ବାସ୍ତବ ବ୍ୟୁରୋ: କ୍ରମାଗତ ଭାବେ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦୀ । ଦୁଇପାଳିରେ ବିଜେପି ଏକକ ବହୁମତ ହାସଲ କରିଥିଲେ ବି ଏଥର ଏନଡିଏ ମେଣ୍ଟ ସହଯୋଗୀଙ୍କ ଭରସାରେ ସରକାର ଗଠନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କେବଳ ପାକିସ୍ତାନ ଓ ଚୀନକୁ ଛାଡି ଅନ୍ୟ ସମସ୍ତ ପଡୋଶୀ ଦେଶର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଶପଥ ଗ୍ରହଣ ସମାରୋହରେ ସାମିଲ ହୋଇଛନ୍ତି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ମୋଦି ହିନ୍ଦୀ ଭାଷାରେ ହିଁ ଶପଥ ଗ୍ରହଣ କରିଛନ୍ତି। ଶପଥ ପାଠ ପରେ ଦେଶରେ ମୋଦି ୩.୦ ସରକାର ଆରମ୍ଭ ହୋଇ ଯାଇଛି। ମୋଦିଙ୍କ ସହ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ, ୫ ଜଣ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ) ଓ ୩୬ ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ମଧ୍ୟ ଶପଥ ନେଇଛନ୍ତି।
ମୋଦୀ ନିଜ କ୍ୟାବିନେଟ୍ ମନ୍ତ୍ରିମଣ୍ଡଳରେ ଓଡ଼ିଶାରୁ ତିନି ଜଣଙ୍କୁ ସ୍ଥାନ ଦେଇଛନ୍ତି। ଏଥିରେ ଅଛନ୍ତି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଓ ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ତିନି ଜଣ ସାଂସଦଙ୍କୁ ଶପଥ ପାଠ କରାଇଛନ୍ତି।
୩୦ ଜଣ କ୍ୟାବିନେଟ ମନ୍ତ୍ରୀ :
୧- ରାଜନାଥ ସିଂହ(ବିଜେପି)
୨- ଅମିତ ଶାହ(ବିଜେପି)
୩- ନୀତୀନ ଗଡ଼କରୀ(ବିଜେପି)
୪- ଜେପି ନଡ୍ଡା (ବିଜେପି)
୫- ଶିବରାଜ ସିଂହ ଚୌହାନ(ବିଜେପି)
୬- ନିର୍ମଳା ସୀତାରମଣ(ବିଜେପି)
୭- ଏସ ଜୟଶଙ୍କର(ବିଜେପି)
୮- ଧର୍ମେନ୍ଦ୍ର ପ୍ରଧାନ(ବିଜେପି)
୯- ମନୋହର ଲାଲ ଖଟ୍ଟର (ବିଜେପି)
୧୦- ଏଚଡି କୁମାରସ୍ୱାମୀ(ଜେଡିଏସ୍)
୧୧- ପୀୟୂଷ ଗୋଏଲ(ବିଜେପି)
୧୨- ଜିତନ ରାମ ମଞ୍ଝୀ (ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚା)
୧୩- ଲଲନ ସିଂହ (ଜେଡିୟୁ)
୧୪- ସର୍ବାନନ୍ଦ ସୋନେୱାଲ (ବିଜେପି)
୧୫- ବୀରେନ୍ଦ୍ର କୁମାର(ବିଜେପି)
୧୬- ରାମ ମୋହନ ନାଇଡୁ କିଞ୍ଜରାପ୍ପୁ (ଟିଡିପି)
୧୭- ପ୍ରହ୍ଲାଦ ଯୋଶୀ(ବିଜେପି)
୧୮- ଜୁଏଲ ଓରାମ(ବିଜେପି)
୧୯- ଗିରିରାଜ ସିଂହ(ବିଜେପି)
୨୦- ଅଶ୍ୱିନୀ ବୈଷ୍ଣବ(ବିଜେପି)
୨୧- ଜ୍ୟୋତିରାଦିତ୍ୟ ସିନ୍ଦିଆ(ବିଜେପି)
୨୨- ଭୂପେନ୍ଦ୍ର ଯାଦବ(ବିଜେପି)
୨୩- ଗଜେନ୍ଦ୍ର ସିଂହ ଶିଖାୱତ(ବିଜେପି)
୨୪- ଅନପୂର୍ଣ୍ଣା ଦେବୀ(ବିଜେପି)
୨୫- କିରଣ ରିଜିଜୁ(ବିଜେପି)
୨୬- ହରଦୀପ ସିଂହ ପୁରୀ(ବିଜେପି)
୨୭- ମନସୁଖ ମାଣ୍ଡଭୀୟ(ବିଜେପି)
୨୮- ଜି କିଶନ ରେଡ୍ଡୀ(ବିଜେପି)
୨୯- ଚିରାର ପାଶୱାନ(ରାମ ବିଲାଶ)
୩୦- ସିଆର ପାଟିଲ(ବିଜେପି) ଭାବେ ଶପଥ ନେଇଛନ୍ତି।
୫ ଜଣ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ) :
୧- ରାଓ ଇନ୍ଦରଜିତ(ବିଜେପି)
୨-ଜିତେନ୍ଦ୍ର ସିଂହ (ବିଜେପି)
୩- ଅର୍ଜୁନ ରାମ ମେଘୱାଲ(ବିଜେପି)
୪- ପ୍ରତାପ ରାଓ ଗଣପତି ରାଓ ଯାଦବ(ଶିବସେନା)
୫- ଜୟନ୍ତ ଚୌଧୁରୀ(ଆରଏଲଡି)



