ସାରସ୍ବତ ସମାଜ ଓଡିଶା ଭୁବନେଶ୍ବର ର ମାସିକ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ….

ଭୁବନେଶ୍ବର: ସାରସ୍ବତ ସମାଜ, ଓଡିଶା, ଭୁବନେଶ୍ବର ର ମାସିକ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ସୁସାହିତ୍ଯିକ ତଥା କଣ୍ଠଶିଳ୍ପୀ ଭାରତୀ ଭୂଷଣ ପଟ୍ଟନାୟକ ଙ୍କ ସଭାପତିତ୍ବରେ ୟୁନିଟ ୩ ଭୁବନେଶ୍ଵର ସ୍ଥିତ ଗୋଦାବରୀଶ ସାହିତ୍ୟ ସଂସଦ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ତଥା ସୁସାହିତ୍ଯିକା ଉଷାରାଣୀ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତାଙ୍କ ବକ୍ତବ୍ଯରେ କବି ଓ କବୟତ୍ରୀ ମାନଙ୍କ ହୃଦୟରେ ଆତ୍ମାରେ ଅହରହ ଉଦ୍ ଭାସିତ ହେଉଥାଏ ମାଟି ମା’ର କାହାଣୀ। ବ୍ଯଥା ବେଦନାକୁ ହୃଦୟରେ ଚାପିଧରି ସେମାନେ ଦିଅନ୍ତି ଅମୃତର ବାର୍ତ୍ତା। ସେ ପୀୟୁଷଭରା ଲେଖନୀରେ ଥାଏ ଭୂମିରୁ ଭୂମାଯାଏ,ସ୍ବର୍ଗରୁ ମର୍ତ୍ତ୍ଯଯାଏ ଆଉ ମାଟିରୁ ଇନ୍ଦ୍ରପୁରୀଯାଏଁ ବୋଲି ମତପ୍ରକାଶ କରିଥିଲେ।

ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ପଟ୍ଟନାୟକ ତାଙ୍କ ବକ୍ତବ୍ଯରେ ପୂର୍ବସୁରୀମାନଙ୍କର ଆଶୀର୍ବାଦରେ କବିର ପ୍ରଚେଷ୍ଟା, ନିଷ୍ଠା, ଉଦ୍ଯମ ଓ ସାହାସ କଳ୍ପନା ରୁ କଳ୍ପବଟ ଯାଏ ପ୍ରଲମ୍ବିତ ହେଉ ବୋଲି ମତବ୍ଯକ୍ତ କରିଥିଲେ। ସୁସାହିତ୍ଯିକା ସୌଦାମିନୀ ସାମନ୍ତରାୟ ଓ କବୟତ୍ରୀ ଗୀତାଞ୍ଜଳି ମହାନ୍ତି ଙ୍କ ସଂଯୋଜନାରେ କବି ସର୍ବଶ୍ରୀ ସନ୍ତୋଷ କୁମାର ଦାସ, ଶରତ ସାହୁ, ପୀତାମ୍ବର ପରିଡା, ବୀଣାପାଣି ମିଶ୍ର, ଇତିଶ୍ରୀ ପତି, ଡକ୍ଟର ପ୍ରମୋଦିନୀ ହୋତା, ନିରୂପମା ରାୟ, ଶକୁନ୍ତଳା ରାଉତରାୟ, ଆର୍ତ୍ତବନ୍ଧୁ ଦାସ, ଦେବରାଜ ବିଶୋଇ, ନବଘନ ରାଉତରାୟ, ସତ୍ୟ ନାରାୟଣ ସିଂହ,କୃଷ୍ଣ ଚନ୍ଦ୍ର ବଡପଣ୍ଡା, ଡକ୍ଟର ଗୌରାଙ୍ଗ ଚରଣ ତ୍ରିପାଠୀ, ପ୍ରିୟ ରଞ୍ଜନ ସାହୁ, ମିହିର କାନ୍ତି ଦାଶ, ଲକ୍ଷ୍ମୀଧର ଦାଶ, ପ୍ରକାଶ ଚନ୍ଦ୍ର ବେହେରା, ଇଂ ଲଡୁକିଶୋର ପଢିଆରୀ, ପ୍ରଫେସର ଗିରିଜା ଶଙ୍କର ଶର୍ମା, ସୁଷମା ଲେଙ୍କା, ସୁଧା ପଟ୍ଟନାୟକ, ରଞ୍ଜିତା ତ୍ରିପାଠୀ, ଅନୀମା ପଟ୍ଟନାୟକ, ସନ୍ଧ୍ୟା ରାଣୀ ପୃଷ୍ଟି, ବୀଣାପାଣି ସାହୁ, ଯୋଗେନ୍ଦ୍ର କୁମାର ନାୟକ, ଶକୁନ୍ତଳା ଓଝା, ସୌଦାମିନୀ ସାମଲ, ପୀତାମ୍ବର ଭୋଇ, ସୁରେଷ ଚନ୍ଦ୍ର ମହାପାତ୍ର, ପ୍ରଶାନ୍ତ କୁମାର ସାହୁ, ସଞ୍ଜୁଲତା ମହାନ୍ତି ପଟ୍ଟନାୟକ, ସୁଦେଷ୍ଣା ସାହୁ, ଅନନ୍ତ ଚରଣ ସାହୁ, ଇଂ ଗାୟତ୍ରୀ ତ୍ରିପାଠୀ, ଗୋଲାପ କୁମାରୀ ସାହୁ, ରାମ ଚନ୍ଦ୍ର ବେହେରା, ଜୟଶ୍ରୀ ପଟ୍ଟନାୟକ, ବିଜୟାନନ୍ଦ ଦାସ, ଶଶୀ ପ୍ରଭା ଦାସ, ଦେବରାଜ ନାୟକ ଓ ସ୍ନେହ ଲତା ଦାସଲେଙ୍କା ସ୍ବରଚିତ ଶ୍ରୃତିମଧୁର କବିତା ପାଠ କରିଥିଲେ। ଉପ-ସଭାପତି ନିଖିଳ କୁମାର ବଲବନ୍ତରାୟ ଆସର ପରିଚାଳନା ରେ ସହଯୋଗ କରିଥିଲେ।
ଶେଷରେ ଯୁଗ୍ମ ସମ୍ପାଦକ ବିଶ୍ବରଞ୍ଜନ ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ ।

ସେୟାର କରନ୍ତୁ

Next Post

ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ...

Mon Jun 3 , 2024
ବାସ୍ତବ ବ୍ୟୁରୋ: ଓଡ଼ିଶା ମିଳିତ ପ୍ରବେଶିକା ପରୀକ୍ଷା (ଓଜେଇଇ)ର ପରୀକ୍ଷାଫଳ ପ୍ରକାଶ ପାଇଛି। ଏଥର ୬୫ ହଜାର ୭୪୨ ଛାତ୍ରଛାତ୍ରୀ ଓଜେଇଇ ପରୀକ୍ଷା ଦେଇଥିବା ବେଳେ ସେ୍ଥିମଧ୍ୟରୁ ୫୬ହଜାର ୪୭ ଜଣ ରାଙ୍କ ପାଇଛନ୍ତି। ବି.ଫାର୍ମାରେ ସାଗରିକା ଦାଶ ଟପ୍ପର ହୋଇଥିବା ବେଳେ ଏମ୍. ଫାର୍ମାରେ ପଦ୍ମାଳୟା ମିଶ୍ର ଟପ୍ପର ହୋଇଛନ୍ତି। ସେହିପରି ଏମବିଏରେ ସୂର୍ଯ୍ୟକାନ୍ତ ପୃଷ୍ଟି, ଏମସିଏ/ଏମଏସସି (କଂପ୍ୟୁଟର ସାଇନ୍ସ)ରେ ବ୍ରହ୍ମାନନ୍ଦ ମହାରଣା, ସିଭିଲ ଇଞ୍ଜିନିୟରିଙ୍ଗରେ ରବୀନ୍ଦ୍ର ସାହୁ, […]

You May Like

Pin It on Pinterest