ଗୋଡଭଗା-ତୁରୁମ୍ ୫୪ନଂ ରାଜ୍ୟ ରାଜପଥ ରେ ୧୧କେଭି ଲାଇନ୍ ତାର ଲାଗି କଣ୍ଟେନର ଡ୍ରାଇଭର ଗୁରୁତର

ବରଗଡ:-୧୧.୬(ନବୀନ କୁମାର ଦାଶ):ବରଗଡ ଜିଲ୍ଲା ଅତାବିରା ବ୍ଲକ୍ ଗୋଡଭଗା ଫାଣ୍ଡି ଅନ୍ତର୍ଗତ ଗୋଡ଼ ଭଗା-ତୁରୁମ୍ ୫୪ନଂ ରାଜ୍ୟ ରାଜପଥ ଇଣ୍ଡିଆନ ପେଟ୍ରୋଲ ପମ୍ପ ନିକଟରେ ଏକ କଣ୍ଟେନର୍ ରାଜପଥ ଉପରେ ଅତି ତଳିଆ ହୋଇ ଝୁଲିରହି ବିପଦ କୁ ଆମନ୍ତ୍ରଣ କରୁଥିବା ୧୧କେଭି ମୁକୁଳା ତାର ଲାଗି କଣ୍ଟେନର୍ ଗାଡ଼ି ଟାୟାର ଜଳି ଉଠିଥିବା ବେଳେ ଘଟଣା ସ୍ଥଳରେ ଡ୍ରାଇଭର ଗୁରୁତର ହୋଇପଡ଼ିଥିଲେ।ଏନେଇ ନିକଟରେ ରହିଥିବା ଇଣ୍ଡିଆନ୍ ଅଏଲ୍ ପେଟ୍ରୋଲ ପମ୍ପ ନିଆଁ ଲିଭା ଯନ୍ତ୍ର ସାହାଯ୍ୟରେ ଜଳି ଉଠିଥିବା କଣ୍ଟେନର୍ ଟାୟାର କୁ ଲିଭାଇବା ସହ କରେଣ୍ଟ ଲାଗିଥିବା ଡ୍ରାଇଭର କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ ଯୋଗେ ବୁର୍ଲା ବଡ ମେଡିକାଲ କୁ ପଠାଇ ଦିଆ ଯାଇଥିବା ବେଳେ ୧୦୦ ରୁ ୧୫୦ ଶହ ମିଟର ଦୂର ଉକ୍ତ ରାଜପଥ ଉପରେ ରହିଥିବା ଗୋଡଭଗା ପୋଲିସ ଓ ବିଦ୍ୟୁତ୍ ବିଭାଗ ଟାଟା ପାୱାର ର କର୍ମଚାରୀ ତଥା ଅଧିକାରୀ ମାନଙ୍କୁ ଖବର ଦେବାପରେ ବିଭାଗୀ ୟ ମାନେ ଆସି ଲାଇନ୍ କାଟି କଣ୍ଟେନର୍ ଗାଡ଼ି କୁ ହଟାଇ ଦେଇ ପୁଣି ଲାଇନ୍ ଦିଆଯାଇଥିବା ଲୋକେ କହନ୍ତି।

ତେବେ ଏଠି ପ୍ରଶ୍ନ ଉଠୁଛି ଯେ ରାଜ୍ୟ ରାଜପଥ ଉପରେ ଯଦି ହାତ ପାହାନ୍ତାରେ ଜୀବନ ନେବା ଅବସ୍ଥା ରେ ମୁକୁଳା ତାର ତେବେ ଗାଁ ଗଣ୍ଡାରେ କଣ ହେଉଥିବ ତାହା ବେଶ୍ ଅନୁମେୟ।କେବଳ ସେତିକି ନୁହେଁ ଅତାବିରା ଅଞ୍ଚଳରେ ଗାଆଁ ଗଣ୍ଡା ମାନଙ୍କରେ ଅନବିଜ୍ଞ ଲୋକଙ୍କୁ ଲଗାଇ ଲାଇନ୍ କାମ କରାଯାଉଥିବା ବେଳେ ଆଗୋଷିତ ଲାଇନ୍ କାଟ ଅଞ୍ଚଳ ପାଇଁ ମୁଖ୍ୟ ସମସ୍ୟା ହୋଇଛି।ଏବେ ପ୍ରଚଣ୍ଡ ଖରା ତାତି ସାଙ୍ଗକୁ ଲାଇନ୍ କରେଣ୍ଟ ଲାଗି କଣ୍ଟେନର୍ ଗାଡ଼ି ଟାୟାର ଜଳିବା ଓ ନିକଟରେ ପେଟ୍ରୋଲ ପମ୍ପ ରହିଥିବା କୁ ଚାରିଆଡ଼େ ଭୟର ଆତଙ୍କ ଖେଳି ଯିବା ସହ ଅଞ୍ଚଜଟି ଏକ ବଡ ଅଘଟଣ ରୁ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ତୁରନ୍ତ ଏଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତଦନ୍ତ ପୂର୍ବକ ଅବ ହେଳିତ ବିଭାଗୀୟ ଅଧିକାରୀ ତଥା କର୍ମଚାରୀ ମାନଙ୍କ ଖାମଖିଆଲି ମନୋଭାବ ଯୋଗୁଁ ହେଉଥିବା ଘଟଣା ତଥା ଦୁର୍ଘଟଣା ପ୍ରତି ଧ୍ୟାନ ଦେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ସହ ହାତ ପାହାନ୍ତାରେ ବିପଦ ସଙ୍କୁଳ ଅବସ୍ଥାରେ ଜୀବନ ନେବା ଅବସ୍ଥାରେ ଅନାଇ ରହିଥିବା ମୁକୁଳା ତାର କୁ ସେପ୍ଟୀ ବ୍ୟବସ୍ଥା କରି ଅଘୋଷିତ ଲାଇନ୍ କାଟ ବନ୍ଦ କରିବା ପାଇଁ ସାଧାରଣ ରେ ଦାବୀ ହେଉଛି।ନଚେତ ଆଗାମୀ ଦିନରେ ଯଦି କୌଣସି ବିଦ୍ୟୁତ୍ ଜନିତ ଅଘଟଣ ଘଟେ ତେବେ ବିଭାଗୀୟ ହିଁ ଦାୟୀ ରହିବେ ବୋଲି ଚେତାବନୀ ଦେଇ ଛନ୍ତି।ତେବେ ଦେଖାଯାଉ ବିଭାଗୀୟ କେଉଁ ପଦକ୍ଷେପ ଗ୍ରହଣ କରୁଛନ୍ତି ନାଁ ଅବହେଳିତ ତଥା ଚେଇଁ ଶୋଇଥିବା ବିଭାଗୀୟ ଙ୍କ ପାଇଁ କେଉଁ ଆୱାର୍ଡ଼ ଘୋଷଣା କରୁଛନ୍ତି।

ସେୟାର କରନ୍ତୁ

Next Post

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ମାଝୀ...

Wed Jun 12 , 2024
ବାସ୍ତବ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ମାଝୀ । ଜନତା ମୈଦାନରେ ଓଡିଶାର  ରାଜ୍ୟପାଳ ରଘୁବର ଦାସ ମୋହନ ମାଝୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।   ମୋହନ ମାଝୀଙ୍କ ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଅମିତ ଶାହା, ନୀତିନ ଗଡକରୀ, ରାଜନାଥ ସିଂହ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଜେପି ଶାସିତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ […]

You May Like

Pin It on Pinterest