ବାସ୍ତବ ବ୍ୟୁରୋ: ଓଡ଼ିଶାରେ ବିଜେଡି ର ଦୀର୍ଘ ୨୪ ବର୍ଷ ଶାସନ ର ଅବସାନ ଘଟିଛି । ପୂର୍ଣ୍ଣଛେଦ ପଡିଛି ଦେଶରେ ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ବନିବାକୁ ଥିବା ରେକର୍ଡରେ । ଏହା ସହ ଏବେ ବିରାମ ଲାଗିଛି ନବୀନ ପଟ୍ଟନାୟକଙ୍କ ରାଜନୈତିକ ଜୟଯାତ୍ରାରେ, ପୂର୍ଣ୍ଣଛେଦ ପଡିଛି ଦେଶରେ ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ବନିବାକୁ ଥିବା ରେକର୍ଡରେ ।
ସୂଚନାଯୋଗ୍ୟ, ବିଜେଡି ୨୦୦୦ ମସିହାରୁ ୨୦୨୪ ଏ ପର୍ଯ୍ୟନ୍ତ ଲଗାତାର ୫ ଥର ନିର୍ବାଚନ ଜିତି ଦୀର୍ଘ ୨୪ ବର୍ଷ ଧରି କ୍ଷମତାରେ ରହିଥୁଲା I I ଦଳ ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ବିଜେପି ସହ ମେଣ୍ଟ କରି ସରକାରରେ ଥିଲା । ତେବେ ୨୦୦୯ରେ ମେଣ୍ଟ ଭାଙ୍ଗିବା ପରେ ବିଜେଡି ଆହୁରି ମଜବୁତ ହୋଇ ୨୦୦୯, ୨୦୧୪ ଏବଂ ୨୦୧୯ ନିର୍ବାଚନରେ ୧୦୦ରୁ ଅଧୂକ ସିଟ୍ ଜିତି ଲଗାତାର ୫ମ ଥର ସରକାର ଗଢିଥିଲା । କିନ୍ତୁ ଏଥର ଦଳକୁ ସରକାର ବିରୋଧୀ ହାୱାର ସମ୍ମୁଖୀନ ହେବାକୁ ପଡିଛି । ୨୦୧୯ରେ ବିଜେଡି ୧୧୩ ସିଟ୍ ଜିତି ସରକାର ଗଢିଥିଲା I ହେଲେ ୨୦୨୪ ନିର୍ବାଚନରେ ଦଳ ପାଖାପାଖ୍ । ୬୦ ସିଟ୍ ହରାଇ ବିପର୍ଯ୍ୟୟ ଭୋଗିଛି। ଅନ୍ୟପଟେ ଗତ ନିର୍ବାଚନରେ ୨୩ ସିଟ୍ ଜିତିଥିବା ବିଜେପି ଏଥର ଆଶାତୀତ ସଫଳତା ହାସଲ କରି ଅଧିକ ୫୫ ଆସନ ଜିତି ସରକାର ଗଢିବାକୁ ଯାଉଛି।
ଓଡିଶା ବିଧାନସଭା ଫଳାଫଳକୁ ନେଇ ସୋସିଆଲମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୋଷ୍ଟ । ମୋଦୀ ପୋଷ୍ଟ କରି ଲେଖିଛନ୍ତି, ଓଡିଶାବାସୀଙ୍କୁ ଧନ୍ୟବାଦ । ଓଡିଶା ସଂସ୍କୃତିକୁ ନେଇ ଉତ୍ସବ ପାଳନ କରିବାର ଏହା ହେଉଛି ଏକ ଦମଦାର ବିଜୟ । ବିଜେପି ଲୋକଙ୍କ ସ୍ୱପ୍ନକୁ ପୂରଣ କରିବାକୁ ଓ ଓଡିଶାର ପ୍ରଗତିକୁ ନୂଆ ଉଚ୍ଚତାରେ ପହଞ୍ଚାଇବା କୌଣସିରେ ହେଳା କରିବ ନାହିଁ । ଦଳର ସବୁ କର୍ମକର୍ତ୍ତାଙ୍କୁ ନେଇ ଆମେ ଗର୍ବିତ ।



