
ବରଗଡ:-୨୧.୧(ନବୀନ କୁମାର ଦାଶ):ବରଗଡ ଜିଲ୍ଲା ଅତାବିରା ବିଦ୍ୟୁତ୍ ବିଭାଗ ଅଧୀନସ୍ଥ ଗୋଡଭଗା-ତୁରୁମ୍ ୫୪ନଂ ରାଜ୍ୟ ରାଜପଥ ବାମ କଡ ଫାଣ୍ଡି ପରେ ରହିଥିବା ବିଦ୍ୟୁତ୍ ବିଭାଗ ଟାଟା ପାୱାର ର ମନ୍ ମାନୀ ଓ ଘଣ୍ଟା ଘଣ୍ଟା ଧରି ଅଘୋଷିତ ବିଦ୍ୟୁତ୍ କାଟ କୁ ନେଇ ଗୋଡଭଗା ଟାଟା ପାୱାର ବିଦ୍ୟୁତ୍ ସେକ୍ସନ କାର୍ଯ୍ୟାଳୟ କୁ ଲୋକେ ଘେରିଲେ।
ଅଞ୍ଚଳରେ ଖରାତାତି ସହ ଗୁଲୁଗୁଳି ରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ଅଘୋଷିତ ବିଦ୍ୟୁତ୍ କାଟ ଭଳି ଅନେକ ସମସ୍ୟା ଟାଟା ପାୱାର ର ଜୁଲୁମ୍ ଏବେ ଉପଭୋକ୍ତା ମାନଙ୍କ ପାଇଁ ମୁଖ୍ୟ ସମସ୍ୟା ହୋଇଛି।କୌଣସି ବିଦ୍ୟୁତ୍ ଜନିତ ସମସ୍ୟା କୁ ନେଇ ସେକ୍ସନ ତଥା ସେକ୍ସନ ଜେଇଙ୍କୁ ଯୋଗାଯୋଗ କରି ଆସୁ ଥିଲେ ସୁଦ୍ଧା କେହି ଶୁଣିବାକୁ ନାରାଜ।ଯାହା ଦିନ ଦିନ ଧରି ଗୋଲକ ନଗର ରେଲୱେ କ୍ରସିଂ ଠାରୁ ଆରମ୍ଭ କରି ନିଲେଇ ପାଲି, ସିଲେଟ,ଲହଣ୍ଡା ଭଳି ପଞ୍ଚାୟତ ତଥା ପଞ୍ଚାୟତ ର ଗାଁ ଗଣ୍ଡା ଅଞ୍ଚଳରେ କେଉଁଠି ମୁକୁଳା ତାର ଗୁଡ଼ିକ ଗାଆଁ ରାସ୍ତା ମୁଣ୍ଡ ଉପରେ ମୁକୁଳା ତାର ବିପଦକୁ ଆମନ୍ତ୍ରଣ କରୁଥିବା ଥିବା ବେଳେ କେତେବେଳେ ସାମାନ୍ୟ ବର୍ଷା ପାଣି ପବନ ହେବା ପୂର୍ବରୁ ଲାଇନ୍ କାଟି ଦେବା, ମେଣ୍ଟେନେନ୍ସ ନାଆଁ ରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ ଓ ଲୋ ଭୋଲଟେଜ୍ କାହା ସ୍ୱାର୍ଥରେ ବୋଲି ବିଭାଗ ବାରମ୍ବାର ଦୀର୍ଘ ସମୟ ଧରି ଲାଇନ୍ କାଟି ଅନ୍ୟ କେଉଁଠି ବିକ୍ରି କରୁଛି କି ବୋଲି ସାଧାରଣ ରେ ପ୍ରଶ୍ନବାଚୀ ।
ଛୋଟ ପିଲା ଓ ବରିଷ୍ଠ ନାଗରିକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।ତୁରନ୍ତ ଏଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତଥା ସରକାର ବାହାଦୁର ଦୃଷ୍ଟି ଦେଇ ଅବହେଳିତ ତଥା ଶୋସିତ ଟାଟା ପାୱାର ପ୍ରତି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ସହ ଆଗାମୀ ଦିନରେ ଯଦି ବିଦ୍ୟୁତ୍ ଜନିତ ସମସ୍ୟା ରେ କୌଣସି ଅଘଟଣ ଘଟେ ତେବେ ଗୋଡ଼ଭଗା ଟାଟା ପାୱାର କୁ ଦାୟୀ ରହିବେ ବୋଲି ଉତ୍ୟକ୍ତ ଲୋକେ ଚେତାବନୀ ଦେଇଛନ୍ତି।
ତେବେ ଦେଖାଯାଉ ସରକାର ବିଭାଗ ର ଅବହେଳିତ ବଡ ବଡ ଦରମା ଖିଆ ବାବୁ ମାନଙ୍କ ପାଇଁ କେଉଁ ପଦକ୍ଷେପ ଗ୍ରହଣ କରୁଛି ନାଁ ଅସାଧୁ ବାବୁ ମାନଙ୍କୁ ଘଣ୍ଟ ଘୋଡାଇ ନିଜ ସ୍ବାର୍ଥ ହାସଲ କରୁଛି।



