ବାସ୍ତବ ବ୍ୟୁରୋ: ସେଣ୍ଟ୍ରାଲ୍ ବ୍ୟାଙ୍କ୍ ମନିଟାରୀ ପଲିସି କମିଟି (MPC)ର ନିଷ୍ପତ୍ତି କ୍ରମେ ଲଗାତାର ଅଷ୍ଟମ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖିଛି ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ(RBI)।RBI ଆଜି ଏହାର ମୁଦ୍ରା ନୀତି(RBI କ୍ରେଡିଟ୍ ପଲିସି) ଘୋଷଣା କରିଛି।
ଏହି ନିଷ୍ପତି ଫଳରେ ଲୋକଙ୍କୁ ଶସ୍ତା ଋଣ ଏବଂ କମ୍ ଇଏମଆଇ ପାଇଁ ଆହୁରି ଅଧିକ ସମୟ ଅପେକ୍ଷା କରିବାକୁ ପଡିବ । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ସୂଚନା ଦେଇଛନ୍ତି । ରିଜର୍ଭ ବ୍ୟାଙ୍କର ଏମପିସି ୪:୨ ସଂଖ୍ୟାଗରିଷ୍ଠତା ରେପୋ ରେଟ୍ କୁ ୬.୫% ରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି । ରେପୋ ରେଟ୍ ହେଉଛି ସେହି ସୁଧ ହାର ଯେଉଁଥିରେ ଆରବିଆଇ ପାଣ୍ଠିର ଅଭାବ ସମୟରେ କମର୍ସିଆଲ ବ୍ୟାଙ୍କଗୁଡ଼ିକୁ ଋଣ ପ୍ରଦାନ କରିଥାଏ ।



