
ସଂଜୟ ଶତପଥୀ(କଟକ): କଟକ ର ବାଣୀପିଠ ଶ୍ରୀରାମଚନ୍ଦ୍ର ଭବନ ଠାରେ କଟକ ଜିଲ୍ଲା ର କୁସୁପୁର, ମାହାଙ୍ଗା ର ପ୍ରତିଷ୍ଠିତ ସାହିତ୍ୟ ଅନୁଷ୍ଠାନ ନନ୍ଦ କିଶୋର ସାମଲ ସ୍ମୃତିନ୍ଯାସ ର ଓଡ଼ିଶାର ବିଶିଷ୍ଟ ନାଟ୍ୟକାର,ଗୀତିକବି,ଶିଶୁ ସାହିତ୍ୟକ ତଥା ଆଦର୍ଶ ଶିକ୍ଷକ ସ୍ଵର୍ଗତ ନନ୍ଦ କିଶୋର ବଳଙ୍କର ଜନ୍ମ ଶତବାର୍ଷିକୀ ସମାରୋହ ମହାସମାରୋହରେ ସ୍ମୃତିନ୍ଯାସ ର ସଭାପତି ଡଃ ମହେଶ୍ୱର ମହାନ୍ତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।
ଏହି ଜନ୍ମ ଶତବାର୍ଷିକୀ କାର୍ଯ୍ୟକ୍ରମ କୁ ଓଡ଼ିଶା ମାନବାଧିକାର ଆୟୋଗର ସଦସ୍ୟ ଶ୍ରୀ ଅସୀମ ଅମିତାଭ ଦାସ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଅନ୍ଯ ବରେଣ୍ୟ ଅତିଥି ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିଶ୍ବ ପ୍ରକାଶ ପଟ୍ଟନାୟକ(ଓ.ପୋ.ସେ), ମୂଖ୍ୟ ବକ୍ତା ରୂପେ ଡଃ ନିତ୍ୟାନନ୍ଦ ସ୍ବାଇଁ, ଏବଂ ମୂଖ୍ୟ ଅତିଥି ଭାବେ ଡଃ ବିଜୟାନନ୍ଦ ସିଂ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରେ ସ୍ବର୍ଗତ ସାମଲ୍ ଜଣେ ଶିଶୁପ୍ରାଣ,ଦରଦୀ ଓ ମାନବଵାଦୀ ସ୍ରଷ୍ଟା, ତାଙ୍କ ସୃଷ୍ଟିରେ ଛତ୍ରେ ଛତ୍ରେ ପ୍ରତିଫଳିତ ହୋଇଥୂଲା ଆଦର୍ଶ ପଲ୍ଲୀ ଜୀବନ ଓ ଜୀବନର ବାସ୍ତବତା। ତାଙ୍କର କଲମ ଚାଳନା ରେ ଥୂଲା ସୁସ୍ଥ ସୁନ୍ଦର ସମାଜ ଗଠନ ଲାଗି ବୈପ୍ଳବିକ ଆହ୍ଵାନ ବୋଲି ମତପୋଷଣ କରିଥିଲେ।
ପ୍ରାରମ୍ଭ ରେ କବି ସ୍ବର୍ଗତ ସାମଲଙ୍କ ସୁପୁତ୍ର ଶ୍ରୀ ସୁକୁମାର ସାମଲ ଆମନ୍ତ୍ରିତ ଅତିଥିମାନଙ୍କୁ ମଞ୍ଚକୁ ନିମନ୍ତ୍ରଣ କରିଥିଲେ। ପ୍ରାଧ୍ୟାପକ ଶ୍ରୀ ଆଦିତ୍ୟ ପ୍ରତାପ ଧଳ ଅତିଥି ପରିଚୟ ପ୍ରଦାନ କରିବା ପରେ ପରେ ଅତିଥିମାନଙ୍କୁ ମଞ୍ଚରେ ପୁଷ୍ପଗୁଛ ପ୍ରଦାନ କରାଯାଇ ସ୍ବାଗତ କରାଯିବା ସହ ସାଧାରଣ ସମ୍ପାଦକ ଡଃ ସୁନାମଣି ରାଉତ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡିଶାର ବିଶିଷ୍ଟ ଶିଶୁ ସାହିତ୍ଯକ ଶ୍ରୀ ଅରୁଣ ଚନ୍ଦ୍ର ମହାନ୍ତି ଓ ଆଦର୍ଶ ଶିକ୍ଷୟିତ୍ରୀ ଶ୍ରୀମତୀ ବିଚିତ୍ରା ବେହେରା ଙ୍କୁ ମର୍ଯ୍ୟାଦାଜନକ “କବି ନନ୍ଦକିଶୋର ସାମଲ ସ୍ମୃତି ସମ୍ମାନ -୨୦୨୪” ରେ ଅତିଥି ମାନଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା।ଏହି ପରିପ୍ରେକ୍ଷୀରେ ଶ୍ରୀମତୀ ସ୍ବାତୀଶ୍ଵେତା ରାଉତ ମାନପତ୍ର ପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଲେଖକ ଶ୍ରୀ ବାବାଜୀ ଚରଣ ଦାସଙ୍କର ପୁସ୍ତକ “କାଳଜୟୀ ଶିଶୁସାହିତ୍ଯ ସ୍ରଷ୍ଟା ନନ୍ଦ କିଶୋର ସାମଲ ” ର ଉନ୍ମୋଚନ ଅତିଥିମାନଙ୍କ ଦ୍ବାରା କରାଯାଇଥିଲା।
ଉପସ୍ଥିତ କବି ଓ କବୟିତ୍ରୀ ମାନଙ୍କ ଦ୍ଵାରା କବିତା ପାଠୋତ୍ସବ କରାଯାଇଥି ବେଳେ ଡଃ ସୁରେଖା ସୁନ୍ଦରୀ ସ୍ବାଇଁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲ।ଅବଶେଷ ରେ ଶ୍ରୀ ବ୍ରହ୍ମାନନ୍ଦ ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ।