ବାସ୍ତବ ବ୍ୟୁରୋ- କରୋନା ବା କୋଭିଡ୍-୧୯ର ମୁକାବିଲା ପାଇଁ ଆଜି ପୁଣିଥରେ ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଏକ ଭିଡିଓ ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି,“ଗତ ୧୦ ଦିନ ତଳେ ମୁଁ ଆପଣମାନଙ୍କ ସହିତ କଥା ହୋଇଥିଲି । ସେତେବେଳେ ଆମ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୬୧ ଥିଲା । ଏବେ ତାହା ଦୁଇ ଗୁଣ ବଢିଗଲାଣି । କିନ୍ତୁ ଡ଼ରିବାର କିଛି ନାହିଁ । ଆମେ ସତର୍କ ରହିଲେ ବିପଦକୁ ଏଡେଇ ପାରିବା ।ପ୍ରଥମେ ଆମ ପାଇଁ ଚ୍ୟାଲେଞ୍ଜ ଥିଲା ବିଦେଶରୁ ଫେରୁଥିବା ଓଡିଆ ଭାଇଭଉଣୀଙ୍କ ଯତ୍ନ ନେବା । ଓଡିଶା ପ୍ରଥମ ରାଜ୍ୟ, ଯିଏ କି ସେମାନଙ୍କ ପାଇଁ ରେଜିଷ୍ଟ୍ରେସନ ଆରମ୍ଭ କଲା। ସେତେବେଳେ ସରକାରଙ୍କୁ ସହଯୋଗ କରିବା ପାଇଁ ମୁଁ ଆପଣମାନଙ୍କୁ ଅନୁରୋଧ କରିଥିଲି । ଆପଣମାନେ ସହଯୋଗ କଲେ। ଆମେ ପରିସ୍ଥିତିକୁ ଭଲ ଭାବରେ ନିୟନ୍ତ୍ରଣ କରିପାରିଲେ। ତା’ ପରେ ଚ୍ୟାଲେଞ୍ଜ ହେଲା ନିଜାମୁଦିନ୍ରୁ ଫେରୁଥିବା ବନ୍ଧୁମାନଙ୍କ ଠିକ୍ ଭାବରେ ଯତ୍ନ ନେବା। ମୁଁ ପୁଣି ଥରେ ଆପଣମାନଙ୍କୁ ଅନୁରୋଧ କଲି । ଆପଣମାନେ ସହଯୋଗ କଲେ । ଆମେ ଏଥରକ ମଧ୍ୟ ପରିସ୍ଥିତିକୁ ଭଲ ଭାବରେ ନିୟନ୍ତ୍ରଣ କରିପାରିବା ।”

ଆଗାମୀ କିଛି ଦିନ ରାଜ୍ୟ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ଦେଶର ସବୁଠାରୁ ଅଧିକ କରୋନା ସଂକ୍ରମିତ ରାଜ୍ୟ ମହାରାଷ୍ଟ୍ର, ଗୁଜୁରାଟ, ଦିଲ୍ଲୀ, ତାମିଲନାଡୁ, କର୍ଣ୍ଣାଟକ, ରାଜସ୍ଥାନ ତଥା ଆମ ପଡୋଶୀ ପଶ୍ଚିମବଙ୍ଗରୁ ବହୁ ଓଡିଆ ଭାଇଭଉଣୀ ରାଜ୍ୟକୁ ଫେରିବେ। ତେବେ ଏଭଳି ପରିସ୍ଥିତିରେ ବାହାରୁ ଫେରୁଥିବା ଓଡିଆ ଭାଇଭଉଣୀଙ୍କ ପ୍ରତି ଘୃଣାଭାବ ନଦେଖାଇ ବରଂ ଭଲଭାବ ପୋଷଣ କରିବାକୁ ଆଜି ଭିଡିଓ ବାର୍ତ୍ତା ଜରିଆରେ ଓଡିଶାବାସୀଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଭିଡିଓ ବାର୍ତ୍ତା ଜରିଆରେ ରାଜ୍ୟବାସୀଙ୍କ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ଯେ,ସମସ୍ତେ ସହଯୋଗ କଲେ ଓଡିଶା ଇତିହାସ ରଚିବ ବୋଲି କହିଛନ୍ତି ନବୀନ । ଏବଂ ହେଳା କଲେ ମହାବିପଦ ଆସିବ । ମାତ୍ର ୧୦ ପ୍ରତିଶତ ଲୋକଙ୍କ ଭୁଲ ଯୋଗୁ ସମସ୍ୟା ୧୦୦ ଗୁଣ ବଢିପାରେ । ସତର୍କ ରହିଲେ ବିପଦକୁ ଏଡାଇପାରିବା । ପଶ୍ଚିମବଙ୍ଗରୁ ଫେରୁଥିବା ଲୋକଙ୍କ ଯତ୍ନ ନେବା । ରାଜ୍ୟରେ ବର୍ତମାନ କରୋନା ପଜିଟିଭ ମାନଙ୍କ ମଧ୍ୟରୁ କେବେଳ ପଶ୍ଚିମବଙ୍ଗ ଫେରନ୍ତା ହେଉଛନ୍ତି ୫୦ । ପରିସ୍ଥିତି ନିୟନ୍ତ୍ରଣରେ ଅଛି । ଆଗାମୀ କିଛି ଦିନ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ନବୀନ ପଟ୍ଟନାୟକ ଭିଡିଓ ବାର୍ତା ମାଧ୍ୟମରେ କହିଛନ୍ତି । ବାହାର ଲୋକ ଆସିଲେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବ । କିନ୍ତୁ ସମସ୍ତେ ସହଯୋଗ କଲେ ପରିସ୍ଥିତି ନିୟନ୍ତ୍ରଣ ରହିବ । ବାହାରୁ ଫେରୁଥିବା ଲୋକଙ୍କ ରେଜିଷ୍ଟ୍ରେସନ କରିବା ସହ ସମସ୍ତଙ୍କୁ କ୍ୱାରେନଟିନ ରଖିବାର ସରକାରଙ୍କୁ ସହାଯୋଗ କରିବା । ଏହା ଦ୍ୱାରା ସେମାନେ ସୁସ୍ଥ ରହିବା ଓ ପରିବାର ସୁସ୍ଥ ରହିବ ବୋଲି ନବୀନ କହିଛନ୍ତି ।
