ଦର୍ଶନ ଶାସ୍ତ୍ର ରେ ସସ୍ମିତା ଚୌଧୁରୀ ଟପର୍…

ଭୁବନେଶ୍ୱରବ୍ୟୁରୋ ୨୧/୦୬: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ରେ ବୁଧବାର ପିଜି ଫଳାଫଳ ପ୍ରକାଶ ପାଇଛି।ସସ୍ମିତା ଚୌଧୁରୀ ଦର୍ଶନ ଶାସ୍ତ୍ର ରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଅଧୀନ ରେ ପରୀକ୍ଷା ଦେଇଥିବା ସମସ୍ତ କଲେଜ ର ଛାତ୍ରୀ ମାନଙ୍କ ମଧ୍ୟ ରେ ଟପର ହୋଇଛନ୍ତି।

ସସ୍ମିତା କଟକ ରାଣୀହାଟ ର ସ୍ବର୍ଗତ ସଚ୍ଚିଦାନନ୍ଦ ଚୌଧୁରୀ ଓ ସମାଜସେଵୀ ରୂପଶ୍ରୀ ଚୌଧୁରୀ ଙ୍କ କନ୍ୟା ଅଟନ୍ତି।ସସ୍ମିତା ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ରେ ଟପର ହେବା ପରେ ତାଙ୍କୁ ବିଭିନ୍ନ ମହଲ ରୁ ଶୁଭେଚ୍ଛା ସୁଅ ଛୁଟୁଛି। ସେ ତାଙ୍କ ଯୋଗ୍ୟତା କୁ ପ୍ରମାଣ କରିଛନ୍ତି ବୋଲି ବରିଷ୍ଠ ଶିକ୍ଷାବିତ ଅଳକା ମହାନ୍ତି, ସୌମେନ୍ଦ୍ର ସାହୁ, ଡାକ୍ତର ବିଭାନା ସେନ ପ୍ରକାଶ କରିବା ସହ ଶୁଭେଚ୍ଛା ପ୍ରଦାନ କରିଛନ୍ତି। ସସ୍ମିତା ଙ୍କ ଏହି ସଫଳତା ଅଞ୍ଚଳ ରେ ଖୁସି ର ବାତାବରଣ ସୃଷ୍ଟି କରିଛି।

ସେୟାର କରନ୍ତୁ

Next Post

କଂଗ୍ରେସ ବିରୋଧୀ ଷଡ଼ଯନ୍ତ୍ର ନା ଦଳ ଭିତରୁ ଶରତଙ୍କ ପାଇଁ ଆକ୍ରୋଶ ?

Fri Jun 21 , 2024
ଭୁବନେଶ୍ୱର ୨୧/୦୬(ଗୌତମ ମିଶ୍ର ): ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ଚାମ୍ବରରେ ବସିଥିବା ବେଳେ ଶରତଙ୍କ ଉପରକୁ ଅସନ୍ତୁଷ୍ଟ ଗୋଷ୍ଠୀ କାଳିମାଡ଼ କରିଥିବା କୁହାଯାଉଛି । କାଳିମାଡ ସାଙ୍ଗକୁ ନାରାବାଜି ବି କରିଛନ୍ତି କିଛି ଯୁବକ । ତେବେ କଂଗ୍ରେସ ପକ୍ଷରୁ ନିଟ୍ ପ୍ରଶ୍ନପତ୍ର ଲିକ୍ ପାଇଁ ସାରା ଦେଶରେ ପ୍ରତିବାଦ କରାଯାଉଥିବାରୁ ସ୍ବର ଦବାଇବାକୁ କିଛି ଦୁବୃର୍ତ୍ତ ଏଭଳି କାଳିମାଡ କରିଛନ୍ତି ବୋଲି […]

You May Like

Pin It on Pinterest