ବାସ୍ତବ ବ୍ୟୁରୋ : ରାଜ୍ୟରେ ବଢିବାରେ ଲାଗିଲାନି କୋରୋନା। ୩୦ଟି ଜିଲ୍ଲାରୁ ୧୪ଟି ଜିଲ୍ଲାରେ ଏବେ କୋରୋନା ସଂକ୍ରମଣ ଦେଖାଦେଇଛି। ଆଜି ଅପରାହ୍ନରେ ତିନି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଏହି ତିନି ନୂଆ ଆକ୍ରାନ୍ତ ଝାରସୁଗୁଡ଼ା, ଦେବଗଡ଼ ଓ କେନ୍ଦୁଝରର ବୋଲି ଜଣା ପଡ଼ିଛି।
ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଥିବା ବେଳେ ଜଣେ ଯୁବତୀ ରହିଛନ୍ତି । କେନ୍ଦୁଝରର ପଞ୍ଚପାଲିରୁ ୬୦ବର୍ଷୀୟ ବୃଦ୍ଧ ଆକ୍ରାନ୍ତ ଥିବା ବେଳେ ଦେବଗଡ଼ ସ୍ଥିତ ବାସୁଦେବପୁରର ୩୪ବର୍ଷୀୟ ଯୁବକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଝାରସୁଗୁଡ଼ା ସ୍ଥିତ ବ୍ରଜରାଜନଗରର ୧୮ବର୍ଷିୟ ଯୁବତୀ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ସମସ୍ତ ଆକ୍ରାନ୍ତଙ୍କ କୋଲକାତା ଲିଙ୍କ ଥିବା ଜଣାପଡ଼ିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଏହି ତିନିଜଣ କ୍ଵାରାଣ୍ଟିନରେ ଥିବାବେଳେ କାହା ପାଖରେ ଲକ୍ଷଣ ନଥିଲା ।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ୧୨୨କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୮ଜଣ ସୁସ୍ଥ ହୋଇଛନ୍ତି ଓ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ରାଜ୍ୟରେ କରୋନାରେ ୮୩ଜଣ ସକ୍ରିୟ ରହିଛନ୍ତି ।



