ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ

ବାସ୍ତବ ବ୍ୟୁରୋ:  ବିଜେଡିର ଶୋଚନୀୟ ପରାଜୟ ହେବା ପରେ ଆଜି ରାଜ୍ୟପାଳଙ୍କୁ ନିଜ ଇସ୍ତଫା ଦେଇଛନ୍ତି ୫ ଥରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

 ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନ ସାଢେ୧୧ଟାରେ ନବୀନ ନିବାସରୁ ବାହାରି ରାଜଭବନ ଅଭିମୁଖେ ବାହାରିଥିଲେ। ସେଠାରେ ସେ ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ନିଜ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି।

ନବୀନ ପଟ୍ଟନାୟକ ରାଜଭବନ ଅଭିମୁଖେ ଯିବା ପୂର୍ବରୁ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ଦେବୀ ମିଶ୍ର, ଅରୁଣ ସାହୁ ପ୍ରମୁଖ ନବୀନ ନିବାସରେ ପହଞ୍ଚି ତାଙ୍କୁ ସାକ୍ଷାତ କରିଥିବା ଜଣାଯାଇଛି।

ସୂଚନାନୁଯାୟୀ, ଚଳିତ ନିର୍ବାଚନରେ ବିଜେଡିକୁ ମାତ୍ର ୫୧ଟି ଆସନ ମିଳିଛି । ଏମିତିକି ଖୋଦ ମୁଖ୍ୟମନ୍ତ୍ରୀ ୨ଟି ଆସନରେ ଲଢିଥିବାବେଲେ ଗୋଟିଏ ଆସନରେ ପରାସ୍ତ ହୋଇଛ ହୋଇଛନ୍ତି । କଣ୍ଟାବାଞ୍ଜି ଆସନରୁ ୧୬ହଜାରରୁ ଅଧୂକ ଭୋଟରେ ପରାସ୍ତ ହୋଇଥିବାବେଳେ ହିଞ୍ଜିଳି ଆସନରୁ ମାତ୍ର ୪ ହଜାରରୁ ଅଧିକ ଭୋଟ୍ରେ ବିଜୟ ହୋଇଛନ୍ତି । ବିଧାନସଭାରେ ୫୧ଟି ସିଟ୍ ଜିତିଥିବା ବିଜେଡି ଲୋକସଭା ନିର୍ବାଚନରେ ଗୋଟିଏ ବି ଆସନ ହାତେଇ ପାରିନି ।

ସେୟାର କରନ୍ତୁ

Next Post

ପ୍ରଶଂସା ସାଉଁଟିଲା ଅଭିଳାଷ ଥିଏଟର ର ପ୍ରଥମ ନାଟକ ଅନ୍ଧଗଳି…

Thu Jun 6 , 2024
ମନୋଜ ମହାନ୍ତି(ଭୁବନେଶ୍ଵର): ଅଭିଳାଷ ଥିଏଟର ଭୁବନେଶ୍ଵର, ତରଫରୁ ତା: ୦୫.୦୬.୨୦୨୪ ରେ ଭଞ୍ଜକଳା ମଣ୍ଡପ ଭୁବନେଶ୍ଵର ଠାରେ ଅନୁଷ୍ଠାନର ପ୍ରଥମ ନାଟକ “ଅନ୍ଧଗଳି’’ ଅନୁଷ୍ଠିତ ହୋଇଯାଇଅଛି । ଏହି ନାଟକର ନାଟ୍ୟକାର ଡ଼ାକ୍ତର ପ୍ରଶାନ୍ତ କୁମାର ବିଶ୍ୱାଳ ଥିବାବେଳେ ନିର୍ଦ୍ଦେଶନା ଦେଇଛନ୍ତି ହୃଷିକେଶ ମହାପାତ୍ର। ୨୧ ଜଣ କଳାକାରଙ୍କୁ ନେଇ ବର୍ତମାନ ସମାଜରେ ଘଟୁଥିବା ଘଟଣା ଦୁର୍ଘଟଣାର ପଟ୍ଟଭୂମିରେ ଏହି ନାଟ୍ୟଚିତ୍ରଟି ପର୍ଯ୍ୟବେଶିତ। ଓୟୁଏଟି ଭୁବନେଶ୍ବରର କୁଳପତି ପ୍ରଫେସର ଶ୍ରୀଯୁକ୍ତ […]

You May Like

Pin It on Pinterest