ୍ତ ଘଟିଛି। ତାଙ୍କ ବିୟୋଗରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି । ଏପ୍ରିଲ ୧ରେ ଶ୍ରୀ କୁଅଁର ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ବୟସାଧିକ୍ୟ କାରଣରୁ ସେ […]

You May Like

Pin It on Pinterest