
କେନ୍ଦୁଝର,୨/୬ ): ଆଉ ନାହାଁନ୍ତି ବିଶିଷ୍ଟ କଣ୍ଢେଇ ନୃତ୍ୟଗୁରୁ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର । ୮୮ ବର୍ଷ ବୟସରେ କେନ୍ଦୁଝର ବୈଦ୍ୟରାଜ ସାହି ବାସଭବନରେ ତାଙ୍କର ଦେହାନ୍ତ ଘଟିଛି। ତାଙ୍କ ବିୟୋଗରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି ।
ଏପ୍ରିଲ ୧ରେ ଶ୍ରୀ କୁଅଁର ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ବୟସାଧିକ୍ୟ କାରଣରୁ ସେ ମଧୁମେହ, ରକ୍ତଚାପ ଓ ଶ୍ଵାସଜନିତ ରୋଗରେ ପୀଡ଼ିତ ଥିଲେ ।୨ ତାରିଖ ସକାଳେ ସମାଜସେବୀ ଏଆର୍ ଖାନ୍ଙ୍କ ତତ୍ତ୍ଵାବଧାନରେ ତାଙ୍କୁ ପ୍ରଥମେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।ପ୍ରାରମ୍ଭିକ ଚିକିତ୍ସା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଚତର ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ବରର କିଛିଦିନ ଧରି ଚିକିତ୍ସିତ ହେବା ପରେ ସେ ଘରକୁ ଫେରିଥିଲେ । ଏପ୍ରିଲ ୩୦ରେ ପୁଣି ଅସୁସ୍ଥ ହୋଇପଡ଼ିବା ସହ ତଳେ ପଡ଼ିଯାଇଥିଲେ । ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।
ଆଜି ଭୋର ୪.୪୫ରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି |